ETV Bharat / state

ବଲାଙ୍ଗୀରରେ ପୁଣି ଚାଞ୍ଚଲ୍ୟ: ଗାଁ ମଝିରେ ଯୁବକଙ୍କୁ ପିଟିପିଟି ହତ୍ୟା, ଅନେକ ଯୁବକଙ୍କ ସଂପୃକ୍ତି ସନ୍ଦେହ

author img

By

Published : Jul 23, 2023, 12:07 PM IST

Updated : Jul 23, 2023, 1:48 PM IST

ବଲାଙ୍ଗୀର ସଦରଥାନା ଅଧିନ ପଣ୍ଡରାପିଟା ଗାଁରେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ । ଅଧିକ ପଢନ୍ତୁ

dead body found
dead body found
dead body found

ବଲାଙ୍ଗୀର: ବଲାଙ୍ଗୀରରେ ପୁଣି ଚାଞ୍ଚଲ୍ୟ । ଗତ କିଛିଦିନ ଧରି ହତ୍ୟା ଖବର ଶିରୋନାମାରେ ରହୁଛି ବଲାଙ୍ଗୀର । ଯେପରି ଅପରାଧୀଙ୍କ ଚରାଭୂଇଁ ପାଲଟିଛି ବଲାଙ୍ଗୀର ଜିଲ୍ଲା । ନିକଟରେ ଅନେକ ହତ୍ୟା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଗତକାଲି(ଶନିବାର) ବିଳମ୍ବିତ ରାତିରେ ଯୁବକଙ୍କ ରକ୍ତ ଜୁବୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ସଦରଥାନା ଅଧିନ ପଣ୍ଡରାପିଟା ଗାଁର ଭାସ୍କର ତାଣ୍ଡି । କିଛି ଯୁବକଙ୍କ ଭାସ୍କରଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ସମ୍ପର୍କୀୟ । ଘଟଣାକୁ ନେଇ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳି ଯାଇଛି । ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ସଦର ଥାନା ପୋଲିସ ।

ସୂଚନା ମୁତାବକ, ଭାସ୍କର ତାଣ୍ଡିର ଗତକାଲି(ଶନିବାର) ସନ୍ଧ୍ୟାରେ କିଛି ଯୁବକଙ୍କ ସହ କଳହ ହୋଇଥିଲା । ହେଲେ ବିଳମ୍ବିତ ରାତିରେ ଗାଁ ମଝିରେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଭାସ୍କରଙ୍କୁ ପରିବାରଲୋକେ ବଲାଙ୍ଗୀର ଭୀମ ଭୋଇ ଡାକ୍ତରଖାନାକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଖବର ପାଇ ହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିଛି ସଦର ପୋଲିସ୍ ।

ସେପଟେ ମୃତକଙ୍କ ସଂପର୍କୀୟ ପୁତ୍ରା ନରସିଂହ ତାଣ୍ଡି କହିଛନ୍ତି, ‘‘ଭାସ୍କର ତାଣ୍ଡି ନିଜ ଗାଁ ପଣ୍ଡରାପୀଟା ଗ୍ରାମରେ ଥିବା ବେଳେ ଗତକାଲି ସନ୍ଧ୍ୟାରେ ଗାଁର କିଛି ଯୁବକଙ୍କ ସହିତ ତାଙ୍କ କଳହ ହୋଇଥିଲା । ଯାହା ପରେ ସେ ଘରକୁ ଚାଲି ଆସିଥିଲେ । ପରେ ରାତିରେ ପୁଣି ଘରୁ ବାହାରି ସେ ଆଉ ଫେରି ନଥିଲେ । ସେପଟେ ବିଳମ୍ବିତ ରାତିରେ ଏମାନେ ଖବର ପାଇଥିଲେ ଯେ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗାଁ ମଝିରେ ପଡିଛନ୍ତି । ଯାହାପରେ ସେମାନେ ସେଠିକୁ ଯାଇ ତାଙ୍କୁ ଉଦ୍ଧାର କରି ଭୀମ ଭୋଇ ମେଡିକାଲ୍ କଲେଜ ଡାକ୍ତରଖାନାକୁ ଆଣିଥିଲେ । ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।’’

ଏହା ମଧ୍ୟ ପଢନ୍ତୁ- ଶ୍ବଶୁର ଘରୁ ସ୍କୁଲ ପାଚିକାଙ୍କ ମୃତଦେହ ଉଦ୍ଧାର, ବାପଘର ଆଣିଲେ ହତ୍ୟା ଅଭିଯୋଗ

ତେବେ କିଛି ଲୋକ ମିଶି ତାଙ୍କୁ ପିଟି ପିଟି ନିର୍ମମ ଭାବରେ ହତ୍ୟା କରିଥିବା ବେଳେ ସମସ୍ତ ଦୋଷୀଙ୍କୁ ଧରି ଉଚିତ୍ ଦଣ୍ଡ ବିଧାନ ସେ ଦାବି କରିଛନ୍ତି । ଅନ୍ୟପକ୍ଷରେ ହତ୍ୟାର ପ୍ରକୃତ କାରଣ ଜଣା ପଡି ନଥିବାବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରୁଛି ପୋଲିସ । ସାଧାରଣ କଳହ ଯୋଗୁଁ ତାଙ୍କୁ ପିଟି ପିଟି ହତ୍ୟା କରାଯାଇଛି ନା ପୂର୍ବ ଶତ୍ରୁତା କାରଣରୁ ହତ୍ୟା କରାଯାଇଛି ତାହା ଏବେ ବି ସ୍ପଷ୍ଟ ହୋଇନାହିଁ । ତେବେ ପୋଲିସର ତଦନ୍ତ ପରେ ସବୁ ତଥ୍ୟ ସାମନାକୁ ଆସିବା ବୋଲି କୁହାଯାଇଛି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Jul 23, 2023, 1:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.