ETV Bharat / state

ବ୍ରଜାଘାତରେ ଚାଷୀ ମୃତ

ଶୁକ୍ରବାର ବ୍ରଜାଘାତରେ ବାଲେଶ୍ବର ଜିଲ୍ଲା ଭୋଗରାଇର ଜଣେ ପରିବା ଚାଷୀଙ୍କ ମୃତ୍ୟୁ ଘଟିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Jul 12, 2019, 10:18 PM IST

ବାଲେଶ୍ବର: ବ୍ରଜାଘାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି । ଶୁକ୍ରବାର ବାଲେଶ୍ବର ଜିଲ୍ଲା ଭୋଗରାଇରେ ବଜ୍ରପାତ ଘଟି ଜଣେ ପରିବା ଚାଷୀଙ୍କ ଅକାଳ ବିୟୋଗ ଘଟିଛି । ମୃତ ଚାଷୀ ଜଣଙ୍କ ଚାରୁଚନ୍ଦ୍ର ସାହୁ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁଯାୟୀ, ଭୋଗରାଇ ଥାନା କୁମ୍ଭୀରଗଡି ପଞ୍ଚାୟତ କୋହ୍ଲା ଗାଁର ଚାରୁଚନ୍ଦ୍ର ସାହୁ ଶୁକ୍ରବାର ସ୍ଥାନୀୟ ଭୋଗରାଇ ହାଟକୁ ବାଇଗଣ ବିକିବାକୁ ଯାଇଥିଲେ । ବିକ୍ରି ସାରି ନଦୀର ଘାଟ ପାର ହୋଇ ଘରେ ପହଞ୍ଚିବା ପୂର୍ବରୁ ନଦୀ ଓ ଗାଁ ମଝି ବିଲରେ ତାଙ୍କ ଉପରେ ବଜ୍ରପାତ ହୋଇଥିଲା ଏହାପରେ ସେ ତଳେ ପଡିଯାଇଥିଲେ ।

ଏହା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ବାଲିଆପାଳସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:ଆଜି ବଲାଂଗୀର ଜିଲ୍ଲା ଦେଓଗାଁ ବ୍ଲକର ଅତିରିକ୍ତ ତହସିଲ ଦାର 20 ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧର ପଡିଛନ୍ତି । ତେବେ ଏକ ବାଲି ଘାଟ ର ଲିଜ ପାଇଁ ଜଣଙ୍କ ଠୁଁ ଏହି ଲଂଚ ନେବା ବେଳେ ସେ ଭିଜିଲାନ୍ସ ହାତରେ ଧର ପଡିଛନ୍ତି । ସେପଟେ ଭିଜଳିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ତିନୋଟି ସ୍ଥାନରେ ଏକ କାଳୀନ ଚଢ଼ଉ ଜାରି ରଖିଛି

Body:ଆଜି ବଲାଂଗୀର ଜିଲ୍ଲା ଦେଓଗାଁ ବ୍ଲକର ଅତିରିକ୍ତ ତହସିଲ ଦାର 20 ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧର ପଡିଛନ୍ତି । ତେବେ ଏକ ବାଲି ଘାଟ ର ଲିଜ ପାଇଁ ଜଣଙ୍କ ଠୁଁ ଏହି ଲଂଚ ନେବା ବେଳେ ସେ ଭିଜିଲାନ୍ସ ହାତରେ ଧର ପଡିଛନ୍ତି । ଦେଓଗାଁ ବ୍ଳକର ଅତିରିକ୍ତ ତହସିଲଦାର ରାଜେନ୍ଦ୍ର କୁମାର ଚୌଧୁରୀ ଏହି ଲଂଚ ନେଇ ଗିରଫ ହୋଇଛନ୍ତି । ଦେଓଗାଁ ବ୍ଲକ ଅନ୍ତର୍ଗତ ଗାଇବାହଲ ଗ୍ରାମ ବାଲି ପଠା ଲିଜ ପାଇଁ ଏହି ଗାଁର ବିରେନ ଦଲାଇ ଆବେଦନ କରିଥିଲେ । ତେବେ ଲିଜ ପାଇଁ ଅତିରିକ୍ତ ତହସିଲଦାର ରାଜେନ୍ଦ୍ର କୁମାର ଚୌଧୁରୀ ତାଙ୍କୁ 25 ହଜାର ଟଙ୍କା ଲାଞ୍ଚ ମାଗିବା ସହ ଅଗ୍ରୀମ 5 ହଜାର ଟଙ୍କା ନେଇଥିଲେ । ଏବଂ ଲିଜ ଆବେଦନ କାରୀଙ୍କୁ ବଳକା 20 ହଜାର ଟଙ୍କା ଦେବା ପାଇଁ ହଇରାଣ କରୁଥିଲେ । ତେବେ ଅଭିଯୋଗ କରି ବିରେନ ଦଳାଇ ଏହାର ଅଭିଯୋଗ ଭିଜିଲାନ୍ସ ପାଖରେ କରିଥିଲେ । ଏବଂ ଆଜି ତାଙ୍କ ଠୁଁ 20 ହଜାର ଲାଞ୍ଚ ନେବାବେଳେ ଭିଜିଲନସ ଟିମ ଅତିରିକ୍ତ ତହସିଲ ଦାର ଙ୍କୁ ଗିରଫ କରିଛି । ଏବଂ ଏହି ମାମଲାରେ ଭିଜିଲାନ୍ସ ତିନୋଟି ସ୍ଥାନରେ ଏକ କାଳୀନ ଚଢ଼ଉ ଜାରି ରଖିଛି । ଯେଉଁଥିରେ ତାଙ୍କ ବଲାଂଗୀର ସହର ସ୍ଥିତ ବାସ ଭବନ, ରାୟଗଡା ସ୍ଥିତ ବାସ ଭବନ ଓ ଦେଓଗାଁ ତାଙ୍କ ଅଫିସରେ ଚଢ଼ଉ ଚାଲିଛି । ଏବଂ ତଦନ୍ତ ପରେ ସବୁ ତଥ୍ୟ ସାମ୍ନାକୁ ଆସିବ ବୋଲି ଭିଜିଲନସ କହିଛି ।
ବାଇଟ ରାଜେନ୍ଦ୍ର ଚୌଧୁରୀ ଅଭିଯୁକ୍ତ ଅତିରିକ୍ତ ତହସିଲଦାର
ବାଇଟ ବିରେନ ଦଳାଇ ଅଭିଯୋଗ କାରି
ବାଇଟ ଏସ ପାଣି ଡି ଏସ ପି ଭିଜିଲନସ ବଲାଂଗୀର

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.