ବଲାଙ୍ଗୀର: ରାଜ୍ୟରେ ପୁଣି ଥରେ ରାଜ୍ୟ ସରକାର ବିଦ୍ୟୁତ ବିଭାଗକୁ ଘରୋଇ କରଣ କରିବାର ଯୋଜନା ହାତକୁ ନେଇଛନ୍ତି ଏବଂ ଏଥିରେ ପଶ୍ଚିମ ଓଡ଼ିଶା ବିଦ୍ୟୁତ ବିଭାଗକୁ ମଧ୍ୟ ଅନୁରୂପ ଭାବରେ ଘରୋଇ କରଣ ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ଏନେଇ ଟାଟା ପାୱାର ସହ ଏହାର ଅନୁବନ୍ଧିତା ହେଉଥିବାର ଜଣାପଡିଛି ।
ସେପଟେ ପୂର୍ବରୁ ମଧ୍ୟ ସରକାର ରିଲାଏନ୍ସ ଏନର୍ଜୀ ହାତରେ ବିଦ୍ୟୁତ ବିଭାଗକୁ ଟେକି ଦେଇ 40 ପ୍ରତିଶତର କ୍ଷତି ସହିଛନ୍ତି । ତେବେ ପୁଣି ଆଉ ଥରେ ସମାନ ନିଷ୍ପତ୍ତି ସରକାର ନେଉଥିବାକୁ ବିରୋଧ କରିଛି ପଶ୍ଚିମାଞ୍ଚଳ ବିଦ୍ୟୁତ କର୍ମଚାରୀ ଓ ଇଞ୍ଜିନିୟର ଏକତା ମଞ୍ଚ । ଏଥିପାଇଁ ଗତ ମାସରୁ ଏମାନେ ପ୍ରତିବାଦ କରୁଥିବା ବେଳେ ଆସନ୍ତା 16 ତାରିଖରୁ ରିଲେ ଧାରଣା ଦେବାର ନିଷ୍ପତ୍ତି ନେଇଛନ୍ତି ।
ସରକାର ଦାବି ନ ଶୁଣିଲେ ଆଗକୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ସେମାନେ କହିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ