ETV Bharat / state

ଟିଟିଲାଗଡ଼ରେ 3ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ, କଳାପତକା ଦେଖାଇ ବିକ୍ଷୋଭ ପ୍ରଦର୍ଶନ କଲା ଯୁବ କଂଗ୍ରେସ - କଳା ପତକା ଦେଖାଇ ବିକ୍ଷୋଭ ପ୍ରଦର୍ଶନ କଲା ଯୁବ କଂଗ୍ରେସ

ଟିଟିଲାଗଡ଼ରେ 3 ମନ୍ତ୍ରୀଙ୍କୁ ବିରୋଧ । ମନ୍ତ୍ରୀଙ୍କ ଗସ୍ତ ବେଳେ ଯୁବ କଂଗ୍ରେସ କର୍ମୀ କଲେ ତୀବ୍ର ବିରୋଧ । ଅଧିକ ପଢନ୍ତୁ

ଟିଟିଲାଗଡ଼ରେ 3 ମନ୍ତ୍ରୀଙ୍କୁ ବିରୋଧ
ଟିଟିଲାଗଡ଼ରେ 3 ମନ୍ତ୍ରୀଙ୍କୁ ବିରୋଧ
author img

By ETV Bharat Odisha Team

Published : Sep 9, 2023, 9:57 PM IST

ଟିଟିଲାଗଡ଼ରେ 3 ମନ୍ତ୍ରୀଙ୍କୁ ବିରୋଧ

ବଲାଙ୍ଗୀର: ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ଯୁବ କଂଗ୍ରେସ ପକ୍ଷରୁ ଓଡ଼ିଶାର ତିନି ଜଣ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ । କଳପତକା ଦେଖାଇ ବିରୋଧ ପ୍ରଦର୍ଶନ କରିବା ସହ ଗୋବେକ୍ ନାରା ଦେଇଛି ଯୁବ କଂଗ୍ରେସ । ତେବେ ଓଡ଼ିଶା ଶ୍ରମ ମନ୍ତ୍ରୀ ସାରଦା ନାୟକ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ଓ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ତଥା ସାଙ୍ଗରେ ଆସିଥିବା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ କଳା ପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଛି ଯୁବ କଂଗ୍ରେସ ।

ସୂଚନା ଅନୁଯାୟୀ, ଆଜି ଏହି ତିନି ଜଣ ମନ୍ତ୍ରୀ ଟିଟିଲାଗଡ ଡିଏଭି କଲେଜର ପ୍ରତିଷ୍ଠା ଦିବସରେ ସାମିଲ ହୋଇଥିଲେ । ଏବଂ ପରେ ପୁଣି ଟିଟିଲାଗଡ ପରାଶର ଗ୍ରାମରେ ଏକ ନୂତନ ବ୍ରିଜ ପାଇଁ ଶିଳାନ୍ୟାସ କରିବାକୁ ଯାଉଥିଲେ । ଏହି ସମୟରେ ଟିଟିଲାଗଡର ବିଭିନ୍ନ ସମସ୍ଯାକୁ ନେଇ ଟିଟିଲାଗଡ଼ ଡିଆଁଟନ ଗାଁ ଠାରେ କଳା ପତାକା ପ୍ରଦର୍ଶନ କରିଥିଲେ ଯୁବ କଂଗ୍ରେସର କର୍ମୀମାନେ ।

ଏହା ମଧ୍ୟ ପଢନ୍ତୁ...ସୌମ୍ୟ ବାବୁ ସାହାସ ଦେଖାଇଛନ୍ତି, ବିଜେଡି ସାଂସଦ ବିଧାୟକ ଆତ୍ମ ସମୀକ୍ଷା କରନ୍ତୁ: ଅପରାଜିତା

ଯୁବ କଂଗ୍ରେସ ଟିଟିଲାଗଡ ସମ୍ପାଦକ ଘୁନା ସାହୁ କହିଛନ୍ତି, ‘‘ବିଗତ ଦଶନ୍ଧିଧରୀ ଟିଟିଲାଗଡବାସୀ ଜିଲ୍ଲା ମାନ୍ୟତା ଦାବି କରି ଆସୁଛନ୍ତି । ହେଲେ ରାଜ୍ୟ ସରକାର କିମ୍ବା ଏଠିକାର ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁ କେବଳ ପ୍ରତିଶ୍ରୁତି ଦେଇ ଟିଟିଲାଗଡବାସୀଙ୍କୁ ଭୁଆଁ ବୁଲାଇ ଅସୁଛନ୍ତି । ସେହିପରି ମନ୍ତ୍ରୀ ଟୁକୁନି ସାହୁଙ୍କ ନିର୍ଦ୍ଦେଶରେ ଉନ୍ଦେର ନଦୀରେ କରାଯାଉଥିବା ବ୍ୟାରେଜକୁ କୁର୍ଶୁଡ ପରିବର୍ତ୍ତେ ଅନ୍ୟତ୍ର ସ୍ଥାନାନ୍ତର କାହିଁକି କରାଗଲା । ଏହାର ଜବାବ ଦିଅନ୍ତୁ ମନ୍ତ୍ରୀ । ସେହିପରି ପ୍ରଧାନମନ୍ତ୍ରୀ ଫସଲ ବୀମା, ନୂତନ ବସ ଷ୍ଟାଣ୍ଡ ସହ ଅନ୍ୟାନ୍ୟ ସମସ୍ୟାକୁ ନେଇ ଟିଟିଲାଗଡବାସୀ ହନ୍ତସନ୍ତ ହେଉଛନ୍ତି । ନିର୍ବାଚନ ପୂର୍ବରୁ ଜିଲ୍ଲାକୁ ମନ୍ତ୍ରୀଙ୍କ ଘନଘନ ଗସ୍ତ ଜାରି ରଖିଛନ୍ତି । ହେଲେ ନିର୍ବାଚନ କରିଗଲେ ମନ୍ତ୍ରୀଙ୍କ ଦେଖା ଦର୍ଶନ ମିଳିବନି । ଟିଟିଲାଗଡରେ ବିଭିନ୍ନ ସମସ୍ୟା ଥିବା ବେଳେ ମନ୍ତ୍ରୀ ଏହାକୁ ଗୁରୁତର ସହ ନେଇ ନିର୍ବାଚନ ପୂର୍ବରୁ ସମାଧାନ କରନ୍ତୁ । ନଚେତ ଆଗକୁ ତୀବ୍ର ଆନ୍ଦୋଳନ କରାଯିବ ।’’ ଏଭଳି ପରିସ୍ଥିତିରେ ଲୋକେ ବିଭିନ୍ନ ଦାବି ନେଇ ମନ୍ତ୍ରୀ ଘେରୁ ଥିବା ବେଳେ ଆଜି କଂଗ୍ରେସ ତିନି ମନ୍ତ୍ରୀଙ୍କୁ ତୀବ୍ର ବିରୋଧ କରିଛି ।

ଏହା ମଧ୍ୟ ପଢନ୍ତୁ...ପାଇକ ଏକାଡେମୀକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଅପରାଜିତା

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.