ବଲାଙ୍ଗୀର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ । ଏକକାଳୀନ ତିନୋଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ।
ବଲାଙ୍ଗୀର ଭିଜିଲାନ୍ସ ଜାଲରେ ପିଇଓ । ଜିଲ୍ଲା ମୁରିବାହାଲ ବ୍ଲକ୍ ଚଳକି ପଞ୍ଚାୟତର ଗ୍ରାମ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ବମ୍ବର ଭୋଇଙ୍କ ଘରେ ଭିଜିଲାନ୍ସ ଚଢାଉ । ସମ୍ବଲପୁର, ସୋନପୁର, ବରଗଡ଼ ଓ ବଲାଙ୍ଗୀର ଭିଜିଲାନ୍ସ ଟିମ ମିଳିତ ଭାବରେ ପିଇଓଙ୍କ ପାଟଣାଗଡ ବାସଭବନ ସହ ପୈତୃକ ଘର ତମିଆ ଓ ଚଳକି ପଞ୍ଚାୟତରେ ଚଢ଼ାଉ କରିଥିବା ଜଣାପଡିଛି । ତେବେ ପାଟଣାଗଡ ଘରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଠାବ କରିଛି ଭିଜିଲାନ୍ସ ।
ଏଥିସହ ନଗଦ ୪୪ ହଜାର ଟଙ୍କା ଓ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଓ ବହୁ ମୂଲ୍ୟର ୫ ଟି ପ୍ଲଟ ଠାବ କରି ଖୋଳତାଡ଼ ଚଳାଇଛି । ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି ଭିଜିଲାନ୍ସ, ସମ୍ପୂର୍ଣ୍ଣ ଦତନ୍ତ ପରେ ବେଆଇନ ସମ୍ପତ୍ତିର ସଠିକ୍ ଆକଳନ କରାଯିବ ବୋଲି କହିଛି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ