ETV Bharat / state

ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଲା ଓକିଲ ସଂଘ

ବାଲେଶ୍ବରରେ ଓକିଲଙ୍କୁ ବିନା ଅଭିଯୋଗରେ ପୋଲିସର ଆକ୍ରମଣ ଘଟଣାରେ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଡାକରା ଦେଇଛି ଓକିଲ ସଂଘ । ଅଧିକ ପଢନ୍ତୁ...

author img

By

Published : Jul 29, 2021, 4:59 PM IST

ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଲା ଓକିଲ ସଂଘ
ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଲା ଓକିଲ ସଂଘ

ବାଲେଶ୍ବର: ଜିଲ୍ଲାର ଦୌରାଜଜ ସମ୍ମୁଖରେ ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନର ଡାକରା ଦିଆଯାଇଛି । ଓକିଲ ଧୀରେନ୍ଦ୍ର ଦାସଙ୍କୁ ପୋଲିସ ଆକ୍ରମଣ ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯିବାରୁ ସମ୍ପୂର୍ଣ୍ଣ ଭାବେ କୋର୍ଟ କାର୍ଯ୍ୟ ବନ୍ଦ କରିଛି ଓକିଲ ସଂଘ ।

ଗତ 4 ତାରିଖରେ ସୋର ଅଞ୍ଚଳର ଓକିଲ ଧୀରେନ୍ଦ୍ର ଦାସଙ୍କୁ କୌଣସି ଅଭିଯୋଗ ନଥାଇ ପୋଲିସ ଆକ୍ରମଣ କରିଥିଲା । ଯାହାକୁ ନେଇ ଓକିଲ ସଂଘ ପକ୍ଷରୁ ପୋଲିସ ପ୍ରଶାସନର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ମାତ୍ର ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।

ଫଳରେ ଏହାକୁ ଜୋରଦାର ବିରୋଧ କରିଛି ଓକିଲ ସଂଘ । ଏହା ପ୍ରତିବାଦରେ ଆଜି(ଗୁରୁବାର)ଠାରୁ ସୋମବାର ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ଆନ୍ଦୋଳନ ଡାକରା ଦେଇଛି ସଂଘ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.