ETV Bharat / state

ଜଳ ସମ୍ପଦରେ ଭରପୁର ବଲାଙ୍ଗୀର, ଜଳ ସଙ୍କଟରେ କାନ୍ଦୁଛି ଚାଷୀ - ଚାଷୀ ଆତ୍ମହତ୍ୟା

ବଲାଙ୍ଗୀରରେ ଜଳ ସଙ୍କଟ ନେଇ ଅଚିନ୍ତାରେ ସରକାର । ଜିଲ୍ଲାରେ ରହିଛି ମୋଟ 29 ପ୍ରତିଶତ ଜଳସେଚନ ବ୍ୟବସ୍ଥା । ସେହିପରି ମୋଟ 3 ଲକ୍ଷ 45 ହଜାର ହେକ୍ଟର ଚାଷଜମିରୁ 1 ଲକ୍ଷ 2 ହଜାର ହେକ୍ଟର ଜଳସେଚିତ ।

ଜଳ ସମ୍ପଦରେ ଭରପୂର, କିନ୍ତୁ ଚାଷୀଙ୍କୁ ଜଳ ସଙ୍କଟ
author img

By

Published : Aug 22, 2019, 10:45 PM IST

ବଲାଙ୍ଗୀର: ପଶ୍ଚିମ ଓଡିଶାର ପରିଚୟ ଚାଷ । ସମ୍ବଲପୁରଠୁ ସୁନ୍ଦରଗଡ..ବରଗଡ ଓ ବଲାଙ୍ଗୀର ଚାଷ ଉପରେ ନିର୍ଭରଶୀଳ ସଭିଏଁ। ପୁଣି ଓଡିଶାର ଭାତହାଣ୍ଡି କଳାହାଣ୍ଡି । ହେଲେ ଏସବୁ ସ୍ଥାନରେ ଚରମ ଅବହେଳା ଜଳଜଳ ।

ଜଳ ସମ୍ପଦରେ ଭରପୂର, କିନ୍ତୁ ଚାଷୀଙ୍କୁ ଜଳ ସଙ୍କଟ

ଚାଷ ପ୍ରଣାଳୀ ଓ ଚାଷୀଙ୍କ ଅବସ୍ଥା ନ କହିବା ଭଲ। ଏପରିକି ବଲାଙ୍ଗୀରରେ ମଧ୍ୟ ସମାନ ସ୍ଥିତି। ଜିଲ୍ଲାରେ ଜଳ ସମ୍ପଦ ଭରପୁର । ବୋହୁଛି ମୋଟ ଆଠଟି ନଦୀ ଓ 22ଟି ନାଳ । ରହିଛି ସୁକ ତେଲ, ରାହୁଲ, ତେଲ, ଅଙ୍ଗ ଭଳି ମୁଖ୍ୟ ନଦୀ । ସେହିପରି ଅବ୍ୟବହୃତ ହୋଇପଡିଛି 250ରୁ ଅଧିକ ଜଳାଶୟ । କିନ୍ତୁ ଚାଷୀଙ୍କୁ ମିଳୁନି ଜଳସେଚନର ସୁବିଧା । କୌଣସି ନଦୀ କିମ୍ବା ନାଳରେ ଏଯାଏଁ ତିଆରି ହୋଇନି ବ୍ୟାରେଜ। ଅଟକୁନି ବଳକା ପାଣି । ଯେତେ ପ୍ରକଳ୍ପ କାମ ଚାଲିଛି ଏଯାଏଁ ସମ୍ପୂର୍ଣ ହୋଇନି ।

ତେବେ ଜିଲ୍ଲାରେ ଜଳ ସଙ୍କଟ ନେଇ ଅଚିନ୍ତାରେ ସରକାର । କୃଷି ବିଭାଗ ସୂଚନାନୁସାରେ ଜିଲ୍ଲାରେ ରହିଛି ମୋଟ 29 ପ୍ରତିଶତ ଜଳସେଚନ ବ୍ୟବସ୍ଥା । ସେହିପରି ମୋଟ 3 ଲକ୍ଷ 45 ହଜାର ହେକ୍ଟର ଚାଷଜମିରୁ 1 ଲକ୍ଷ 2 ହଜାର ହେକ୍ଟର ଜଳସେଚିତ । ଭଲ ବର୍ଷା ହେଲେ ଏହି ଜଳସେଚନ ପ୍ରତିଶତ ମଧ୍ୟ ବୃଦ୍ଧି ପାଏ । ଏପରି ସ୍ପଷ୍ଟୀକରଣ ଦେଇ ବିଭାଗୀୟ ଅଧିକାରୀ ନିଜ ଦାୟିତ୍ବ ସାରିଦେଇଛନ୍ତି ।

ହେଲେ ପ୍ରକୃତ ସମସ୍ୟା ଭୋଗୁଛି ଚାଷୀ । ଜିଲ୍ଲାର ଚାଷୀ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଉଛନ୍ତି । ଜିଲ୍ଲାରେ ଭରି ରହିଛି ଅନେକ ଉତ୍ସ । ହେଲେ ଏହାର ବିନିଯୋଗ ନ ହେବା ମୁଖ୍ୟ ସମସ୍ୟା । ସରକାର ଆଧୁନିକ ପ୍ରଣାଳୀ ଓ ଜ୍ଞାନକୌଶଳର ଉପଯୋଗ କଲେ ଏହି ମରୁଡିପ୍ରବଣ ଜିଲ୍ଲା ଏକ ନୂଆ ଆଶା ଦେଖିପାରନ୍ତା ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍, ଇଟିଭି ଭାରତ

Intro:ଭାରତ ସ୍ୱାଧୀନ ହେବାକୁ 73 ବର୍ଷ ବିତି ଯାଇଛି ଇଂରେଜ ପରେ ଶାସନ ଡୋର ନିଜ ହାତକୁ ଆସିଛି । ହେଲେ କେତେ ପ୍ୟାରିବର୍ତ୍ତନ ହୋଇଛି ଚାଷୀର ଭାଗ୍ୟ, ଚାଷ ପାଇଁ କଣ ସୁବିଧା ଯୋଗାଇ ଦିଆ ଯାଇଛି ଏହିଭଳି ପ୍ରଶ୍ନ ବଲାଂଗୀର ପାଇଁ କରାଗଲେ ଏଥରେ ବଲାଂଗୀର ବହୁ ପଛରେ ଥିବାର ଜଣା ଯାଏ। ଏଠି ସ୍ୱାଧୀନତା ଏତେ ବର୍ଷ ବିତିଯାଇଥିଲେ ମଧ୍ୟ ଚାଷୀ ଜଳସେଚନ ଭଳି ସୁବିଧା ପାଇ ପାରି ନାହିଁ । ମରୁଡି ପ୍ରବଣ ବଲାଂଗୀର ଏବେବି 3 ରୁ ମାତ୍ର କିଛି ପ୍ରତିଶତ ନିଶ୍ଚିତ ଜଳସେଚନର ସୁବିଧା ଏଯାଏଁ ପାଇଛି। ବଲାଙ୍ଗୀରରେ ଜଳ ସମ୍ପଦା ବା ଉତ୍ସ ଭରପୁର ଥାଇ ମଧ୍ୟ ଚାଷ ରେ ପାଣି ବୁନ୍ଦାଏ ପାଇଁ ଛଟ ପଟ ହୋଇଥାଏ।

Body:ଭାରତ ସ୍ୱାଧୀନ ହେବାକୁ 73 ବର୍ଷ ବିତି ଯାଇଛି ଇଂରେଜ ପରେ ଶାସନ ଡୋର ନିଜ ହାତକୁ ଆସିଛି । ହେଲେ କେତେ ପରିବର୍ତ୍ତନ ହୋଇଛି ଚାଷୀର ଭାଗ୍ୟ, ଚାଷ ପାଇଁ କଣ ସୁବିଧା ଯୋଗାଇ ଦିଆ ଯାଇଛି ଏହିଭଳି ପ୍ରଶ୍ନ ବଲାଂଗୀର ପାଇଁ କରାଗଲେ ଏଥରେ ବଲାଂଗୀର ବହୁ ପଛରେ ଥିବାର ଜଣା ଯାଏ। ଏଠି ସ୍ୱାଧୀନତା ଏତେ ବର୍ଷ ବିତିଯାଇଥିଲେ ମଧ୍ୟ ଚାଷୀ ଜଳସେଚନ ଭଳି ସୁବିଧା ପାଇ ପାରି ନାହିଁ । ମରୁଡି ପ୍ରବଣ ବଲାଂଗୀର ଏବେବି 3 ରୁ ମାତ୍ର କିଛି ପ୍ରତିଶତ ନିଶ୍ଚିତ ଜଳସେଚନର ସୁବିଧା ଏଯାଏଁ ପାଇଛି। ବଲାଙ୍ଗୀରରେ ଜଳ ସମ୍ପଦା ବା ଉତ୍ସ ଭରପୁର ଥାଇ ମଧ୍ୟ ଚାଷ ରେ ପାଣି ବୁନ୍ଦାଏ ପାଇଁ ଛଟ ପଟ ହୋଇଥାଏ। ବଲାଂଗୀର ଜିଲ୍ଲାରେ ଛୋଟ ବଡ଼ କରି ମୋଟ ଆଠ ଟି ଶୁଷ୍କ ନଦୀ ବହୁଛି । ଯେଉଁଥିରେ ସୁକ ତେଲ,ରାହୁଲ,ତେଲ,ଅଙ୍ଗ,ଲାଂଥ, ସନ ଗୋଡ,ଜିରା ଭଳି ମୁଖ୍ୟ ନଦୀ ଏଠି ପ୍ରଭାହିତ ହେଉଛି। ସେହିପରି ଛୋଟ ବଡ଼ କରି 22ଟି ନାଳ ଏଠି ବହୁଛି । ତେବେ ଏସବୁ ଭରପୁର ଉତ୍ସ ଥାଇ ମଧ୍ୟ ବଲାଙ୍ଗୀରରେ ଜଳସେଚନର ସୁବିଧା ହୋଇ ପାରି ନାହିଁ। ଏବଂ ଏହାର ମୁଖ୍ୟ କାରଣ ହେଉଛି ଏସବୁର ସଦୁପଯୋଗ କରିନ ପାରିବା। କୌଣସି ନଦୀ କିମ୍ବା ନାଳ ରେ ଵେରେଜ କିମ୍ବା ବାନ୍ଧ ଏଯାଏଁ ତିଆରି ନ କରି ପାରିବା ହେତୁ ପାଣି କୁ ରଖା ଯାଇ ପାରୁ ନାହିଁ। ସେହିପରି ଯେତେ ପ୍ରକଳ୍ପ କାମ ଚାଲିଛି ତାହା ଏଯାଏଁ ସମ୍ପୂର୍ଣ ହୋଇ ପାରି ନାହିଁ। ଯାହାର ଲୋୟର ସୁକତେଲ ପ୍ରକଳ୍ପ ଏକ ଉଦାହରଣ ହୋଇଥିବା ବେଳେ ଅଙ୍ଗ ଵେରେଜ ଭଳି ଅନେକ ପ୍ରକଳ୍ପ ଏଯାଏଁ ଆରମ୍ଭ ହୋଇ ପାରି ନାହିଁ । ସେହିପରି ଏଠି 250 ରୁ ଉର୍ଧ୍ୱ ବଡ଼ ପୁଷ୍କରିଣୀ ରହିଛି ଯାହାର ମଧ୍ୟ ପରବର୍ତ୍ତୀ ସମୟରେ ପୁନାରୁଦ୍ଧର ହୋଇ ପାରି ନାହିଁ । ସମାନ ଭାବରେ ଏଠି ଛ ଟି ମେଗା ଉଠ ଜଳ ସେଚନ ପ୍ରକଳ୍ପ ଥିବା ବେଳେ ସେ ମଧ୍ୟରୁ ତିନୋଟି କାମ କରୁଛି ଓ ଅନ୍ୟ ସବୁ ଅକାମି ହୋଇ ପଡି ରହିଛି। ଫଳରେ ସ୍ୱର୍ଗ ଆଶ୍ରିତ ଥିବା ଏଠିକାର ଚାଷ ବିନା ପାଣିରେ ସବୁ ବେଳେ ମରୁଡି ର ବସ ବୃତ୍ତି ହୋଇ ଆସୁଛି । ଏବଂ ଚାଷ ପ୍ରଧାନ ବଲାଂଗୀର ଜିଲ୍ଲାର ଅର୍ଥନୀତି ମଧ୍ୟ ଏହା ଯୋଗୁଂ ପ୍ରଭାବିତ ହେଉଛି ତଥା ଚାଷୀ ସବୁବେଳେ ତଳିତଲାନ୍ତ ହୋଇ ରହିଛି ।
ବାଇଟ ପୂର୍ଣ ପଣ୍ଡା ବଲାଂଗୀର ବାସିନ୍ଦା
ବାଇଟ ଡାକ୍ତର ସୁଧୀର ପରିଛା ଚାଷି ନେତା ବଲାଂଗୀର
ବଲାଙ୍ଗୀରରେ ନିଶ୍ଚିତ ଜଳସେଚନ ତିନି ପ୍ରତିଶତ ଥିବା ସରକାଟ ମଧ୍ୟ ସ୍ୱୀକାର କରି ଆସିଛନ୍ତି । ଯେଉଁଥରେ ବଲାଂଗୀର ଜିଲ୍ଲା ଅପର ଶୁକତେ ଲ, ଲୋୟର ଇନ୍ଦ୍ର ,ଟିଟିଲାଗଡ଼ ଷ୍ଟେଜ2 ଓ ହୀରାକୁଦ ଭଳି ପ୍ରକଳ୍ପରୁ ଏହି ତିନି ପ୍ରତିଶତ ଜଳ ସେଚନ ସୁବିଧା ପାଇଛି। ତେବେ ବରୱେଳ, କ୍ଳସ୍ତର ଵୋର ୱେ ଲ ଓ ଲିଫ୍ଟ ଇରିଗେସନ କୁ ମିଶାଇ ଜଳସେଚନ ମୋଟ 29 ପ୍ରତିଶତ ଥିବାର ବଲାଂଗୀର କୃଷି ବିଭାଗ କହିଛି । ସେହପାରି ଜିଲ୍ଲାରେ ମୋଟ 3 ଲକ୍ଷ୍ୟ 45 ହଜାର ହେକ୍ଟର ଜମି ରେ ଚାଷ ହେଉଥିବା ବେଳେ 1ଲକ୍ଷ୍ୟ 2ହଜାର ହେକ୍ଟର ଜଳସେଚିତ ବୋଲି ବିଭାଗ କହିଛି । ସେହିପରି ଭଲ ବର୍ଷା ହେଲେ ଏହି ଜଳସେଚନ ପ୍ରତିଶତ ମଧ୍ୟ ବୃଦ୍ଧି ପାଇଥାଏ ବୋଲି ବିଭାଗ କହିଛି ।
ବାଇଟ ଶ୍ରୀଧର ଦାସ କୃଷି ଉପ ନିର୍ଦ୍ଦେଶକ ବଲାଂଗୀର

Conclusion:ବଲାଂଗୀର ରେ ସବୁ ଥାଇ ମଧ୍ୟ ବଲାଂଗୀର ଗରିବ ଏହାର କାରଣ କେବଳ ଏଠିକାର ଉତ୍ସ ର ବିନିଯୋଗ ହୋଇଣ ପରିବା ମୁଖ୍ୟ କାରଣ ଅଟେ। ତେବେ ସ୍ୱାଧୀନତା ପୂର୍ବରୁ ଏଠି ଯାହା ପରିସ୍ଥିତି ଜଳସେଚନର ଥିଲା ତାହା ଏବେ ମଧ୍ୟ ସମାନ ରହିଛି ଜାହାପାଇଁ ସରକାର ହିଁ ଦାୟୀ ବୋଲି କୁହା ଯାଇଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.