ETV Bharat / state

୧୦ ହଜାର ଲିଟର ଦେଶୀ ମଦ ଜବତ, ଜଣେ ଗିରଫ

ବାଲେଶ୍ବର ଅବକାରୀ ବିଭାଗର ମୋବାଇଲ ୟୁନିଟ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ମଦ ସହ ଦୁଇଟି ଭ୍ୟାନ ଜବତ କରାଯାଇଛି । ଏହାସହ ମଦ କାରବାରରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରାଯାଇଛି ।

balasore
ବିପୁଳ ପରିମାଣର ମଦ ଜବତ
author img

By

Published : Jul 21, 2020, 3:26 PM IST

Updated : Jul 21, 2020, 3:37 PM IST

ବାଲେଶ୍ବର: ଅବକାରୀ ବିଭାଗ ଦ୍ବାରା ଚଢାଉ କରାଯାଇ ବିପୁଳ ପରିମାଣର ମଦ ଜବତ । ବାଲେଶ୍ବର ଅବକାରୀ ବିଭାଗର ମୋବାଇଲ ୟୁନିଟ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ମଦ ସହ ଦୁଇଟି ଭ୍ୟାନ ଜବତ କରାଯାଇଛି । ଏହାସହ ମଦ କାରବାରରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରାଯାଇଛି ।

ବିପୁଳ ପରିମାଣର ମଦ ଜବତ

ଅବକାରୀ ମୋବାଇଲ ଇନିସ୍ପେକ୍ଟର ଗାଲୁରାମ ସୋରେନଙ୍କ ନେତୃତ୍ବରେ ଏକ ଟିମ ସୁନହଟ ଓ ଝଗଡ଼ପାଡ଼ି ଅଞ୍ଚଳରେ ଚଢ଼ାଉ କରିଥିଲା । ୨ଟି ମଦ ବୋଝେଇ ପିକଅପ ଭ୍ୟାନ ସହିତ ୧୦ହଜାର ଲିଟର ଦେଶୀ ମଦ ଜବତ କରିଛି । ଗିରଫ ବ୍ୟକ୍ତି ଜଣଙ୍କ ଭ୍ୟାନର ଡ୍ରାଇଭର ପ୍ରଭାକର ଦାସ ବୋଲି ଜଣାପଡିଛି । ଜବତ ମଦର ଆନୁମାନିକ ମୂଲ୍ୟ 10 ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ବାଲେଶ୍ୱରରୁ ମଦ ସିମୁଳିଆ ଓ ଭଦ୍ରକ ଚାଲାଣ ହେଉଥିବା ସୂଚନା ମିଳିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jul 21, 2020, 3:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.