ବଲାଙ୍ଗୀର: ରୋଷେଇ ବେଳେ ଅଘଟଣ । ପୋଡି ହୋଇ ମହିଳା ମୃତ । ଏଭଳି ଦୁଃଖଦ ଘଟଣା ଘଟିଛି ଲୋଇସିଂହା ବ୍ଲକ ନେଗିପାଲି ଗ୍ରାମରେ । ଗାଁର ଅନ୍ନ ନାଏକ ଘରେ ରୋଷେଇ କରୁଥିବା ବେଳେ ତାଙ୍କ ଦେହରେ ନିଆଁ ଲାଗି ଯାଇଥିଲା ।
ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜକୁ ଆଣିଥିବା ବେଳେ ଏଠି ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା । ସେପଟେ ଲୋଇସିଂହା ପୋଲିସ୍ ଘଟଣାର ତଦନ୍ତ କରୁଥିବା ବେଳେ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ