ETV Bharat / state

ମିସାଇଲ ପରୀକ୍ଷଣ ପାଇଁ 8 ହଜାର ଲୋକଙ୍କୁ ସ୍ଥାନାନ୍ତର କଲା ପ୍ରଶାସନ

ମିସାଇଲ ପରୀକ୍ଷଣ ପାଇଁ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ନିକଟ ଅଞ୍ଚଳର ଲୋକଙ୍କୁ ସୁରକ୍ଷାକୁ ଦୃଷ୍ଚିରେ ରଖି ସ୍ଥାନାନ୍ତର କରାଯାଇଛି । ଏନେଇ ସେମାନଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Dec 23, 2020, 10:44 AM IST

ମିସାଇଲ ପରୀକ୍ଷଣ ପାଇଁ 8 ହଜାର ଲୋକଙ୍କୁ ସ୍ଥାନାନ୍ତର କଲା ପ୍ରଶାସନ
ମିସାଇଲ ପରୀକ୍ଷଣ ପାଇଁ 8 ହଜାର ଲୋକଙ୍କୁ ସ୍ଥାନାନ୍ତର କଲା ପ୍ରଶାସନ

ବାଲେଶ୍ଵର: ଜିଲ୍ଲାର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ମିସାଇଲ ପରୀକ୍ଷଣ ନିମନ୍ତେ ଆଖପାଖ ଅଞ୍ଚଳର ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି 3ଟି ପଞ୍ଚାୟତର ପ୍ରାୟ 8ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ତୁଣ୍ଡୁରା, ଜୟଦେବକସବା ଓ ଗୁଦୁପାହି ପଞ୍ଚାୟତର 6ଟି ଗାଁର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଏହାସହ ଆଖପାଖ ଅଞ୍ଚଳରେ ଥିବା ଚିଙ୍ଗୁଡି ଘେରିର 2529 ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ 300 ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଅଢେଇ କିମି ଦୂରତା ଭିତରେ ଥିବା ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ଭାବେ 3ଟି ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି। ସ୍ଥାନାନ୍ତର ହୋଇଥିବା ଲୋକଙ୍କ ପାଇଁ ଆର୍ଥିକ ସହାୟତାର ବ୍ୟବସ୍ଥା କରାଯାଇଛି।

ତେବେ ବୟସ୍କ ଲୋକଙ୍କୁ 300 ଟଙ୍କା, ଛୋଟ ପିଲାଙ୍କୁ 150 ଟଙ୍କା, ଗୋଖାଦ୍ୟ ପାଇଁ 100 ଟଙ୍କା, ଘରେ ତାଲା ପକାଇବା ପାଇଁ 40 ଟଙ୍କା, ଖାଦ୍ୟ ବାବଦକୁ 75 ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି। ଏହି ସ୍ଥାନାନ୍ତରଣ ପ୍ରକ୍ରିୟାରେ 5 ପ୍ଲାଟୁନ ପୋଲିସ ଫୋର୍ସ, 21 ଜଣ ଅଫିସର ନିୟୋଜିତ ହୋଇଥିଲେ।

ଘଟଣା ସ୍ଥଳରେ ଉପଜିଲ୍ଲାପାଳ, ବିଡିଓଙ୍କ ସମେତ ପ୍ରଶାସନିକ ଅଧିକାରୀ ସମସ୍ତ କାର୍ଯ୍ୟ ତଦାରଖ କରିଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.