ETV Bharat / state

ନିର୍ବାଚନ ପରେ ଫମ୍ଫା ପାଲଟୁଛି ପ୍ରତିଶ୍ରୁତି, 3 ହଜାର ଲୋକଙ୍କ ସାହା ମାଟିରାସ୍ତା

author img

By

Published : Apr 14, 2021, 10:57 PM IST

ଗାଁକୁ ନାହିଁ ଖଣ୍ଡିରେ ପକ୍କା ରାସ୍ତା । ମାଟି କାଦୁଅ ମଧ୍ୟରେ ଯାତାୟତ କରୁଛନ୍ତି ଲୋଇସିଙ୍ଗା ବ୍ଲକ ର ସାନଟୀକା ଗ୍ରାମବାସୀ । ଅଧିକ ପଢନ୍ତୁ..

ନିର୍ବାଚନ ପରେ ଫମ୍ଫା ପାଲଟୁଛି ପ୍ରତିଶ୍ରୁତି,  3 ହଜାର ଲୋକଙ୍କ ସାହା ମାଟିରାସ୍ତା
ନିର୍ବାଚନ ପରେ ଫମ୍ଫା ପାଲଟୁଛି ପ୍ରତିଶ୍ରୁତି, 3 ହଜାର ଲୋକଙ୍କ ସାହା ମାଟିରାସ୍ତା

ବଲାଙ୍ଗୀର: ସ୍ୱାଧୀନତାର 7 ଦଶନ୍ଧି ବିତି ଯାଇଥିଲେ ସୁଦ୍ଧା ବଲାଙ୍ଗୀର ଜିଲ୍ଲାର ବହୁତ ଗାଁ ଅଛି ଯେଉଁଠିକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡିଏ । ଲୋଇସିଙ୍ଗା ବ୍ଲକ ର ସାନ ଟୀକା ଗ୍ରାମର ସ୍ଥିତି ସମାନ । ଏହି ଗାଁକୁ ଯିବା ପାଇଁ ଆଜି ବି ମାଟି ତିଆରି କଚ୍ଚା ରାସ୍ତା ଭରସା ହୋଇ ରହିଛି । ଯାହା ଫଳରେ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗି ଆସୁଛନ୍ତି। ଅନ୍ୟପଟେ ରାସ୍ତା ଦାବି ନାଁରେ ଲୋକଙ୍କୁ ନେତା ମନ୍ତ୍ରୀ ଓ ପ୍ରଶାସନ କେବଳ ପ୍ରତାରଣା କରୁଥିବାର ଅଭିଯୋଗ ହୋଇଛି।

ଲୋଇସିଙ୍ଗା ଠାରୁ ମାତ୍ର ଦଶ କିଲୋମିଟର ଦୂରରେ ରହିଛି ଏହି ଗାଁ । ଗାଁକୁ ଯିବା ପାଇଁ ଅଛି ଏକ ମାଟି କଚ୍ଚା ରାସ୍ତା । ତେବେ ଏହି ଗାଁ ର ଲୋକେ ଏଥିପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହୋଉଥିବା ବେଳେ ଦୈନନ୍ଦିନ ଖାଲଖମା ରେ ଭର୍ତ୍ତି ଏହି ମାଟି ରାସ୍ତାକୁ ବ୍ୟବହାର କରିଥାନ୍ତି। ଏପରିକି ଛାତ୍ର ଛାତ୍ରୀ ହୁଅନ୍ତୁ କିମ୍ବା ସାଧାରଣ ଲୋକେ ଏହି ରାସ୍ତାରେ ଯିବା ଆସିବା ପାଇଁ ନାନା ହଇରାଣ ହରକତର ସାମ୍ନା ହେଉଛନ୍ତି।

ଗାଁରେ 3 ହଜାରକରୁ ଅଧିକ ଲୋକ ବାସ କରନ୍ତି । ହେଲେ ଗାଁ କୁ ବର୍ଷା ଦିନରେ ଆମ୍ବୁଲାନ୍ସ ବି ଆସି ପାରୁନାହିଁ । ସେପଟେ ଗ୍ରାମବାସୀ ଏକ ପକ୍କା ସଡକ ପାଇଁ ପ୍ରଶାସନ ଓ ସରକାରଙ୍କ ଠାରେ ଗୁହାରି କରି କେବଳ ବିଫଳ ହେଉଛନ୍ତି । ସମାନ ଭାବେ ନେତା ମନ୍ତ୍ରୀ ମଧ୍ୟ କଥାଦେଇ ତାଙ୍କୁ ପ୍ରତାରଣା କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଏହିପରି ଭାବେ ଗତ ବିଧାନ ସଭା ନିର୍ବାଚନରେ ଜିତିଥିବା ଲୋଇସିଙ୍ଗା ବିଧାୟକ ମୁକେଶ ମହାଳିଙ୍ଗ ଭୋଟ ପାଇଁ ଗାଁ ରାସ୍ତା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ସେ ମଧ୍ୟ ପ୍ରତିଶୃତି ଦେଇ ଲୋକଙ୍କୁ ପ୍ରତାରଣା କରିଥିବାର ଗ୍ରାମବାସୀ କହିଛନ୍ତି। ତେବେ ଆଗକୁ ଗାଁ କୁ ଭଲ ରାସ୍ତା ତିଆରି କରା ନ ଗଲେ ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.