ବାଲେଶ୍ବର: ଜିଲ୍ଲାର ଔପଦା ବ୍ଳକର ଶ୍ୟାମସୁନ୍ଦରପୁର ପଞ୍ଚାୟତକୁ 48 ଘଣ୍ଟା ସଟଡାଉନ ଘୋଷଣା କରାଯାଇଛି । ସରପଞ୍ଚ ଉଷାମଣି ରାଉଳ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ପଞ୍ଚାୟତରେ ସଟଡାଉନ ଘୋଷଣା କରିଛନ୍ତି । ପଞ୍ଚାୟତରେ 5 ଜଣ କୋରୋନା ପଜିଟିଭ ଚିହ୍ନଟ ପରେ ପଞ୍ଚାୟତକୁ ଗୁରୁବାର ସକାଳ 6ଟା ରୁ ଶନିବାର ସକାଳ 6 ଟା ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ ।
ଗୋଷ୍ଠୀ ସଂକ୍ରମଣକୁ ରୋକିବା ଦିଗରେ ଏମିତି ପଦକ୍ଷେପ ନେଇଛନ୍ତି ସରପଞ୍ଚ । ସଟଡାଉନ ଘୋଷଣା ପରେ ସମସ୍ତ ଦୋକାନ ବଜାର ବନ୍ଦ ଥିବା ବେଳେ ଚଳପ୍ରଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ