ETV Bharat / state

ନ୍ୟାୟ ପାଇଁ ଶାଶୁଘର ଆଗରେ ମହିଳାଙ୍କ ଧାରଣା

author img

By

Published : Jan 19, 2022, 11:19 AM IST

ବ୍ରହ୍ମପୁରର ତପସ୍ବିନୀ ହେଉ କି ଢେଙ୍କାନାଳର ମାଧବୀ ସୁନା । ଜଣଙ୍କ ପରେ ଜଣେ ମହିଳା ସ୍ବାମୀ ଘର ଆଗରେ ମାଗୁଛନ୍ତି ନ୍ୟାୟ । ପୁଣି ନଜର ଆସିଛି ଦାମ୍ପତ୍ୟ ଜୀବନରେ ତିକ୍ତତା । ବଲାଙ୍ଗୀରରେ ଜଣେ ମହିଳା ତାଙ୍କ ଶିଶୁ ପୁତ୍ର ସହ ସ୍ୱାମୀ ଘର ଆଗରେ ଧାରଣାରେ ବସିଛନ୍ତି । ତାଙ୍କ ସ୍ୱାମୀ ତାଙ୍କୁ ଅସ୍ବୀକାର କରିଥିବାବେଳେ ମହିଳା ଜଣକ ଶୀତ କାକରରେ ଖୋଲା ଆକାଶ ତଳେ ବସି ରହିଛନ୍ତି । ଅଧିକ ପଢନ୍ତୁ

ଶାଶୁ ଘରକୁ ଯିବା ଜିଦରେ ମହିଳାଙ୍କ ଧାରଣା
ଶାଶୁ ଘରକୁ ଯିବା ଜିଦରେ ମହିଳାଙ୍କ ଧାରଣା

ବଲାଙ୍ଗୀର: ବ୍ରହ୍ମପୁରର ତପସ୍ବିନୀ ହେଉ କି ଢେଙ୍କାନାଳର ମାଧବୀ ସୁନା । ଜଣଙ୍କ ପରେ ଜଣେ ମହିଳା ସ୍ବାମୀ ଘର ଆଗରେ ମାଗୁଛନ୍ତି ନ୍ୟାୟ । ପୁଣି ନଜର ଆସିଛି ଦାମ୍ପତ୍ୟ ଜୀବନରେ ତିକ୍ତତା । ବଲାଙ୍ଗୀରରେ ଜଣେ ମହିଳା ତାଙ୍କ ଶିଶୁ ପୁତ୍ର ସହ ସ୍ୱାମୀ ଘର ଆଗରେ ଧାରଣାରେ ବସିଛନ୍ତି । ତାଙ୍କ ସ୍ୱାମୀ ତାଙ୍କୁ ଅସ୍ବୀକାର କରିଥିବାବେଳେ ମହିଳା ଜଣକ ଶୀତ କାକରରେ ଖୋଲା ଆକାଶ ତଳେ ବସି ରହିଛନ୍ତି । ଘଟଣାଟି ବଲାଙ୍ଗୀର ସହର ମଧ୍ୟ ଟିକ୍ରାପଡା ଠାରେ ଦେଖିବାକୁ ମିଳିଛି । ମହିଳା ଲୋପାମୁଦ୍ରା ମିଶ୍ର ତାଙ୍କର ସାତ ବର୍ଷ ଶିଶୁ ପୁତ୍ର ସହ ନିଜ ସ୍ୱାମୀ ବାସୁଦେବ ମିଶ୍ରଙ୍କ ଘର ସମ୍ମୁଖରେ ଧାରଣାରେ ବସିଛନ୍ତି ।

ଶାଶୁ ଘରକୁ ଯିବା ଜିଦରେ ମହିଳାଙ୍କ ଧାରଣା

ମହିଳା ଆଣିଥିବା ଅଭିଯୋଗ ଅନୁସାରେ ତାଙ୍କ ସ୍ବାମୀ ତାଙ୍କୁ ଘରକୁ ପଶିବାକୁ ଦେଉ ନାହାନ୍ତି । ଟିକ୍ରାପଡାରେ ରହୁଥିବା ବାସୁଦେବ ମିଶ୍ର ସମ୍ବଲପୁର ବୁଢା ରାଜାପଡ଼ାରୁ ଲୋପମୁଦ୍ରା ମିଶ୍ରଙ୍କୁ ବୈଦିକ ରୀତି ନୀତିରେ ଗତ 2013ରେ ବିବାହ କରିଥିଲେ । ତେବେ ବିବାହ ପରେ ତାଙ୍କ ବୈବାହିକ ସମ୍ପର୍କରେ ତିକ୍ତତା ଆସିଥିଲା । ମହିଳା ଜଣକ ଗତ 2018ରେ ନିଜ ସ୍ୱାମୀଙ୍କ ସହ ତାଙ୍କ ପରିବାର ଉପରେ ଯୌତୁକ ନିର୍ଯାତନା, ଘରୋଇ ହିଂସା, ଭରଣ ପୋଷଣ ଖର୍ଚ୍ଚ ଦେବା ଓ ଜିଆର ମାମଲା ରୁଜୁ କରି ନିଜ ବାପା ଘରକୁ ଚାଲି ଯାଇଥିଲେ । ତାଙ୍କ ସ୍ୱାମୀ କିଛି ମାସ ପରେ ପୁଣି ତାଙ୍କୁ ସମ୍ବଲପୁରରୁ ବଲାଂଗୀର ଆଣି ଏଠି ଏକ ଭଡା ଘରେ ରଖିଥିଲେ। ଏବଂ କୋର୍ଟଙ୍କ ରାୟ ଅନୁସାରେ ତାଙ୍କ ସ୍ବାମୀ ତାଙ୍କୁ ଭରଣ ପୋଷଣ ବାବଦରେ ମାସକୁ ୬ହଜାର ଦେବା କଥା ହେଲେ ତାହା ଦେଉ ନାହାନ୍ତି । ସମାନ ଭାବରେ ତାଙ୍କ ସ୍ୱାମୀ ତାଙ୍କୁ ସେ ଦେଇଥିବା ଅଭିଯୋଗକୁ ଫେରାଇ ନେବା ପାଇଁ ଏସବୁ କରି ତାଙ୍କୁ ସମ୍ବଲପୁରରୁ ଆଣି ବଲାଙ୍ଗୀରର ଏକ ଭଡା ଘରେ ରଖିଥିବାର ସେ ଅଭିଯୋଗ ଆଣିଛନ୍ତି ।

ସେପଟେ ଘରଭଡା ଦେଇ ନ ପାରିବାରୁ ଗତ 13 ତାରିଖରେ ଘର ମାଲିକ ତାଙ୍କୁ ଘରୁ ତଡି ଦେଇଥିବାର ସେ କହିଛନ୍ତି । ଏବେ ଅସହାୟ ହୋଇଥିବା ବେଳେ ତାଙ୍କ ବାପ ଘରକୁ ମଧ୍ୟ ସେ ନଯାଇ ସ୍ବାମୀଙ୍କ ଘରେ ରହିବେ ବୋଲି କହିବା ସହ ସ୍ୱାମୀର ଘର ସମ୍ମୁଖରେ ଦିନ ଦ୍ୱିପ୍ରହରରୁ ଧାରଣା ଦେଇଛନ୍ତି । ତାଙ୍କ ସ୍ବାମୀ ତାଙ୍କୁ ଘରକୁ ନ ନେଲେ ଏଠି ସେ ଜୀବନ ହାରିବେ ବୋଲି କହିଛନ୍ତି । ଅନ୍ୟପଟେ ମହିଳାଙ୍କ ସ୍ୱାମୀ ବାସୁଦେବ ମିଶ୍ର ଏସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ତାଙ୍କ ସ୍ତ୍ରୀ ଘରେ ସବୁ ବେଳେ କଳହ କରୁଥିବା ବେଳେ ସେ ନିଜେ ସମସ୍ତଙ୍କ ନାଁରେ ଅତ୍ୟାଚାର, ଯୌତୁକ ଭଳି ମାମଲା ରୁଜୁ କରିଥିବା କହିଛନ୍ତି। ସେହିପରି ସେ ପୋଲିସ ସହାୟତାରେ ତାଙ୍କର ସବୁ ସାମାନ ଘରୁ ନେଇ ନିଜ ବାପା ଘରକୁ ଚାଲି ଯାଇଥିଲେ ବୋଲି କହିଛନ୍ତି ଲୋପାମୁଦ୍ରାଙ୍କ ସ୍ବାମୀ ।

ଦୁହିଁଙ୍କର ଡିଭୋର୍ସ ମାମଲା ଗତ 2018 ରୁ କୋର୍ଟରେ ବିଚାରଧୀନ ଅଛି ବୋଲି ସେ କହିବା ସହ କୌଣସି ପରିସ୍ଥିତିରେ ଆଉ ତାଙ୍କୁ ସ୍ୱୀକାର କରିବେ ନାହିଁ ବୋଲି କହିଛନ୍ତି । ଅନ୍ୟପଟେ ସେ କୋର୍ଟରୁ ଭରଣପୋଷଣ ବାବଦରେ କୌଣସି ନୋଟିସ ପାଇନାହାନ୍ତି ବୋଲି କହିଛନ୍ତି। ସେପଟେ ଏହି ମାମଲା ତାଙ୍କ ସ୍ଥାନୀୟ ଅଞ୍ଚଳ ତଥା ବଲାଙ୍ଗୀରରେ ଚର୍ଚ୍ଚାର ବିଷୟ ପାଳିଟିଛି । ପୂର୍ବରୁ ପୋଲିସ ଓ ପ୍ରଶାସନ ଏହାର ସମାଧାନ କରି ବିଫଳ ହୋଇଛନ୍ତି । ଏପରିକି ମହିଳା ଓ ଶିଶୁଙ୍କୁ କିଛି ଦିନ ସଖୀ ସେଣ୍ଟରରେ ରଖି ଦୁଇ ଜଣଙ୍କୁ ବୁଝାଇବାକୁ ମଧ୍ୟ ଚେଷ୍ଟା କରିଥିଲା । ତେବେ ତାଙ୍କ ଦୁଇ ଜଣଙ୍କ ମାମଲା କୋର୍ଟରେ ବିଚାରଧୀନ ଥିବାରୁ ଅଧିକ ପଦକ୍ଷେପ କୋର୍ଟଙ୍କ ରାୟ ପରେ ନିଆଯିବ ବୋଲି ପ୍ରଶାସନ ଓ ପୋଲିସ ସୂଚନା ଦେଇଛନ୍ତି ।

ମହିଳାଙ୍କୁ ବଲାଙ୍ଗୀର ପ୍ରଶାସନ ପକ୍ଷରୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ , ସମାଜ କଲ୍ୟାଣ ବିଭାଗ ଓ ଚାଇଲ୍ଡ ଲାଇନ ଆସି ମହିଳାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ମହିଳା ଜଣକ ନିଜ ଜିଦରେ ଅଟଳ ଥିବାବେଳେ ତାଙ୍କ ଧାରଣା ମଧ୍ୟ ଜାରି ରଖିଛନ୍ତି । ତେବେ ଘଟଣାର କଣ ସତ୍ୟାସତ୍ୟ ତାହା ସମୟ କହିବ ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.