ବାଲେଶ୍ବର: ଜିଲ୍ଲାର ବାଲିଆପାଳ ଅଞ୍ଚଳର ହିମାଙ୍ଗିନୀ ପଣ୍ଡା । ବୟସ ମାତ୍ର ୧୦ ବର୍ଷ । ହେଲେ ତାଙ୍କ ପ୍ରତିଭା ଆଗରେ ବଡବଡ ଲୋକ ବି ହାର ମାନିଯିବେ । ବିନା କୌଣସି ଶିକ୍ଷାରେ ସେ ଯୋଗ ମୁଦ୍ରା କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ।
ଯୋଗାସନ, ଶିର୍ଷାସନ, ମୟୁରାସନ ଭଳି ବହୁ ଯୋଗ ମୁଦ୍ରା ନିର୍ଭୁଲ ଭାବେ କରି ପାରୁଛନ୍ତି ହିମାଙ୍ଗିନୀ । ଏଥିପାଇଁ ତାଙ୍କୁ ବିଭିନ୍ନ ସ୍ଥାନରୁ ମିଳିଛି ଅନେକ ମାନପତ୍ର। ବଡ ବଡ ଯୋଗ ଗୁରୁଙ୍କ ପାଇଁ କଷ୍ଟ ସାଧ୍ଯ ହେଉଥିବା ଆସନକୁ ଅତି ସୁନ୍ଦର ଭାବେ କରିପାରୁଛନ୍ତି ହିମାଙ୍ଗିନୀ। ପ୍ରାୟ ଏକ ବର୍ଷ ତଳେ ହିମାଙ୍ଗିନୀ ଟେଲିଭିଜନ ଏବଂ ୟୁଟ୍ୟୁବରୁ ଯୋଗର ବିଭିନ୍ନ ଆସନ ଦେଖିବା ପରେ ଆଗ୍ରହ ପ୍ରକାଶ କରିଥିଲେ। ପରେ ସେ ଧୀରେଧୀରେ ସମସ୍ତ ଯୋଗ କରିବା ଆରମ୍ଭ କରିଦେଇଥିଲେ । ଏଥିପାଇଁ ପରିବାର ଲୋକେ ହିମାଙ୍ଗିନୀଙ୍କୁ ଉତ୍ସାହିତ କରିଥିଲେ। ତେବେ ଖାଲି ଯୋଗାସନ ନୁହଁ ବରଂ ଭଲ ଚିତ୍ରାଙ୍କନ ମଧ୍ୟ କରିପାରନ୍ତି ହିମାଙ୍ଗିନୀ । ଏମିତି ପ୍ରୟାସ ତାଙ୍କୁ ବେଶ ପ୍ରଶଂସାର ପାତ୍ର କରାଇଛି ।
ବାଲେଶ୍ବରରୁ ଜୀବନ ଜ୍ଯୋତି ନାୟକ, ଇଟିଭି ଭାରତ