ETV Bharat / state

ବାଲେଶ୍ବରରେ 119 ଛୁଇଁଲା କୋରୋନା ଆକ୍ରାନ୍ତ ସଂଖ୍ୟା - କୋରୋନା ଆକ୍ରାନ୍ତ

ରାଜ୍ୟରେ ଦ୍ରୁତ ଗତିରେ ବଢିଚାଲିଛି କୋରୋନା ସଂକ୍ରମଣ ମାମଲା । ଆଜି 91 ଜଣ ଚିହ୍ନଟ ହୋଇଥିବେଳେ ସେଥିରୁ 17 ଜଣ କେବଳ ବାଲେଶ୍ବରର । ଅଧିକ ପଢନ୍ତୁ....

ବାଲେଶ୍ବରରେ 119 ଛୁଇଁଲା କୋରୋନା ଆକ୍ରାନ୍ତ
ବାଲେଶ୍ବରରେ 119 ଛୁଇଁଲା କୋରୋନା ଆକ୍ରାନ୍ତ
author img

By

Published : May 17, 2020, 2:31 PM IST

ବାଲେଶ୍ଵର: ଆଜି ପୁଣି ଜିଲ୍ଲାର ବିଭିନ୍ନ ସ୍ଥାନରୁ 17 କୋରୋନା ଚିହ୍ନଟ । ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 119କୁ ଛୁଇଁଛି । ଆକ୍ରାନ୍ତଙ୍କ ମଧ୍ୟରେ 2ଜଣ ସୁରଟ ଫେରନ୍ତା, 3 ଜଣ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବାବେଳେ, 10 ଜଣ ହାଇଦ୍ରାବାଦ ଫେରନ୍ତା ବୋଲି ଜଣାପଡିଛି। ଏଥିସହ ଜଣେ ସ୍ଥାନୀୟ କୋରୋନା ଆକ୍ରାନ୍ତ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି।

ସେମାନଙ୍କ ମଧ୍ୟରୁ 16 ଜଣ କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିଲେ। ଯେଉଁ ସ୍ଥାନୀୟ ଅଞ୍ଚଳର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେ ଜଣେ ସରପଞ୍ଚ ବୋଲି ବେସରକାରୀ ସୂତ୍ରରୁ ଜଣାପଡିଛି। ଜିଲ୍ଲାର ଭୋଗରାଇ, ସିମୁଳିଆ, ଜଳେଶ୍ବର, ରେମୁଣା ଆଦି ଅଞ୍ଚଳରେ ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ଜଣାପଡିଛି।

ସିମୁଳିଆ ଅଞ୍ଚଳରୁ 3ଜଣ ଆକ୍ରାନ୍ତ ଚିହ୍ନଟ ହେବା ସହ ସରପଞ୍ଚ ମଧ୍ୟ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ସରପଞ୍ଚମାନଙ୍କୁ କରୋନା ଯୋଦ୍ଧା ଭାବେ ସରକାର ଘୋଷଣା କରିଥିବା ବେଳେ ଆଜି ଜଣେ ମହିଳା ସରପଞ୍ଚ ଆକ୍ରାନ୍ତ ହୋଇଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.