ବଲାଙ୍ଗୀର: ଜିଲ୍ଲାର କଣ୍ଟାବାଞ୍ଜିରେ ରବିବାର ଜଣେ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ । ପୋଲିସ ସଂମ୍ପୃକ୍ତ ଯୁବକର ଘରକୁ ଯାଇ ତଦନ୍ତ ଆରମ୍ଭ କରିଥିବା ବେଳେ ପାରିବାରିକ କଳହ ଯୋଗୁ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।
ବଲାଙ୍ଗୀର କଣ୍ଟାବାଞ୍ଝି ଥାନା ଅଣ୍ଡାଲପୁରି ଗାଁରେ ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର କରି କଣ୍ଟାବାଞ୍ଝି ପୋଲିସ ତଦନ୍ତ ଆରମ୍ଭ କରିଛି ।
ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣକ ହେଲେ ମୁକୁନ୍ଦ ବାଗ। ମୃତ ମୁକୁନ୍ଦ ମହୁବାହାଲି ଗାଁର ଜଣେ ଯୁବତୀକୁ ବୈଦିକ ରିତିରେ ବିବାହ କରିଥିବାବେଳେ ଧାମନଡଙ୍ଗା ଗାଁର ଜଣେ ଅନ୍ୟ ଜାତିର ଯୁବତୀକୁ ପ୍ରେମ କରି ଘରକୁ ଆଣିଥିଲା । ଏହାକୁ ନେଇ ଘରେ ଅନେକ ସମୟରେ ଝଗଡା ଲାଗି ରହୁଥିଲା । ତେବେ 2 ଦିନ ହେବ ଘରକୁ ଆଣିଥିବା ଯୁବତୀ କୁଆଡେ ଚାଲିଯାଇଥିବା ବେଳେ ଏନେଇ ମୁକୁନ୍ଦଙ୍କ ପରିବାର ଥାନାରେ ଏତଲା ଦେଇଥିଲେ । ତେବେ ଶନିବାର ରାତିରେ ଘରେ କେହି ନଥିବା ସମୟରେ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ