ETV Bharat / state

ଟଙ୍କା ନଦେଲେ ଗଡୁନି 108 ! ଭିଡିଓ ଭାଇରାଲ

ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ 108 ଆମ୍ବୁଲାନ୍ସ କର୍ମଚାରୀ ଲାଞ୍ଚ ମାଗୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଟଙ୍କା ନଦେଲେ ଗଡୁନି ଆମ୍ବୁଲାନ୍ସ
author img

By

Published : Oct 24, 2019, 3:22 PM IST

ବାଲେଶ୍ଵର: ଗୋଟିଏ ପଟେ ରାଜ୍ୟ ସରକାର 5ଟି ଓ 'ମୋ ସରକାର' କାର୍ଯ୍ୟକ୍ରମ କରି ଦାୟିତ୍ବରେ ଖିଲାପ କରୁଥିବା ସରକାରୀ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଆଉ ଅନ୍ୟପଟେ ରୋଗୀଙ୍କ ପାଇଁ ଥିବା ମାଗଣା ସରକାରୀ ସେବା ଯୋଗାଇ ଦେବା କର୍ମଚାରୀମାନେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଲାଞ୍ଚ ମାଗୁଥିବା ଦେଖାଯାଇଛି । ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ 108 ଆମ୍ବୁଲାନ୍ସ କର୍ମଚାରୀ ଲାଞ୍ଚ ମାଗୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ଭିଡିଓ

ଭୋଗରାଇ ଅଞ୍ଚଳର ଜଣେ ରୋଗୀଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ଼ ମେଡିକାଲକୁ ରେଫର କରାଯାଇଥିଲା । ରୋଗୀଙ୍କୁ କଟକ ନେଇ ଯିବାକୁ ଥିବା ଆମ୍ବୁଲାନ୍ସ କର୍ମଚାରୀ ରୋଗୀଙ୍କ ସମ୍ପର୍କୀୟଙ୍କୁ ଟଙ୍କା ନଦେଲେ ଯିବେନାହିଁ ବୋଲି କହିଥିବା ଅଭିଯୋଗ ହୋଇଛି ।

ପରେ ଆମ୍ବୁଲାନ୍ସ କର୍ମଚାରୀ ଜଣକ ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ଟଙ୍କା ନେବା ପରେ ଆମ୍ବୁଲାନ୍ସ ଆଗକୁ ବଢିଥିଲା । ଏହି ଟଙ୍କା ନେଣ-ଦେଣର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏମିତି ହେଲେ ଆଗକୁ ସାଧାରଣ ଲୋକଙ୍କ ସରକାରୀ ବିଧି ବ୍ୟବସ୍ଥା ଉପରୁ ଆସ୍ଥା ତୁଟି ଯିବାର ସମ୍ଭାବନା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ଏହି ଭିଡିଓ ଦେଖିବା ପରେ ସ୍ବାସ୍ଥ୍ୟ ବିଭାଗର ନଗ୍ନ ଚିତ୍ର ପଦାରେ ପଡିଛି । ଆଉ ସରକାରୀ କାର୍ଯ୍ୟାଳୟରେ ସ୍ବଚ୍ଛ ଓ ଦୁର୍ନୀତିମୁକ୍ତ ନେଇ ମୋ ସରକାର କାର୍ଯ୍ୟକ୍ରମକୁ ନେଇ ସମସ୍ତଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୁଣି ଏକ ଚିତ୍ର ସାମ୍ନାକୁ ଆସିଛି। ଜଣେ କଟକ ରେଫର ରୋଗୀଙ୍କୁ 108 ଆମ୍ବୁଲାନ୍ସର କର୍ମଚାରୀ ଲାଞ୍ଚ ମାଗିବା ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭୋଗରାଇ ଅଞ୍ଚଳର ଜଣେ ରୋଗୀଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ଼ ମେଡିକାଲକୁ ରେଫର କରାଯାଇଥିଲା। ରୋଗୀଙ୍କୁ ନେଇ କଟକ ନେଇ ଯିବାକୁ ଥିବା ଆମ୍ବୁଲାନ୍ସ କର୍ମଚାରୀ ରୋଗୀଙ୍କ ସମ୍ପର୍କୀୟଙ୍କୁ 6ଶହ ଟଙ୍କା ନଦେଲେ ଯିବେ ନାହିଁ ବୋଲି କହିଥିବା ଅଭିଯୋଗ ହୋଇଛି। ଏହାପରେ ଆମ୍ବୁଲାନ୍ସ କର୍ମଚାରୀଙ୍କୁ 5ଶହ ଟଙ୍କା ଦେବାପରେ ଆମ୍ବୁଲାନ୍ସ ଡ୍ରାଇଭର ମନା କରିଥିଲେ। ବାଧ୍ୟ ହୋଇ ରୋଗୀଙ୍କ ସମ୍ପର୍କୀୟ ଆମ୍ବୁଲାନ୍ସ କର୍ମଚାରୀଙ୍କୁ 6ଶହ ଟଙ୍କା ଦେବା ପରେ ଆମ୍ବୁଲାନ୍ସ ଆଗକୁ ବଢିଥିଲା। ତେବେ ଏହି ଟଙ୍କା ଦେବା ନେବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏମିତି ହେଲେ ଆଗକୁ ସାଧାରଣ ଲୋକଙ୍କ ସରକାରୀ ବିଧି ବ୍ୟବସ୍ଥା ଉପରୁ ଆସ୍ଥା ତୁଟି ଯିବାର ସମ୍ଭାବନା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.