ETV Bharat / state

ବାହାଘର ଭାଙ୍ଗିଯିବାରୁ ଯୁବତୀଙ୍କ ଆତ୍ମହତ୍ୟା - ବଲାଙ୍ଗୀର ଆତ୍ମହତ୍ୟା ଖବର

ବାରମ୍ବାର ବାହାଘର ଭାଙ୍ଗୁଥିବାରୁ ଚାପଗ୍ରସ୍ତ ହୋଇ ଶେଷରେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ କଣ୍ଟାମାଳ ଥାନା କୁଲତା ଜୋର ଗାଁରେ । ଅଧିକ ପଢନ୍ତୁ...

ବାହାଘର ଭାଙ୍ଗି ଯିବାରୁ ଯୁବତୀଙ୍କ ଆତ୍ମହତ୍ୟା
ବାହାଘର ଭାଙ୍ଗି ଯିବାରୁ ଯୁବତୀଙ୍କ ଆତ୍ମହତ୍ୟା
author img

By

Published : Oct 13, 2020, 7:14 AM IST

ବଲାଙ୍ଗୀର: ବାହାଘର ଭାଙ୍ଗି ଯିବାରୁ ଯୁବତୀଙ୍କ ଆତ୍ମହତ୍ୟା । ମୃତ ଯୁବତୀ ଜଣକ ହେଲେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା କୁଲତା ଜୋର ଗାଁର ଛବିଳ ଭୋଇଙ୍କ ଝିଅ ପଞ୍ଚମୀ ଭୋଇ । ତେବେ ତାଙ୍କର ବାହାଘର ଭାଙ୍ଗି ଯିବାରୁ ଏହି ଯୁବତୀ ଜଣକ ଘରେ କିରୋସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

ବାହାଘର ଭାଙ୍ଗି ଯିବାରୁ ଯୁବତୀଙ୍କ ଆତ୍ମହତ୍ୟା

ପ୍ରଥମେ ତାଙ୍କୁ ଗୁରୁତର ଅବସ୍ଥାରେ ସୋନପୁର ଡାକ୍ତରଖାନା ଓ ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ହେଲେ ସୋମବାର ତାଙ୍କର ମୃତ୍ୟୁ ହୋଇଛି। ତେବେ ଜଣେ ଯୁବକ ଏକ ତରଫା ପ୍ରେମ କରି ତାଙ୍କର ସବୁ ବାହାଘର ଭାଙ୍ଗୁଥିବାରୁ ସେ ମାନସିକ ଚାପଗ୍ରସ୍ତ ହୋଇ ଏହି ପଦକ୍ଷେପ ନେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.