ETV Bharat / state

ଚାଷଜମିରୁ 10 ଫୁଟ ଲମ୍ବର ଅଜଗର ଉଦ୍ଧାର

author img

By

Published : Nov 6, 2020, 5:07 PM IST

ଜିଲ୍ଲାର ନୀଳଗିରି ଉପଖଣ୍ଡ ଅଞ୍ଚଳରୁ ଏକ ବିରାଟକାୟ ସାପକୁ ଉଦ୍ଧାର କରାଯାଇଛି । ଚାଷଜମିରେ ବିଛାଯାଇଥିବା ଜାଲରୁ ଏହାକୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

10-feet-long python rescued from the farm in Balasore
ଚାଷଜମିରୁ 10 ଫୁଟ ଲମ୍ବର ଅଜଗର ଉଦ୍ଧାର

ବାଲେଶ୍ବର: ଜିଲ୍ଲାର ନୀଳଗିରି ଉପଖଣ୍ଡ ଡାଲଙ୍ଗିଆ ଗ୍ରାମରେ ଏକ ଚାଷଜମିରେ ଲାଗିଥିବା ଜାଲରୁ ଏକ ବିଶାଳ ଅଜଗରକୁ ଉଦ୍ଧାର କରାଯାଇଛି । ଅଜଗରର ଲମ୍ବ ପ୍ରାୟ 10 ଫୁଟ ହେବ ବୋଲି ଗ୍ରାମବାସୀ ଆକଳନ କରିଥିବା ସୂଚନା ମିଳିଛି ।

ଚାଷଜମିରୁ 10 ଫୁଟ ଲମ୍ବର ଅଜଗର ଉଦ୍ଧାର

ମିଳିଥିବା ସୂଚନା ମୁତାବକ, ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ କସବା ଜୟପୁର ପଞ୍ଚାୟତ ଡାଲଙ୍ଗିଆ ଗ୍ରାମର ଦିବାକର ସ୍ବାଇଁ ତାଙ୍କ ଚାଷଜମିରେ ଜାଲ ବିଛାଇଥିଲେ । ତେବେ ଏହି ଜାଲରେ ଏକ ବିରାଟକାୟ ଅଜଗର ସାପ ଫସିଯାଇଥିଲା । ଗ୍ରାମବାସୀ ଏହି ଅଜଗର ସାପଟିକୁ ଦେଖିବା ପରେ ସ୍ନେକ ହେଲପଲାଇନକୁ ଯୋଗାଯୋଗ କରିଥିଲେ ।

ତେବେ ସ୍ନେକ ହେଲପଲାଇନର କର୍ମଚାରୀମାନେ ଆସି ଘଟଣାସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି । ତେବେ ଉଦ୍ଧାର ହୋଇଥିବା ଅଜଗରଟି ଲମ୍ବ ପ୍ରାୟ 10 ଫୁଟ ହେବ ବୋଲି କୁହାଯାଉଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.