ETV Bharat / state

ରେଳ ଷ୍ଟେସନରୁ ବ୍ରାଉନସୁଗାର ଜବତ, ଜଣେ ଗିରଫ

ବାଲେଶ୍ବର ଜଳେଶ୍ବର ଅଞ୍ଚଳରୁ ବ୍ରାଉନସୁଗାର ଜବତ ହୋଇଥିବା ବେଲେ ଜଣଙ୍କୁ ବାନ୍ଧିଛି ଅବକାରୀ ବିଭାଗ । ଜବତ ବ୍ରାଉନସୁଗାର ମୂଲ୍ୟ 1.5 ଲକ୍ଷରୁ ଅଧିକ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା. ବାଲେଶ୍ବର
author img

By

Published : Jul 3, 2019, 1:36 PM IST

ବାଲେଶ୍ବର: ଥମିବାର ନାଁ ନେଉନି ବ୍ରାଉନସୁଗାର କାରବାର । ଅବକାରୀ ବିଭାଗ ଓ ପୋଲିସର ଚଢାଉ ପରେ ବି ବେପାରୀମାନେ ବେପାର କରିବାରେ ଲାଗିଛନ୍ତି। ବୁଧବାର ପୁଣି ବାଲେଶ୍ବର ଜଳେଶ୍ବର ଅଞ୍ଚଳରୁ ବ୍ରାଉନସୁଗାର ଜବତ ସହ ଜଣେ ବେପାରୀ ବନ୍ଧା ହୋଇଥିବା ସୂଚନା ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା. ବାଲେଶ୍ବର

ଜଳେଶ୍ବର ରେଳ ଷ୍ଟେସନରେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ 15 ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ 1.5 ଲକ୍ଷରୁ ଅଧିକ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଜଳେଶ୍ବରର ଝାଡେଶ୍ବରପୁର ବସ୍ତିରୁ ବ୍ରାଉନସୁଗାର ନେଇ ଜଳେଶ୍ବର ଷ୍ଟେସନ ଦେଇ ଭଦ୍ରକ ଅଭିମୁଖେ ଯିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଜଳେଶ୍ବର ଅବକାରୀ ବିଭାଗ ଷ୍ଟେସନରେ ଚଢାଉ କରିଥିଲା । ବ୍ରାଉନସୁଗାର ଜବତ ସହ ବେପାରିକୁ ଗିରଫ କରିଛି । ଗିରଫ ହୋଇଥିବା ବେପାରୀ ଜଣଙ୍କ ଭଦ୍ରକ ତେଲେଙ୍ଗାପଡ଼ା ଅଞ୍ଚଳର ପି. ସନ୍ତୋଷ ବୋଲି ଜଣାପଡିଛି ।

ବଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱରରେ ବ୍ରାଉନ ସୁଗର ବେପାର ଥମିବାରେ ନାଁ ନେଉନି। ପୋଲିସ ଓ ଅବକାରୀ ଯେତିକି ଧରୁଛି ତାଠୁ ବହୁ ଗୁଣ ଅଧିକା ବେପାରିମାନେ ବେପାର କରିବାରେ ଲାଗିଛନ୍ତି। ଆଜି ପୁଣି ଜଳେଶ୍ବର ଅଞ୍ଚଳରୁ ବ୍ରାଉନ ସୁଗର ଜବତ ସହ ଜଣେ ବେପାରୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

Body:ବାଲେଶ୍ବର ଜିଲ୍ଲା ଅଧୀନ ଜଳେଶ୍ବର ରେଳ ଷ୍ଟେସନ ରେ ଆଜି ଜଳେଶ୍ବର ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇ 15 ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ଯ 1. 5 ଲକ୍ଷ ରୁ ଅଧିକ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Conclusion:ଜଳେଶ୍ବର ର ଝାଡେଶ୍ବରପୁର ବସ୍ତି ରୁ ବ୍ରାଉନସୁଗାର ନେଇ ଜଳେଶ୍ବର ଷ୍ଟେସନ ଦେଇ ଭଦ୍ରକ ଅଭିମୁଖେ ଯିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଜଳେଶ୍ବର ଅବକାରୀ ବିଭାଗ ଷ୍ଟେସନ ରେ ଚଢଉ କରି ବ୍ରାଉନସୁଗାର ଜବଦ କରିବା ସହ ବେପାରିକୁ ଗିରଫ କରିଛି। ଗିରଫ ହୋଇଥିବା ବେପାରୀ ଜଣଙ୍କ ଭଦ୍ରକ ତେଲେଙ୍ଗାପଡ଼ା ଅଞ୍ଚଳର ପି ସନ୍ତୋଷ ବୋଲି ଜଣାପଡିଛି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.