ETV Bharat / state

ସାମାନ୍ୟ ବଚସାରୁ ଗୁମ ଆଖଡ଼ାରେ ଗଣ୍ଡଗୋଳ: ପୋଲିସର ମୁଣ୍ଡ ଫାଟିଲା, 23 ଆହତ - ଗୁମ ଆଖଡ଼ାରେ ଗଣ୍ଡଗୋଳ

ସାମାନ୍ୟ ବଚସାରୁ ମୁହାଁମୁହିଁ ହେଲେ ମଛୁଆପଦା ଓ କସାଵ ମହଲାର ଆଖଡା ଦଳ । ଜଣେ ପୋଲିସ କର୍ମୀଙ୍କ ସହ ୨୩ ଜଣ ଆହତ । ଅଧିକ ପଢନ୍ତୁ

ଗୁମ ଆଖଡ଼ାରେ ଗଣ୍ଡଗୋଳ, 23 ଆହତ
ଗୁମ ଆଖଡ଼ାରେ ଗଣ୍ଡଗୋଳ, 23 ଆହତ
author img

By

Published : Aug 8, 2022, 2:02 PM IST

Updated : Aug 8, 2022, 2:33 PM IST

ବାଲେଶ୍ବର: ଆଖଡା ଚାଲିଥିବା ବେଳେ ଗଣ୍ଡଗୋଳ, ସାମାନ୍ୟ ବଚସାରୁ ମୁହାଁମୁହିଁ ହେଲେ ଦୁଇ ଆଖଡା ଦଳ । 23 ଜଣ ଆହତ ହୋଇଥିବା ବେଳେ ଆକ୍ରମଣର ଶିକାର ହେଲେ ପୋଲିସ କର୍ମୀ । ବାଲେଶ୍ଵର ଟାଉନ ଥାନା ଅଧିନ ଦରଘା ପଡ଼ିଆରେ ଏଭଳି ଘଟଣା ଘଟିଥିବା ଜଣାପଡିଛି ।

ସାମାନ୍ୟ ବଚସାରୁ ଗୁମ ଆଖଡ଼ାରେ ଗଣ୍ଡଗୋଳ: ପୋଲିସର ମୁଣ୍ଡ ଫାଟିଲା, 23 ଆହତ

ମିଳିଥିବା ସୂଚନା ଅନୁସାରେ, ଦରଘା ପଡ଼ିଆରେ ଗତକାଲି (ରବିବାର) ରାତିରେ ତାଜିଆ ଆଖଡା ବା ଗୁମ ଆଖଡା ଚାଲିଥିବା ବେଳେ ମଛୁଆପଦା ଓ କସାଵ ମହଲାର ଆଖଡା ଦଳ ଭିତରେ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳ ଏତେ ଉଗ୍ରରୂପ ନେଇଥିଲା ଯେ ଉଭୟ ଆଖଡ଼ା ଦଳର ପ୍ରାୟ 23 ଜଣ ଆହତ ହୋଇଥିଲେ । ଏନେଇ ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଟାଉନ ଥାନା ଅଧିକାରୀ ପର୍ଶୁରାମ ସାହୁ ଆକ୍ରମଣର ଶିକାର ହୋଇଥିଲେ । ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଏହି ଘଟଣାକୁ ନେଇ ଟାଉନ ପୋଲିସ 3 ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।

Last Updated : Aug 8, 2022, 2:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.