ETV Bharat / state

ଗ୍ରାମରକ୍ଷୀଙ୍କୁ ମରଣାନ୍ତକ ଆକ୍ରମଣ କରି ଯୁବକ ଗିରଫ - a Young man arrested in balasore

ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳର ଡିୟୁଟିରେ ଥିବା ଜଣେ ଗ୍ରାମରକ୍ଷୀଙ୍କୁ ଜଣେ ଯୁବକ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଗ୍ରାମରକ୍ଷୀ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଯୁବକଙ୍କୁ ଗିରଫ କରିଛି ପୋଲିସ।

Young man arrested
ଗ୍ରାମରକ୍ଷୀଙ୍କୁ ମରଣାନ୍ତକ ଆକ୍ରମଣ
author img

By

Published : Apr 10, 2020, 5:09 PM IST

ବାଲେଶ୍ବର: କାର୍ଯ୍ୟରତ ଥିବା ଜଣେ ଗ୍ରାମରକ୍ଷୀଙ୍କ ଉପରକୁ ଆକ୍ରମଣ ଅଭିଯୋଗ । ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳର ଡ୍ୟୁଟିରେ ଥିବା ଜଣେ ଗ୍ରାମରକ୍ଷୀଙ୍କୁ ଜଣେ ଯୁବକ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଗ୍ରାମରକ୍ଷୀ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଯୁବକଙ୍କୁ ଗିରଫ କରିଛି ପୋଲିସ।

ଗ୍ରାମରକ୍ଷୀଙ୍କୁ ମରଣାନ୍ତକ ଆକ୍ରମଣ

ସୂଚନା ଅନୁସାରେ, ଅଯୋଧ୍ୟା ଫାଣ୍ଡି ଅଧିନରେ ଥିବା ରାଧାକିଶୋରପୁର ଗ୍ରାମର ଗ୍ରାମରକ୍ଷୀ ହରିଶ୍ଚନ୍ଦ୍ର ପାତ୍ର ଡ୍ୟୁଟିରେ ଥିବାବେଳେ ଉକ୍ତ ଗ୍ରାମର ଯୁବକ ଶଶିକାନ୍ତ ରାଜ ବାଇକରେ ହାଟକୁ ପରିବା ଆଣିବା ପାଇଁ ଯାଉଥିଲେ। ହରିଶ୍ଚନ୍ଦ୍ର ଶଶିକାନ୍ତଙ୍କୁ ଅଟକାଇବାରୁ ଉତକ୍ଷିପ୍ତ ହୋଇ ଶଶିକାନ୍ତ ଏକ କଟୁରିରେ ହରିଶ୍ଚନ୍ଦ୍ରକୁ ଆକ୍ରମଣ କରିଥିଲେ।

ଆକ୍ରମଣରେ ହରିଶ୍ଚନ୍ଦ୍ର ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତାଙ୍କୁ ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ହରିଶ୍ଚନ୍ଦ୍ରଙ୍କ ଅଭିଯୋଗକୁ ଭିତ୍ତି କରି ନୀଳଗିରି ପୋଲିସ ମାମଲା ରୁଜୁ କରି ଶଶିକାନ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.