ETV Bharat / state

ବାଲେଶ୍ବରରେ ବିଷାକ୍ତ ଖାଦ୍ୟ ଖାଇ 30 ଅସୁସ୍ଥ

author img

By

Published : Aug 15, 2020, 10:35 PM IST

Updated : Aug 15, 2020, 10:55 PM IST

ଖାଦ୍ୟ ଜନିତ ବିଷକ୍ରିୟା ଯୋଗୁଁ 30 ଅସୁସ୍ଥ । ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ବେଗୁନିଆ ତୋଟାପଡ଼ା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ଖାଦ୍ୟ ଜନିତ ବିଷକ୍ରିୟା ଯୋଗୁଁ 30 ଅସୁସ୍ଥ
ଖାଦ୍ୟ ଜନିତ ବିଷକ୍ରିୟା ଯୋଗୁଁ 30 ଅସୁସ୍ଥ

ବାଲେଶ୍ଵର: ଖାଦ୍ୟ ଜନିତ ବିଷକ୍ରିୟା ଯୋଗୁଁ 30 ଅସୁସ୍ଥ । ସମସ୍ତ ଅସୁସ୍ଥଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ବେଗୁନିଆ ତୋଟାପଡ଼ା ଗ୍ରାମରେ ଏଭଳି ଘଟଣା ଘଟିଛି ।

ବାଲେଶ୍ବରରେ ବିଷାକ୍ତ ଖାଦ୍ୟ ଖାଇ 30 ଅସୁସ୍ଥ

ସୂଚନା ଅନୁସାରେ, ଏହି ସମସ୍ତେ ଶୁକ୍ରବାର ଏକ ସାଦଖିଆରେ ଯୋଗଦେଇ ଖାଦ୍ୟ ଖାଇଥିଲେ । ଏହାପରେ ପ୍ରଥମେ କିଛି ଲୋକଙ୍କୁ ଝାଡାବାନ୍ତି ହୋଇଥଲା । ପରେ ଗ୍ରାମର ପାଖାପାଖି 30 ଜଣ ଲୋକଙ୍କୁ ଝାଡାବାନ୍ତି ହେବାସହ ସେମାନେ ଅଚେତ ହୋଇଯାଇଥିଲେ । ଅସୁସ୍ଥଙ୍କ ମଧ୍ୟରେ ଅନେକ ଛୋଟପିଲା ଓ ବୃଦ୍ଧ ରହିଛନ୍ତି।

ସମସ୍ତ ଅସୁସ୍ଥଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି । ଅସୁସ୍ଥମାନଙ୍କୁ ମେଡିକାଲ ଆଣିବା ପାଇଁ 3ଟି 108 ଆମ୍ବୁଲାନ୍ସ ଲାଗି ପଡ଼ିଥିଲେ । ତେବେ ସାଦଖିଆ ଭୋଜି ଖାଇବା ପରେ ଏମିତି ଅସୁସ୍ଥ ହୋଇଥିବା ଜଣାପଡ଼ିଛି । ତେବେ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ମେଡିକାଲରେ ପହଞ୍ଚି ଅସୁସ୍ଥଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା କଥା ପଚାରି ବୁଝିଛନ୍ତି।

ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Aug 15, 2020, 10:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.