ETV Bharat / state

ମିଳିଲାନି ସ୍ତ୍ରୀର ମାନ୍ୟତା, କଟୁରୀରେ ହାଣି ଏଫସିଆଇ ଜଗୁଆଳୀଙ୍କୁ ହତ୍ୟା

author img

By

Published : Dec 18, 2019, 11:20 AM IST

Updated : Dec 18, 2019, 1:28 PM IST

ବାଲେଶ୍ବର ସହରର ଗୁଡିପଦା ଅଞ୍ଚଳରେ ହତ୍ୟାକାଣ୍ଡ । ଘରେ ଶୋଇଥିବା ଅବସ୍ଥାରେ ଏଫସିଆଇ ଜଗୁଆଳିଙ୍କୁ ହତ୍ୟା କରି ଫେରାର ହୋଇଥିଲେ ମହିଳା । ସ୍ତ୍ରୀର ମାନ୍ୟତା ନମିଳିବାରୁ ସ୍ବାମୀକୁ କଟୁରୀରେ ହାଣି ବାରିପଦା ସଦର ଥାନାରେ ଆତ୍ମସମର୍ପଣ କଲେ ମହିଳା ।

A man killed by women
ଏଫସିଆଇ ଜଗୁଆଳିଙ୍କୁ ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ହତ୍ୟାକାରୀ

ବାଲେଶ୍ବର/ମୟୂରଭଞ୍ଜ: ସ୍ବାମୀକୁ କଟୁରୀରେ ହାଣି ଥାନାରେ ଆତ୍ମସମର୍ପଣ କଲା ସ୍ତ୍ରୀ। । ସ୍ତ୍ରୀର ମାନ୍ୟତା ନଦେବାରୁ ବୁଧବାର ଭୋର ୪ଟା ସମୟରେ ବାଲେଶ୍ଵର ଗୁଡିପଦାରେ ବାସ କରୁଥିବା ବାଢ଼ା ମାରାଣ୍ଡିକୁ ମାରି ଏବେ ବାରିପଦା ସଦର ଥାନାରେ ଆତ୍ମସମର୍ପଣ କରିଛି ସୀତା ହେମ୍ବ୍ରମ । ମୃତ ବ୍ୟକ୍ତି ଜଣଙ୍କ ମୟୂରଭଞ୍ଜ ଜିଲ୍ଲା ଶିରିସବଣି ଗାଁର ବାଢ଼ା ମାରାଣ୍ଡି। ସେ ବ୍ୟାଙ୍କର ଏଫସିଆଇ ଜଗୁଆଳି ଭାବେ କାର୍ଯ୍ୟ କରୁଥିଲେ ।

ସୀତା ହେମ୍ବ୍ରମ ସହ ୧୨ ବର୍ଷରୁ ଅଧିକ ସମୟ ଯାଏଁ ଅନୈତିକ ସମ୍ପର୍କ ରଖିବା ସତ୍ତ୍ବେ ସ୍ତ୍ରୀର ମାନ୍ୟତା ଦେଇନଥିଲେ ବାଢା ମାରାଣ୍ଡି । ଏହାସହ ତାକୁ ପ୍ରତାରଣା କରୁଥିବା ଅଭିଯୋଗ ଆଣିଛି ସୀତା । ସେହି କ୍ରୋଧରେ ବାଢା ମାରାଣ୍ଡିକୁ କଟୁରୀରେ ହାଣି ଫେରାର ହୋଇଯାଇଥିଲା ସୀତା । ସୂଚନା ଥାଉକି, ବାଲେଶ୍ବର ସହଦେବଖୁଣ୍ଟା ଥାନା ଗୁଡିପଦାରେ ଏକ ଭଡା ଘରେ ଉଭୟ ବାଢା ଏବଂ ସୀତା ବାସ କରୁଥିଲେ । ସକାଳେ ଅଚାନକ ବାଢାଙ୍କୁ ନିଜ ଘରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିରହିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ ।

ଏହାଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହ ତଦନ୍ତ ଜାରି ରଖାଯାଇଥିଲା । ଠିକ ସେତିକି ବେଳେ ବାରିପଦା ସଦର ଥାନାରେ ଆତ୍ମସମର୍ପଣ କରିଥିଲା ହତ୍ୟାକାରୀ । ଉଭୟ ସୀତା ହେମ୍ମ୍ରମ ଓ ବାଢା ମାରାଣ୍ଡିଙ୍କ ଘର ସଦର ଥାନା ଅନ୍ତର୍ଗତ ସିରିସୀବଣି ବୋଲି ଜଣାପଡିଛି। ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ ଓ ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ବାଲେଶ୍ଵର ସହରର ଗୁଡିପଦା ଅଞ୍ଚଳର ଏକ ଭଡା ଘରୁ ଜଣେ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ଠାବ କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ମୟୁରଭଞ୍ଜ ଜିଲ୍ଲା ଶିରିସବଣି ଗ୍ରାମର ବାଢ଼ା ମାରାଣ୍ଡି।

Body:ବାଢ଼ା ବାଲେଶ୍ଵର ଏଫସିଆଇରେ ଜଗୁଆଳି ଭାବେ କାର୍ଯ୍ୟ କରନ୍ତି। ଗତ ରାତିରେ ଖାଇବା ପାଇଁ ବାଢ଼ା ତାଙ୍କ ଭଡା ଘରକୁ ଯାଇଥିଲେ ହେଲେ ଆଉ ଫେରି ନଥିଲେ। ସକାଳେ ବାଢ଼ା ଙ୍କ ମୃତ ଦେହ ଭଡ଼ା ଘରେ ପଡିଥିବା ଦେଖିବାକୁ ମିଳିଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ହତ୍ୟାରେ ବ୍ୟବହୃତ ଏକ କଟୁରି ଜବତ କରି ତଦନ୍ତ ଆରମ୍ଭ କରିଛି। ହତ୍ୟା ପଛରେ ଜଣେ ମହିଳା ଥିବା ସନ୍ଦେହ କରାଯାଉଛି। ବାଢ଼ାଙ୍କ ସହ ଜଣେ ମହିଳା ରହୁଥିବା ତାଙ୍କ ସାଙ୍ଗ ମାନେ କହିଛନ୍ତି। ସେହି ମହିଳା ହିଁ ହତ୍ୟାକାରୀ ବୋଲି ସନ୍ଦେହ କରାଯାଉଛି।

Conclusion:ସହଦେଵଖୁଣ୍ଟା ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଅପରାଧୀକୁ ଖୁବ ଶୀଘ୍ର ଧରାଯିବ ବୋଲି ଜଣାପଡିଛି। ଘଟଣାର ତଦନ୍ତ ସାଇଣ୍ଟିଫିକ ଟିମ ତଦନ୍ତ କରିବ ବୋଲି ଜଣାପଡିଛି।
ବାଇଟ- ଛୋଟ ରାୟ ଟୁଡୁ(ଏଫସିଆଇ ସହଯୋଗୀ)
Last Updated : Dec 18, 2019, 1:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.