ETV Bharat / state

ସାମ୍ନାକୁ ଆସିଲେ ଆଦିତ୍ୟଙ୍କ ପ୍ରେମିକା, କହିଲେ ଫେସବୁକରୁ ହୋଇଥିଲା ପ୍ରେମ

author img

By

Published : Sep 3, 2020, 9:12 PM IST

Updated : Sep 4, 2020, 10:39 PM IST

ବୁଧବାର ବାଲେଶ୍ୱରର ଯୁବକ ବିସ୍ମିତ ଦାସ ଘଟଣା ପଛରେ ଜଣେ ଯୁବତୀଙ୍କ ହାତ ଥିବା କହିଥିଲେ । ଆଉ ଆଜି କ୍ୟାମେରା ସାମ୍ନାକୁ ଆସିଛନ୍ତି ଉକ୍ତ ଯୁବତୀ । ଯାହାଙ୍କ ନାମ ହେଉଛି ଚିନ୍ମୟୀ ମହାପାତ୍ର । ବାଲେଶ୍ବର ଖଇରା ଅଞ୍ଚଳରେ ତାଙ୍କ ଘର ହୋଇଥିବା ଜଣାପଡିଛି ।

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ସାମ୍ନାକୁ ଆସିଲେ ଆଦିତ୍ୟଙ୍କ ପ୍ରେମିକା, କହିଲେ ଫେସବୁକରୁ ହୋଇଥିଲା ପ୍ରେମ

ବାଲେଶ୍ବର: ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ଗୋଟିଏ ପରେ ଗୋଟିଏ ଖିଅ ବାହାରିବାରେ ଲାଗିଛି । ଏହାରି ଭିତରେ ବୁଧବାର ବାଲେଶ୍ୱରର ଯୁବକ ବିସ୍ମିତ ଦାସ ଘଟଣା ପଛରେ ଜଣେ ଯୁବତୀଙ୍କ ହାତ ଥିବା କହିଥିଲେ । ଆଉ ଆଜି କ୍ୟାମେରା ସାମ୍ନାକୁ ଆସିଛନ୍ତି ଉକ୍ତ ରହସ୍ୟମୟୀ ଯୁବତୀ । ଯାହାଙ୍କ ନାମ ହେଉଛି ଚିନ୍ମୟୀ ମହାପାତ୍ର । ବାଲେଶ୍ବର ଖଇରା ଅଞ୍ଚଳରେ ତାଙ୍କ ଘର ହୋଇଥିବା ଜଣାପଡିଛି ।

ତେବେ ଆଦିତ୍ୟଙ୍କ ସହ ଫେସବୁକରୁ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିବା କଥା ସେ କ୍ୟାମେରା ସାମ୍ନାରେ ପ୍ରକାଶ କରିଛନ୍ତି । ଦୁହିଁଙ୍କ ମଧ୍ୟରେ ଲଙ୍ଗ ଡିଷ୍ଟାନ୍ସ ରିଲେସନସିପ ଥିବା ସେ କହିଛନ୍ତି । ତେବେ ଏକତରଫା ନୁହେଁ ଆଦିତ୍ୟ ମଧ୍ୟ ତାଙ୍କୁ ଭଲ ପାଉଥିବା କଥା ସେ କହିଛନ୍ତି । ସେ ଭୁବନେଶ୍ବରରେ ଥିବା ତାଙ୍କ ବନ୍ଧୁଙ୍କ ଘରୁକୁ ଗଲେ ଆଦିତ୍ୟଙ୍କ ସହ ତାଙ୍କର ସାକ୍ଷାତ ହୁଏ ବୋଲି ଚିନ୍ମୟୀ କହିଛନ୍ତି । ତେବେ ବିବାହ ପରଠାରୁ ଦୁହିଁଙ୍କ ମଧ୍ୟରେ ଆଉ କୌଣସି ସମ୍ପର୍କ ନଥିବା ସେ ଦାବି କରିଛନ୍ତି ।

ଅନ୍ୟପଟେ ବିସ୍ମିତ ତାଙ୍କ ଉପରେ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ତାଙ୍କୁ ଜୋର ଦବରଦସ୍ତ ଜଣେ ସାଇକୋ ଯୁବତୀ କୁହାଯାଉଥିବା ସେ ଅଭିଯୋଗ କରିଛନ୍ତି । ଏଥି ଲାଗି ସେ ଆଇନର ସାହାରା ନେବେ ଏବଂ ତାଙ୍କ ଚରିତ୍ରସଂହାର ପାଇଁ ଏତଲା ଦେବେ ବୋଲି ଚେତାବନୀ ଦେଇଛନ୍ତି । ସେହିପରି ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ଚାଲିଥିବା ତଦନ୍ତରେ ସେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି । ଆଦିତ୍ୟଙ୍କୁ ନ୍ୟାୟ ମିଳିବ ବୋଲି ସେ ଆଶାବାଦୀ ରହିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Sep 4, 2020, 10:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.