ETV Bharat / state

ଅକ୍ସିଜେନ ଅଭାବରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

author img

By

Published : May 1, 2021, 11:19 PM IST

ବଲାଙ୍ଗୀରରେ କରୋନା କାୟା ମେଲାଇ ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ତେବେ ଏହି ମଧ୍ୟରେ କୋରୋନା ସଂକ୍ରମିତ ଜଣେ ରୋଗୀଙ୍କୁ ଉଚିତ୍ ସମୟରେ ଅକ୍ସିଜେନ ନମିଳିବାରୁ ତାଙ୍କର ମୃତ୍ୟୁ ହୋଇଥିବାର ଗୁରୁତର ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଅକ୍ସିଜେନ ଅଭାବରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ
ଅକ୍ସିଜେନ ଅଭାବରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ କୋରୋନା ତାର ଭୟାବହତା ଦେଖାଇ ଚାଲିଥିବା ବେଳେ ଗୋଟିଏ ପରେ ଗୋଟିଏ ଜୀବନ ନେଇ ଚାଲିଛି । ତେବେ ଜଣେ କରୋନା ସଂକ୍ରମିତ ମହିଳାଙ୍କୁ ସଠିକ ସମୟରେ ଅକ୍ସିଜେନ ନମିଳିବାରୁ ତାଙ୍କର ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି ।

ଅକ୍ସିଜେନ ଅଭାବରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ବଲାଙ୍ଗୀର ଟିଟିଲାଗଡର ଜଣେ ମହିଳା ମିଥିଳା ବାଗ କୋରୋନା ସଂକ୍ରମିତ ହୋଇ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜର କୋଭିଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତେବେ ତାଙ୍କୁ ଅକ୍ସିଜେନ ଲାଗିଥିବା ବେଳେ ତାହା ସରି ଯାଇଥିଲା ଏବଂ ଡାକ୍ତରଙ୍କ ଅବହେଳା ଯୋଗୁଁ ତାଙ୍କୁ ସଠିକ ସମୟରେ ଅକ୍ସିଜେନ ଦିଆ ନାଯିବାରୁ ତାଙ୍କର ମୃତ୍ୟୁ ହୋଇଥିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି । ପରିବାର ଲୋକ ଏହାର ତଦନ୍ତ ଦାବି କରିଛନ୍ତି ।

ଅନ୍ୟପଟେ ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି ଭୀମଭୋଇ ମେଡିକାଲ୍ କଲେଜ ଅଧିକ୍ଷକ । ତେବେ ବର୍ଦ୍ଧିତ ରୋଗୀଙ୍କ ତୁଳନାରେ ଏଠି କର୍ମଚାରୀ ଅଭାବ ଥିବାର ସେ କହିଛନ୍ତି ଏବଂ ତା ପାଇଁ କିଛି ସମସ୍ୟା ଥିବା ବେଳେ ରୋଗୀଙ୍କୁ ଅବହେଳା କୌଣସି ଭାବରେ କରାଯାଉ ନାହିଁ ବୋଲି ସେ କହିଛନ୍ତି । ସେହିପରି ଏଠି ଅକ୍ସିଜେନର କୌଣସି ଅଭାବ ନଥିବା ବେଳେ ଏହା କେମିତି ଘଟିଲା ତାହାର ସେ ତଦନ୍ତ କରିବେ ବୋଲି କହିଛନ୍ତି ।

ତେବେ ଭୀମ ଭୋଇ ମେଡିକାଲ୍ କଲେଜରୁ ଏହିଭଳି ଅଭିଯୋଗ ବାରମ୍ବାର ଆସୁଥିବା ବେଳେ ଏହାର ସମାଧାନ ଦିଗରେ କ’ଣ ପଦକ୍ଷେପ ନିଆ ଯାଉଛି ତାହା ଦେଖିବାକୁ ବାକି ରହିଲା ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.