ETV Bharat / state

ଦୋଳ ପୂର୍ଣ୍ଣିମା: ହଳଦୀରେ ହୋଲି ଖେଳିଲେ ଯାଦବ ସମାଜ - ଯାଦବ ସମାଜ

ରଙ୍ଗର ଖେଳ ହୋଲିକୁ ନିଆରା ଢଙ୍ଗରେ ପାଳିଛନ୍ତି ବଲାଙ୍ଗିରର ଯାଦବ ସମାଜ। ଅଧିକ ପଢନ୍ତୁ....

ଦୋଳ ପୂର୍ଣ୍ଣିମା ମହୋତ୍ସବ: ନିଆରା ଢଙ୍ଗରେ ପାଳିଲେ ଯାଦବ ସମାଜ

author img

By

Published : Mar 9, 2020, 7:38 PM IST

ବଲାଙ୍ଗୀର: ଦୋଳ ପୂର୍ଣ୍ଣିମା ମହୋତ୍ସବ ଆରମ୍ଭ ହୋଇ ଯାଇଛି ରଙ୍ଗର ଖେଳ ହୋଲି। ଆଉ ଏହାକୁ ନିଆରା ଢଙ୍ଗରେ ପାଳିଛନ୍ତି ବଲାଙ୍ଗିରର ଯାଦବ ସମାଜ।

ଦୋଳ ପୂର୍ଣ୍ଣିମା ମହୋତ୍ସବ: ନିଆରା ଢଙ୍ଗରେ ପାଳିଲେ ଯାଦବ ସମାଜ

ଏଥିରେ ରାସାୟନିକ ରଙ୍ଗ ବଦଳରେ ଏମାନେ ହଳଦୀକୁ ରଙ୍ଗ ଭାବରେ ବ୍ୟବହାର କରିଛନ୍ତି। ଛୋଟରୁ ବଡ, ମହିଳାଙ୍କ ଠୁ ପୁରୁଷ ସମସ୍ତେ ହଳଦୀ ଲଗାଇ ପରସ୍ପରଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି।

ତେବେ ରାସାୟନିକ ରଙ୍ଗ ଶରୀର ପାଇଁ କ୍ଷତିକାରକ ହୋଇଥିବା ବେଳେ ହଳଦୀ ଦେହ ପାଇଁ ହିତକର ବୋଲି ଏମାନେ କହିଛନ୍ତି। ଏହାସହ ଏଥିରେ କୋରୋନା ଭୟ ନଥିବା ନେଇ ଏମାନେ ଖୁବ୍ ଧୁମଧାମରେ ହୋଲି ପାଳନ ଆରମ୍ଭ କରିଛନ୍ତି।

ସବୁ ବର୍ଷ ପରି ବଲାଙ୍ଗୀର ଯାଦବ ସମାଜ ଏଥର 24ତମ ହୋଲି ପାଳନ ପାଇଁ ଏକ ବିରାଟ ଆୟୋଜନ କରିଛି। ଯେଉଁଥିରେ ସହରର ତଥା ସହର ଆଖପାଖ ଅଞ୍ଚଳର ହଜାର ହଜାର ଯାଦବ ଭାଇ ଭଉଣୀ ସାମିଲ ହୋଇଛନ୍ତି। ସମସ୍ତେ ମିଶି ହୋଲି ଖେଳିବା ସହ ଭଗବାନ କୃଷ୍ଣଙ୍କୁ ନେଇ ସହର ପରିକ୍ରମା କରିଥିଲେ ।

ରଙ୍ଗର ପର୍ବ ହୋଲିକୁ ନିଜର ରୀତିନୀତି ପରମ୍ପରା ଅନୁସାରେ ଭିନ୍ନ ଢଙ୍ଗରେ ପାଳନ କରି ଯାଦବ ସମାଜ ଏକ ନିଆରା ଉଦାହରଣ ସୃଷ୍ଟି କରିଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.