ETV Bharat / state

ପଶ୍ଚିମବଙ୍ଗ ସଡକ ଦୁର୍ଘଟଣା ପ୍ରାଣ ହରାଇଲେ 4 ଓଡିଆ - 4 Odia's killed in West Bengal road accident

ପଶ୍ଚିମବଙ୍ଗର ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ୪ ଓଡ଼ିଆ । କୋଲକାତାରେ କାମ କରୁଥିବା ୧୦ ଜଣ ଓଡିଆ ଏକ ବୋଲେରୋ ଯୋଗେ ଓଡିଶା ଫେରୁଥିବା ବେଳେ ଘଟିଥିଲା ଏହି ଦୁର୍ଘଟଣା ।

4 Odia's killed in West Bengal road accident
ପଶ୍ଚିମବଙ୍ଗ ସଡକ ଦୁର୍ଘଟଣା ପ୍ରାଣ ହରାଇଲେ 4 ଓଡିଆ
author img

By

Published : Mar 23, 2020, 8:46 PM IST

ବାଲେଶ୍ବର: ପଶ୍ଚିମବଙ୍ଗର ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ୪ ଓଡ଼ିଆ । ପ୍ରାଣ ହରାଇଥିବା ୪ ଜଣ ଓଡ଼ିଆ ବାଲେଶ୍ବର ଜିଲ୍ଲାର ବୋଲି ଜଣାପଡିଛି ।

ମିଳିଥିବା ସୂଚନାନୁସାରେ, କୋଲକାତାରେ କାମ କରୁଥିବା ୧୦ ଜଣ ଓଡିଆ ଏକ ବୋଲେରୋ ଯୋଗେ ଓଡିଶା ଫେରୁଥିଲେ । ଦାନ୍ତୁନ ଠାରେ ଏକ ଟ୍ରକ ସହ ବୋଲେରୋ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଗାଡିରେ ଥିବା ଅନ୍ୟ 6 ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ପଶ୍ଚିମବଙ୍ଗ ସଡକ ଦୁର୍ଘଟଣା ପ୍ରାଣ ହରାଇଲେ 4 ଓଡିଆ

ମୃତକ 4 ଜଣ ହେଲେ ବାଲେଶ୍ବର ସୋର ଥାନା ତଳନଗର ଅଞ୍ଚଳର ରମେଶ ଚନ୍ଦ୍ର ବେହେରା, ଖଇରା ଥାନା ତରାଙ୍ଗ ଅଞ୍ଚଳର ଜିତେନ୍ଦ୍ର ପଣ୍ଡା ଓ ସିମୁଳିଆ ଥାନା ଆନନ୍ଦପୁର ଅଞ୍ଚଳର ସୁନୀଲ ପାଢ଼ୀ । ତେବେ ଅନ୍ୟ ଜଣେ ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ଆହତମାନଙ୍କ ଘର ସିମୁଳିଆ ଅଞ୍ଚଳର ବୋଲି ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.