ETV Bharat / state

ପାଣି ପାଇଁ ରାସ୍ତାକୁ ଓହ୍ଲାଇଲେ ଶତାଧିକ ମହିଳା - ବଲାଙ୍ଗୀର ପୌରପାଳିିକା

ପିଇବା ପାଣି ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଲୋକେ । ପାଣି ସମସ୍ୟା ସମାଧାନ ନ ହେଲେ ଆଗକୁ ତୀବ୍ର ଆନ୍ଦୋଳନର ଚେତାବନୀ। ଅଧିକ ପଢନ୍ତୁ...

ପିଇବା ପାଣି ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଲୋକେ
ପିଇବା ପାଣି ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଲୋକେ
author img

By

Published : May 31, 2021, 9:14 PM IST

ବଲାଙ୍ଗୀର: ପିଇବା ପାଣି ସମସ୍ୟା ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଲୋକେ । ବଲାଙ୍ଗୀର ପୌରପାଳିିକା ଅନ୍ତର୍ଗତ କଦମ ପଡ଼ା ଓ ନନ୍ଦିନୀ ନଗରରେ ପିଇବା ପାଣିର ଘୋର ସମସ୍ୟା ଥିବା ପଡ଼ାବାସୀ ଅଭିଯୋଗ କରିଛନ୍ତି। ତେବେ ଚାରି ଦିନ ଧରି ଏଠାରେ ଅଳ୍ପ ସମୟ ପାଇଁ କିଛି ଅଞ୍ଚଳକୁ ପାଣି ଯୋଗାଇ ଦିଆଯାଉଥିବା ବେଳେ ତାହା ସମୁଦ୍ରକୁ ଶଙ୍ଖେ ଭଳି ହୋଇଛି । ଲୋକ ପିଇବା ପାଣି ନ ପାଇ ହନ୍ତସନ୍ତ ହେଉଛନ୍ତି ।

ପିଇବା ପାଣି ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଲୋକେ

ସେପଟେ, ଏଥିପାଇଁ ସେମାନେ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କିଛି ସୁଫଳ ନ ପାଇବାରୁ ଆଜି(ମଙ୍ଗଳବାର) ଏହି ପଡ଼ାର ଶତାଧିକ ମହିଳା ଓ ପୁରୁଷ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ପିଇବା ପାଣି ସମସ୍ୟା ଶୀଘ୍ର ସମାଧାନ ନହେଲେ ଆଗକୁ ଏମାନେ ତୀବ୍ର ଆନ୍ଦୋଳନ କରିବେ ବୋଲି କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.