ETV Bharat / state

ଶେଷ ଯାତ୍ରାରେ ବି ଜାତିପ୍ରଥା, ମୃତଦେହକୁ ମିଳିଲାନି ଚାରିକାନ୍ଧ

author img

By ETV Bharat Odisha Team

Published : Dec 11, 2023, 4:29 PM IST

Casteism in Balangir: ଜାତି ପାଇଁ ମୃତ୍ୟୁ ପରେ ବି ମୃତଦେହକୁ ମିଳିଲାନି ଚାରିକାନ୍ଧ । ଅନ୍ତିମ ସତ୍କାର କଲେ ସ୍ବେଚ୍ଛାସେବୀ ସଂଗଠନ । ଅଧିକ ପଢ଼ନ୍ତୁ

casteism in balangir
casteism in balangir
casteism in balangir

ବଲାଙ୍ଗୀର: ବିଂଶ ଶତାବ୍ଦୀରେ ପାଦ ଦେଲାଣି ମଣିଷ । ମଣିଷ ଯାଇ ମହାକାଶରେ ପହଞ୍ଚିଲାଣି । ବିଜ୍ଞାନ ଯୁଗରେ ଅସମ୍ଭବ କାମରୁ ସମ୍ଭବ ମଧ୍ୟ କରିସାରିଲାଣି । ହେଲେ ଏବେବି ମଣିଷ ସମାଜରୁ ଅନ୍ଧବିଶ୍ବାସ, ଜାତିପ୍ରଥା ତଥା ଛୁଆଁ ଅଛୁଆଁର ଭେଦଭାବ ଦୂର କରିବା ମଣିଷ ପକ୍ଷେ ସମ୍ଭବ ହେଉନି । ଏବେ ବି ଜାତି ଅଜାତିର ଭେଦଭାବର ଶିକାର ହେଉଛି ମଣିଷ । ଜାତି ପାଇଁ ମୃତ୍ୟୁ ପରେ ବି ମୃତଦେହକୁ ମିଳି ପାରୁନି ଚାରିକାନ୍ଧ । ଜାତିପ୍ରଥା ପାଇଁ ଜଣେ ମହିଳାଙ୍କ ମୃତଦେହ 12 ଘଣ୍ଟା ଅସହାୟ ହୋଇ ପଡ଼ି ରହିଲା । ଏମିତି କିଛି ସମ୍ବେଦନଶୀଳ ଘଟଣା ଘଟିଛି ବଲାଙ୍ଗୀର ଲୋଇସିଂହା ବ୍ଲକରେ ।

ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ସର୍ଗାଡ୍ ଗ୍ରାମର ମହିଳା ପ୍ରତିମା ବିଶ୍ଵାଳ ଗାଁର ଜଣେ ଅନ୍ୟଜାତିର ଯୁବକଙ୍କୁ ପ୍ରେମ ବିବାହ କରିଥିଲେ । ଯାହାପରେ ତାଙ୍କୁ ବାସନ୍ଦ ଜୀବନ କାଟିବାକୁ ପଡିଥିଲା । 20 ବର୍ଷ ପୂର୍ବେ ଏହି ମହିଳାଙ୍କ ସ୍ଵାମୀଙ୍କ ମୃତ୍ୟୁ ହୋଇଥିଲା । ତେବେ ତାଙ୍କର ଏକ ମାତ୍ର ପୁଅ ସହ ସେ ରହି ଆସୁଥିଲେ । ହେଲେ ଗତ କିଛି ବର୍ଷ ହେବ ତାଙ୍କ ପୁଅ ମଧ୍ୟ ତାଙ୍କୁ ବୃଦ୍ଧା ଅବସ୍ଥାରେ ଛାଡି ଦେଇଥିଲେ । ବୃଦ୍ଧା ଜଣକ ତାଙ୍କ ଜଣେ ସମ୍ପର୍କୀୟ ଚେତନ ପ୍ରଧାନଙ୍କ ଘରେ ରହି ଆସୁଥିଲେ । କିନ୍ତୁ ଗତକାଲି ସନ୍ଧ୍ୟାରେ ବୃଦ୍ଧା ମହିଳାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ମଧ୍ୟ ତାଙ୍କ ପୁଅ କିମ୍ବା ଗ୍ରାମବାସୀ ତଥା ପାଖ ପଡୋଶୀ କେହି ସାହା ହୋଇ ନଥିଲେ । ବୃଦ୍ଧାଙ୍କ ମୃତଦେହ ଦୀର୍ଘ 12 ଘଣ୍ଟା ଅସହାୟ ଅବସ୍ଥାରେ ପଡ଼ି ରହିଥିଲା ।

ଏହା ମଧ୍ୟ ପଢ଼ନ୍ତୁ.......ଝିଅର ମୃତଦେହକୁ ଛୁଇଁଲାନି ପରିବାର, ମାନବିକତା ଦେଖାଇ ଅନ୍ତିମ ସତ୍କାର କଲେ ସାମ୍ବାଦିକ

ତେବେ ଏନେଇ ବଲାଙ୍ଗୀର ସ୍ବେଚ୍ଛାସେବୀ ସଂଗଠନ ସୂଚନା ପାଇବା ପରେ ସଂଗଠନର ସଦସ୍ୟମାନେ ସଂପୃକ୍ତ ଗାଁକୁ ଯାଇଥିଲେ । ମୃତଦେହକୁ ଉଦ୍ଧାର କରି ହିନ୍ଦୁ ରୀତିନୀତିରେ ସମ୍ମାନର ସହ ଚାରି କାନ୍ଧ ଦେଇଥିଲେ । ସେହିପରି ମୃତଦେହକୁ ସ୍ଥାନୀୟ ଶ୍ମଶାନ ଘାଟକୁ ନେଇ ସତ୍କାର କରିଛନ୍ତି । ଏଭଳି ଅଭାବନୀୟ ଘଟଣାରେ ପ୍ରତିକ୍ରିୟା ଦେଇ ଆମ ସମାଜର ବ୍ୟବସ୍ଥା ଓ ଜାତିପ୍ରଥା ଉପରେ ଦୁଃଖ ପ୍ରକାଶ କରିଛନ୍ତି ସ୍ବେଚ୍ଛାସେବୀ ସଂଗଠନ ସଭାପତି ସନ୍ତୋଷ ପଟ୍ଟନାୟକ ।

ସନ୍ତୋଷ କହିଛନ୍ତି, "ଭାରତ ସ୍ୱାଧୀନ ହେବାର 75 ବର୍ଷ ବିତିଥିଲେ ମଧ୍ୟ ବଲାଙ୍ଗୀର ଭଳି ପଛୁଆ ଜିଲ୍ଲାରେ ଏଭଳି ମାନସିକତା ଚିନ୍ତାର ବିଷୟ । ଏହି ଅସହାୟ ମୃତଦେହକୁ ସ୍ୱେଚ୍ଛା ସେବୀ ସଂଗଠନ ସମ୍ମାନର ସହ ସତ୍କାର କରିଛନ୍ତି । ଆଜିର ଯୁଗରେ ପ୍ରେମ ବିବାହ ସାଧାରଣ ହୋଇଥିବା ବେଳେ କେବଳ ଜାତିପ୍ରଥାକୁ ନେଇ ନିଜ ଆତ୍ମୀୟଙ୍କ ପ୍ରତି ଏଭଳି ଅଭିଚାର କରିବା ଏକ ନିନ୍ଦାର ବିଷୟ । ଆମ ସଂଗଠନ ଏହି ଦିଗରେ ଲୋକଙ୍କୁ ସଚେତନ କରୁଥିବା ବେଳେ ସରକାର ଓ ପ୍ରଶାସନ ମଧ୍ୟ ଏଭଳି ସଚେତନ କାର୍ଯ୍ୟକ୍ରମ ହାତକୁ ନିଅନ୍ତୁ ।"

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.