ETV Bharat / state

ନିଆଁରେ ପୋଡ଼ି ହୋଇ କଣ୍ଠଶିଳ୍ପୀଙ୍କ ମୃତ୍ୟୁ

ନିଆଁରେ ପୋଡ଼ି ହୋଇ ଜଣେ 17ବର୍ଷୀୟ କଣ୍ଠଶିଳ୍ପୀଙ୍କର ମୃତ୍ୟୁ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳରେ।

author img

By

Published : Mar 27, 2019, 9:57 AM IST

Updated : Mar 27, 2019, 12:01 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ନିଆଁରେ ପୋଡ଼ି ହୋଇ କଣ୍ଠଶିଳ୍ପୀଙ୍କ ମୃତ୍ୟୁ।ଏଭଳି ଏକ ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳରେ।

ସୂଚନା ଅନୁଯାୟୀ, ଭୋଗରାଇ ବ୍ଲକ ଅର୍ନ୍ତଗତ ଗୋଛିଦା ତେଘରୀ ପଞ୍ଚାୟତର ଶ୍ୟାମାନନ୍ଦୀପୁର ଗ୍ରାମରଶ୍ୟାମସୁନ୍ଦର ସାହୁଙ୍କ ଝିଅ ଜେଜିଆ। ତେବେ ସେ ବିଭିନ୍ନ ଆଲବମ, ମେଲୋଡି ଆଦିରେ ସଙ୍ଗୀତ ପରିବେଷଣ କରି ଭୋଗରାଇ ଅଞ୍ଚଳରେ ପରିଚିତ । ତାଙ୍କ ବାପାଙ୍କର ଚନ୍ଦନେଶ୍ବର ବଜାରରେ ଚାଟ ଦୋକାନ ରହିଛି । ସେଠାରେ ପ୍ରତିଦିନ ତାଙ୍କ ବାପା ଓ ମା ସନ୍ଧ୍ୟାର ବେପାର କରିବା ପାଇଁ ଯାଇଥାନ୍ତି। ଏପଟେ ଜେଜିଆ ଏକୁଟିଆ ଘରେ ରୁହନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ତେବେ ମଙ୍ଗଳବାର ସନ୍ଧ୍ୟାରେ ହଠାତ୍ ଝିଅ ଜେଜିଆ ପୋଡି ଯାଇଥିବା ନେଇ ଶ୍ୟାମସୁନ୍ଦର ଖବର ପାଇଥିଲେ। ଏହାପରେ ପଡ଼ୋଶୀଙ୍କ ସହାୟତାରେ ଝିଅକୁ ସ୍ଥାନୀୟ ମେଡିକାଲ ନିଆଯାଇଥିଲା। ମେଡିକାଲ ପହଁଞ୍ଚିବା ପରେ ଜେଜିଆଙ୍କ ଶରୀର ପ୍ରାୟ 90 ଭାଗ ପୋଡିଯାଇଥିବା ଜଣାପଡିଥିଲା। ସେଠାରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ସେଠାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ତେବେ ଏହି ଘଟଣାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଗ୍ୟାସରେ ରୋଷେଇ କରୁଥିବା କାରଣରୁ ଏମିତି ଦୁର୍ଘଟଣା ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:Conclusion:
Last Updated : Mar 27, 2019, 12:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.