ବାଲେଶ୍ବର: 3 ମୋବାଇଲ ଚୋରକୁ କାବୁ କରିଛି ବାଲେଶ୍ବର ପୋଲିସ । 3 ଜଣ ଯୁବକ ବାଲେଶ୍ବର କମର୍ଦ୍ଦା ହାଟରେ ମୋବାଇଲ ଚୋରି କରୁଥିବା ବେଳେ ସେମାନଙ୍କୁ ସ୍ଥାନୀୟ ଲୋକେ କାବୁ କରି ନେଇ ପୋଲିସ କୁ ଖବର ଦେଇଥିଲେ। ଫଳରେ ପୋଲିସ ସେଠାରେ ପହଞ୍ଚି 3 ଚୋରଙ୍କୁ ଗିରଫ କରିଥିବା ଜଣାପଡିଛି।
ତେବେ ସୂଚନାନୁଯାୟୀ, କିଛିଦିନ ଧରି ବାଲେଶ୍ବର କମର୍ଦ୍ଦା ଅଞ୍ଚଳର ବିଭିନ୍ନ ସ୍ଥାନରୁ ମୋବାଇଲ ଚୋରି ହେବା ଘଟଣା ଥାନାରେ ଅଭିଯୋଗ ହୋଇଥିଲା । ମୋବାଇଲ ଚୋରି ରାକେଟ କୁ ଧରିବା ପାଇଁ କମର୍ଦ୍ଦା ପୋଲିସ ତଦନ୍ତ ଜାରି ରଖିଥିଲା ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ