ETV Bharat / state

ଘରେ ପଶି ଯୁବକକୁ ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ

author img

By

Published : Dec 18, 2021, 7:43 AM IST

ବଲାଙ୍ଗୀର ସହର ଏବେ କ୍ରାଇମ୍ ସିଟି ପାଲଟିଥିବା ବେଳେ ସହର ମଧ୍ୟରେ ଘର ଭିତରକୁ ପଶି ଜଣେ ଯୁବକକୁ ବିଭତ୍ସ ଭାବରେ ହତ୍ୟା କରାଯାଇଛି । ଅଧିକ ପଢନ୍ତୁ

ଘର ଭିତରେ ପଶି ଯୁବକକୁ ବିଭତ୍ସ ଭାବରେ ହତ୍ୟା: ପୋଲିସ ତଦନ୍ତ ଜାରି

ବଲାଙ୍ଗୀର: ବଲାଙ୍ଗୀର ସହର ଏବେ କ୍ରାଇମ୍ ସିଟି ପାଲଟିଥିବା ବେଳେ ସହର ମଧ୍ୟରେ ଘର ଭିତରକୁ ପଶି ଜଣେ ଯୁବକକୁ ବିଭତ୍ସ ଭାବରେ ହତ୍ୟା କରାଯାଇଛି । ସହରର ଗାନ୍ଧୀନଗର ପଦାରେ ଏହି ହତ୍ୟା କାଣ୍ଡ ଘଟିଛି । ତେବେ ସୂଚନା ଅନୁସାରେ ଗାନ୍ଧୀନଗର ପଡ଼ାର ଯୁବକ ଅରବିନ୍ଦ କୁମାର ସିଂହ ନିଜ ଘରେ ଥିବାବେଳେ ଦୁଇଜଣ ଯୁବକ ଘର ଭିତରକୁ ପଶି ତାଙ୍କୁ ଧାରୁଆ ଅସ୍ତ୍ରରେ ଗଳା କାଟି ଅତି ବିଭତ୍ସ ଭାବରେ ହତ୍ୟା କରି ଫେରାର ହୋଇ ଯାଇଛନ୍ତି ।

ସେପଟେ ଘଟଣା ପରେ ବଲାଙ୍ଗୀର ଟାଉନ ପୋଲିସ ଓ ଏସଡିପିଓ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସେହିପରି ହତ୍ୟାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ୍ ସାରା ସହରରେ ହତ୍ୟାକାରୀକୁ ଧରିବା ପାଇଁ ଖାନତଲାସୀ ଆରମ୍ଭ କରିଛି । ସେପଟେ ଏହି ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଅନ୍ୟପଟେ ପୋଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ତଦନ୍ତ ପରେ ହତ୍ୟାକାଣ୍ଡର କାରଣ ଜଣାପଡ଼ିବ ବୋଲି କହିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.