ବଲାଙ୍ଗିର: ଜିଲ୍ଲା ସ୍ଵଂୟ ସହାୟକ ଗୋଷ୍ଠୀ ଋଣ ମାଫ୍ ପାଇଁ ମହିଳା କଂଗ୍ରେସ ଭିକ୍ଷୋଭ୍ କରିଛି। ଆଜି ଏଥିରେ ମହିଳା କଂଗ୍ରେସର ଶତାଧିକ କର୍ମୀ ଓ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ମହିଳାମାନେ ଜିଲ୍ଲାପାଳାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ବିକ୍ଷୋଭ୍ ପ୍ରଦର୍ଶନ କରିଛନ୍ତି।
ତେବେ କୋରୋନା ପାଇଁ ସର୍ବସାନ୍ତ ହୋଇଥିବା ମହିଳା ଗୋଷ୍ଠୀମାନେ ଋଣ ଅସୁଲି ବନ୍ଦ୍ କରିବା ସହ ଋଣ ସମ୍ପୂର୍ଣ ଛାଡ ପାଇଁ ଦାବି କରିଛନ୍ତି। ସେପଟେ ସରକାରଙ୍କ ନିର୍ଦେଶ ସତ୍ବେ ଅନେକ ଫାଇନାନ୍ସ କମ୍ପାନିଆନେ ଇଏମଆଇ ଆସୁଲି କରିବା ସହ ସମସ୍ତଙ୍କୁ ହଇରାଣ କରୁଥିବା ଏମାନେ ଅଭିଯୋଗ ଆଣିଛନ୍ତି। ଏସବୁ ବନ୍ଦ୍ ପାଇଁ ଏକ ଦାବିପତ୍ର ଏମାନେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି।
ବଲାଙ୍ଗିରରୁ ଏକେ ମହମ୍ମଦ ୱାହିଦ୍, ଇଟିିଭି ଭାରତ