ETV Bharat / state

ଗ୍ରାମବାସୀ ଓ ଡକାୟତ ମଧ୍ୟରେ ଖଣ୍ଡଯୁଦ୍ଧ, 3 ଗୁରୁତର - ଡକାୟତି ଗ୍ୟାଙ୍ଗ

ଦିନକୁ ଦିନ ବଢିବାରେ ଲାଗିଛି ଡକାୟତଙ୍କ ଆତଙ୍କରାଜ । ଗ୍ରାମବାସୀ ଓ ଡକାୟତି ଗ୍ୟାଙ୍ଗ ଭିତରେ ଖଣ୍ଡଯୁଦ୍ଧ । ତିନି ଗୁରୁତର ସୂଚନା । ଅଧିକ ପଢନ୍ତୁ...

a dakayat gang attacked a person for loot in baleswar
ଗ୍ରାମବାସୀ ଓ ଡକାୟତି ଗ୍ୟାଙ୍ଗ ଭିତରେ ଖଣ୍ଡ ଯୁଦ୍ଧ
author img

By

Published : Nov 29, 2020, 11:38 AM IST

Updated : Nov 29, 2020, 12:02 PM IST

ବାଲେଶ୍ବର: ମୁଣ୍ତରେ ବନ୍ଧୁକ ଲଗାଇ ଗ୍ରାମବାସୀଙ୍କୁ ଲୁଟୁଛନ୍ତି ଡକାୟତ । ଖୁଲମଖୁଲା କରୁଛନ୍ତି ପୋଲିସକୁ ଚ୍ୟାଲେଞ୍ଜ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବରରେ। ଏଥିରେ ତିନି ଜଣ ଗୁରୁତର ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

ଗ୍ରାମବାସୀ ଓ ଡକାୟତ ମଧ୍ୟରେ ଖଣ୍ଡଯୁଦ୍ଧ, 3 ଗୁରୁତର

ସୂଚନା ଅନୁସାରେ, ଶନିବାର ରାତିରେ ନଦୀଗାଁ ପଞ୍ଚାୟତ ହରିଡାପଡା ଅଞ୍ଚଳର ସୁଦାମ ଚରଣ ବାଉଲି ଘରକୁ ଫେରିବା ବାଟରେ ପିତାକାଳିଆ ଛକ ନିକଟରେ କିଛି ଡ଼କାୟତ ତାଙ୍କୁ ଅଟକାଇ ଥିଲେ । ପରେ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ମାଗିଥିଲେ। ଏହାପରେ ସେମାନେ ସୁଦାମଙ୍କୁ ଗୋଡାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ସୁଦାମଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ସେଠାରେ ପହଞ୍ଚିବାରୁ ଦୁର୍ବୃତ୍ତମାନେ କଟୁରିରେ ଆକ୍ରମଣ କରିଥିଲେ ।

ଘଟଣା ସମ୍ପର୍କରେ ଖବର ପାଇ ସୋର ପୋଲିସ ସେଠାରେ ପହଞ୍ଚି ଜଣେ ଡକାୟତକୁ ଗିରଫ କରିବାରେ ସଫଳ ହୋଇଥିଲା । ଗିରଫ ହୋଇଥିବା ଦୁର୍ବୃତ୍ତ ଜଣଙ୍କ କେନ୍ଦ୍ରାପଡା ମାର୍ଶାଘାଇ ଅଞ୍ଚଳର ପ୍ରଦ୍ୟୁମ୍ନ ସେନାପତି ବୋଲି ଜଣାପଡିଛି । ଅନ୍ୟପଟେ ଡ଼କାୟତ ଓ ଗ୍ରାମବାସୀଙ୍କ ମଧ୍ୟରେ ହୋଇଥିବା ଖଣ୍ଡଯୁଦ୍ଧରେ ସୁଦାମଙ୍କ ସମେତ ଅଜୟ କୁମାର ବେହେରା, ପ୍ରଦୀପ କୁମାର ମହାକୁଡ଼ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ସୋର ଥାନା ଅଞ୍ଚଳରେ ବିଭିନ୍ନ ସମୟରେ ଛୀନତାଇ, ଡକାୟତି ଭଳି ଘଟଣା ଘଟୁଥିବା ବେଳେ ପୋଲିସ ଆହୁରି ସକ୍ରିୟ ହେବା ଜରୁରୀ ହୋଇ ପଡିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ ,ଇଟିଭି ଭାରତ

Last Updated : Nov 29, 2020, 12:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.