ETV Bharat / state

ବିରୋଧ ସତ୍ତ୍ବେବି ଆରମ୍ଭ ହେଲା ସୋଲାର ପ୍ଲାଣ୍ଟ କାମ, ଧାରଣାରେ ଗ୍ରାମବାସୀ - ବିରୋଧ ସତ୍ତ୍ବେବି ଆରମ୍ଭ ହେଲା ସୋଲାର ପ୍ଲାଣ୍ଟ କାମ

ବଲାଙ୍ଗୀରରେ ତୀବ୍ର ବିରୋଧ ପରେ ମଧ୍ୟ ଗୁରୁବାର ପୋଲିସ ଉପସ୍ଥିତି ଆରମ୍ଭ ହେଲା ସୋଲାର ପ୍ଲାଣ୍ଟ କାମ । ଧାରଣାରେ ଗ୍ରାମବାସୀ । ଅଧିକ ପଢନ୍ତୁ

ବିରୋଧ ସତ୍ତ୍ବେବି ଆରମ୍ଭ ହେଲା ସୋଲାର ପ୍ଲାଣ୍ଟ କାମ, ଧାରଣାରେ ଗ୍ରାମବାସୀ

author img

By

Published : Sep 9, 2022, 12:51 PM IST

ବଲାଙ୍ଗୀର: ବାରମ୍ବାର ବିରୋଧ ସତ୍ତ୍ବେ ବି ସଇଁତଳା ବ୍ଲକରେ ଆରମ୍ଭ ହେଲା ସୋଲାର ପ୍ଲାଣ୍ଟ । ତୀବ୍ର ବିରୋଧ ପରେ ମଧ୍ୟ ଗୁରୁବାର ପୋଲିସ ଉପସ୍ଥିତି ଆରମ୍ଭ ହୋଇଛି ସୋଲାର ପ୍ଲାଣ୍ଟ କାମ । ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ଡୁଙ୍ଗୁରିପାଲି ଓ ତେଣ୍ଡିପାଲି ଗ୍ରାମରେ ଏହି ପ୍ରସ୍ତାବିତ ସୋଲାର ପ୍ଲାଣ୍ଟ ଆରମ୍ଭ ହୋଇଥିବା ବେଳେ ଏହାକୁ ବିରୋଧ କରି ଧାରଣାରେ ବସିଛନ୍ତି ଏହି ଦୁଇ ଗ୍ରାମବାସୀ ।

ବିରୋଧ ସତ୍ତ୍ବେବି ଆରମ୍ଭ ହେଲା ସୋଲାର ପ୍ଲାଣ୍ଟ କାମ, ଧାରଣାରେ ଗ୍ରାମବାସୀ

ଡୁଙ୍ଗୁରିପାଲି ଓ ତେଣ୍ଡିପାଲି ଗ୍ରାମବାସୀ ଆରମ୍ଭରୁ ସୋଲାର ପ୍ଲାଣ୍ଟ ନିର୍ମାଣକୁ ବିରୋଧ କରୁଥିଲେ । ଏଠିକାର ଗୋଚର ଜମିକୁ ଚଞ୍ଚକତା କରି ଆଦିତ୍ୟ ବିର୍ଲା ଗ୍ରୁପ ଏଠାରେ ସୋଲାର ପ୍ଲାଣ୍ଟ ସ୍ଥାପନ କରିବାକୁ ଯାଉଥିବା ବେଳେ ଗୃହ ପାଳିତ ପଶୁଙ୍କ ଚରା ଭୂଇଁ ଚୋରି ହୋଇଥିବାର ଅଭିଯୋଗ ହୋଇଛି । ସେହିପରି ବିନା ଗ୍ରାମସଭା କିମ୍ବା ପଲ୍ଲୀ ସଭାରେ ପ୍ରଶାସନ ଜୋର ଜବରଦସ୍ତ ଏଠି କାମ କରୁଥିବାର ଲୋକେ ଅଭିଯୋଗ କରିଛନ୍ତି । ସେପଟେ ଗୁରୁବାର ଲୋକଙ୍କ ବିରୋଧ ସତ୍ତ୍ଵେ ପ୍ରଶାସନ ପୋଲିସର ସହାୟତାରେ କାମ ଆରମ୍ଭ କରିଛି । ଦୁଇଟି ଗ୍ରାମର ଲୋକେ ନିର୍ମାଣ ସ୍ଥଳରେ ଧାରଣା ଦେଇଛନ୍ତି ଏବଂ ଏହାକୁ ତୀବ୍ର ବିରୋଧ ଜାରି ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ୱେବ ପୋର୍ଟାଲରେ ମନ୍ଦିର ଦର୍ଶନ, ଅନଲାଇନରେ ହେବ ଟିକେଟ୍

ତେବେ ପୂର୍ବରୁ ମଧ୍ୟ ୨୦୨୧ ମସିହାରେ ସୋଲାର ପାୱାର ପ୍ଲାଣ୍ଟକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିଥିଲେ । ପ୍ରସ୍ତାବିତ ପ୍ଲାଣ୍ଟଟି ଗୋଚର ଜମିରେ ହେବାକୁ ଥିବାବେଳେ ଏହା ଫଳରେ ଆଖପାଖ ଅଞ୍ଚଳର ଲୋକ ପ୍ରଭାବିତ ହେବା ଆଶଙ୍କା କରି ଏହାକୁ ତୀବ୍ର ବିରୋଧ କରାଯାଇଥିଲା । ପ୍ରସ୍ତାବିତ ଜମି ଗୋଚର ଶ୍ରେଣୀଭୁକ୍ତ ହୋଇଥିବା ସତ୍ତ୍ବେ ମଧ୍ୟ ବିନା ଗ୍ରାମସଭା ଓ ପଲ୍ଲୀସଭା ଅନୁମତିରେ କିପରି ପ୍ରକଳ୍ପ କାମ ହେବା ପାଇଁ ଅନୁମତି ମିଳିଲା, ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ଏହି ପ୍ରକଳ୍ପକୁ ବିରୋଧ କରି ସ୍ଥାନୀୟ ଗ୍ରାମବାସୀ ସଇଁତଲା ତହସିଲଦାରକୁ ଦାବିପତ୍ର ପ୍ରଦାନ କରିଥିଲେ । କିନ୍ତୁ ତହସିଲଦାର କୌଣସି ଆଶ୍ବାସନା ନ ଦେବା ନେଇ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.