ETV Bharat / state

ବଲାଙ୍ଗୀରରେ ଚାଞ୍ଚଲ୍ୟ, ଘରେ ପଶି ଦୁଇ ମହିଳାଙ୍କ ସମେତ ଶିଶୁକୁ ମରଣାନ୍ତଙ୍କ ଆକ୍ରମଣ

author img

By

Published : Feb 1, 2023, 11:43 AM IST

ଘରେ ପଶି ଦୁଇ ମହିଳାଙ୍କ ସମେତ ଶିଶୁକୁ ମରଣାନ୍ତଙ୍କ ଆକ୍ରମଣ କଲେ ଯୁବକ। ପୋଲିସର ତନାଘନା ଜାରି । ଅଧିକ ପଢନ୍ତୁ

young man brutally attacked two woman in balangir

ବଲାଙ୍ଗୀର: ବଲାଙ୍ଗୀରରେ ଚାଞ୍ଚଲ୍ୟ। ଘରେ ପଶି ଦୁଇ ମହିଳା ଓ ଶିଶୁକୁ ମରଣାନ୍ତଙ୍କ ଆକ୍ରମଣ । ଗୁରୁତର ଅବସ୍ଥାରେ ଉଭୟ ମହିଳା ଓ ଶିଶୁକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ବଲାଙ୍ଗୀର ସହର ଶାନ୍ତିପଡ଼ାରେ ଘଟିଛି ଏହି ଅଭାବନୀୟ ଘଟଣା । ଜଣେ ଯୁବକ ଏହି ଆକ୍ରମଣ କରିଥିବା ବେଳେ ପୋଲିସ ତନାଘନା ଜାରି ରଖିଛି । ଆକ୍ରମଣର ଶିକାର ହୋଇଥିବା ମହିଳା ହେଉଛନ୍ତି ସେହି ଗ୍ରାମର ସୁଶୀଲ ମେହେରଙ୍କ ପତ୍ନୀ, ଶାଳି ଓ ତାଙ୍କର ଦେଢ଼ ବର୍ଷର ଶିଶୁ ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ସୁଶୀଲ ମେହେର ବଲାଙ୍ଗୀର ସମଲେଇ ମନ୍ଦିର ନିକଟରେ ଥିବା ତାଙ୍କ ଦୋକାନରେ ଥିଲେ । ଏହି ସମୟରେ ତାଙ୍କ ସ୍ତ୍ରୀ ମମତା ମେହେର, ଶାଳୀ ଆରାଧନା ମେହେର ଓ ତାଙ୍କ ଦେଢ଼ ବର୍ଷର ଶିଶୁ ଘରେ ଥିଲେ । ଏନେଇ ସୂଚନା ପାଇବା ପରେ ସ୍ଵାଧୀନ ସାହୁ ନାମକ ଜଣେ ଯୁବକ ସୁଶୀଲଙ୍କ ଘରକୁ ଯାଇ ସମସ୍ତଙ୍କୁ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ । ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଯିବା ପରେ ଯୁବକ ଜଣଙ୍କ ସେଠାରୁ ଫେରାର ହୋଇଯାଇଥିଲେ ।

ସେପଟେ ପଡୋଶୀମାନେ ତିନି ଆହତଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜରେ ଭର୍ତ୍ତି କରିଥିଲେ। ତେବେ ଆହତଙ୍କ ମଧ୍ୟରୁ ମମତା ମେହେରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ଏନେଇ ଖବର ପାଇବା ପରେ ବଲାଙ୍ଗୀର ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଫେରାର ଥିବା ଯୁବକ ସ୍ଵାଧୀନ ସାହୁକୁ ଧରିବା ପାଇଁ ତଦନ୍ତ ଜାରି ରଖିଛି ପୋଲିସ । ତେବେ ଆକ୍ରମଣ କରିଥିଲା ସ୍ଵାଧୀନ ସାହୁ ଆହତ ପରିବାର ସଦସ୍ୟଙ୍କ ସଂପର୍କୀୟ ହୋଇଥିବା ବେଳେ ପୂର୍ବରୁ ସେ ଡ୍ରାଇଭର ଭାବରେ କାମ କରୁଥିବା ସୂଚନା ମିଳିଛି । ତେବେ ପୂର୍ବ ଶତ୍ରୁତାକୁ ନେଇ ଯୁବକ ଜଣଙ୍କ ଏପରି ଆକ୍ରମଣ କରିଥାଇ ପାରେ ବୋଲି ପୋଲିସ ସନ୍ଦେହ କରୁଛି। ତେବେ କଣ ରହିଥିଲା ଆହତଙ୍କ ପରିବାର ସହ ଯୁବକଙ୍କ ଶତୃତା ? ପୂର୍ବରୁ କିଛି ବଚସା ହୋଇଥିଲା କି ? ନା ଏହା ପଛରେ ରହିଛି ଅନ୍ୟ କିଛି କାରଣ ? ପୋଲିସର ତଦନ୍ତ ପରେ ସତ ସାମ୍ନାକୁ ଆସିବ । ବର୍ତ୍ତମାନ ସୁଦ୍ଧା ଆକ୍ରମଣ କରିଥିବା ଯୁବକ ଜଣଙ୍କୁ ଗିରଫ କରାଯାଇ ନାହିଁ ।

ଜାନୁଆରୀ 30 ତାରିଖ ଦିନ ମୁରିବହାଲ ବ୍ଲକ ଅନ୍ତର୍ଗତ 56 ନମ୍ୱର ଜାତୀୟ ରାଜପଥରେ ଥିବା ଗୁଲୁଣ୍ଡା ଗ୍ରାମ ପୋଖରୀ ନିକଟରୁ ଏକ ନରକଙ୍କାଳ ଉଦ୍ଧାର କରାଯିବା ସହ ଏକ ବାଇକ ଜବତ କରାଯାଇଥିଲା। ଏହି ନରକଙ୍କାଳଟି ଟିଟିଲାଗଡରୁ ନିଖୋଜ ଥିବା ଜଣେ ଯୁବକଙ୍କର ହୋଇ ପାରେ ବୋଲି ପୋଲିସ ସନ୍ଦେହ କରୁଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏଏନେଇ ପୋଲିସ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ ।

ଇଟିଭି ଭାରତ,ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.