ETV Bharat / state

ବିଚାରଧୀନ କଏଦୀର ମୃତ୍ୟୁ: ମୃତଦେହ ନେଲାନି ପରିବାର, ସତ୍କାର କଲା ସ୍ବେଚ୍ଛାସେବୀ ସଙ୍ଗଠନ

author img

By

Published : May 27, 2023, 10:51 AM IST

16 ବର୍ଷ ଜେଲରେ ସଜା କାଟୁଥିବା କଏଦୀଙ୍କର ମୃତ୍ୟୁ । ମୃତଦେହ ସତ୍କାର କଲା ସ୍ବେଚ୍ଛାସେବୀ ସଂଗଠନ । ଅଧିକ ପଢନ୍ତୁ

prisoner dies in balangir jail
prisoner dies in balangir jail

prisoner dies in balangir jail

ବଲାଙ୍ଗୀର: ଜେଲରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ । ମୃତଦେହ ନେବାକୁ ମନା କରିଦେଲେ ପରିବାର ଲୋକେ । ଶେଷରେ ମୃତଦେହ ସତ୍କାର କଲେ ସ୍ବେଚ୍ଛାସେବୀ ସଂଗଠନ । ମୃତ କଏଦୀ ଜଣକ ହେଉଛନ୍ତି ବେଲାପଡା ଥାନା ଅନ୍ତର୍ଗତ ସର୍ଗି ଗୁଡା ଗ୍ରାମର ନିବାସୀ ସୁନାଧର ବାଗ । ସେ ଗତ 16 ବର୍ଷ ହେବ ଏକ ହତ୍ୟା ମାମଲାରେ ବଲାଙ୍ଗୀର ଜେଲରେ ଥିଲେ ।

ଗତ 2007ରେ ତାଙ୍କର ସମ୍ପର୍କୀୟ ପୁତୁରାକୁ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇ ବଲାଙ୍ଗୀର ଜେଲରେ ରହିଥିଲା ସୁନାଧର ବାଗ । ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ଦୁଇ ଦିନ ହେବ ସେ ବଲାଙ୍ଗୀର ଭୀମଭୋଇ ମେଡ଼ିକାଲରେ ଚିକିତ୍ସାଧୀନ ଥିଲା । ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ସେପଟେ ମୃତ୍ୟୁ ପରେ ଏନଏଚଆରସି ନିୟମ ଅନୁଯାୟୀ ମୃତଦେହ ବ୍ୟବଚ୍ଛେଦ ହୋଇଥିଲା । ତେବେ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକେ ମୃତଦେହ ନେବାକୁ ଅସମର୍ଥ ହେବାରୁ ବଲାଙ୍ଗୀର ବିଙ୍ଗ ହ୍ୟୁମାନ ସଂଗଠନ ତାଙ୍କର ମୃତଦେହ ସତ୍କାର କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ନୀତି ଆୟୋଗ ବୈଠକ: ନବୀନଙ୍କ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ କଂଗ୍ରେସର ସମାଲୋଚନା

ମୃତ କଏଦୀ ସୁନାଧର ବାଗ ହତ୍ୟା ମାମଲାରେ 2007ରୁ ଜେଲରେ ଥିଲା । ତାଙ୍କର ଦୁଇ ଝିଅ ରହିଛନ୍ତି । ଗତକାଲି ସୁନାଧର ବାଗ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ହେଲେ ସେମାନେ ମୃତଦେହ ନେବାକୁ ସମର୍ଥ ନଥିବାର କହିଥିବା ବେଳେ ତାଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ ଓ ପରେ ବିଙ୍ଗ ହ୍ୟୁମାନ ସଂଗଠନ ମୃତଦେହ ଦାହ କରିଥିଲା ।

ମୃତ କଏଦୀଙ୍କ ଜ୍ୱାଇଁ ଗୌର ଗୁହେରଙ୍କ କହିବା ଅନୁଯାଇ,''ଶ୍ବଶୁର ଗାଁରେ ଏକା ରହୁଥିଲେ । ତାଙ୍କ ସମ୍ପକୀୟ ପୁତୁରାକୁ ହତ୍ୟା ଅଭିଯୋଗରେ ସେ ଜେଲରେ ଥିଲେ । ତାଙ୍କର ମୃତ୍ୟୁ ହେବା ପରେ ଜେଲ ପକ୍ଷରୁ ଆମକୁ ଖବର ଦିଆଯାଇଥିଲା । କିନ୍ତୁ ପାଖରେ ଅର୍ଥ ନଥିବାରୁ ଆମେ ମୃତଦେହ ନେବାକୁ ମନା କିରଦେଇଥିଲୁ । ଯାହା ପରେ ଆମ ଉପସ୍ଥିତିରେ ଶ୍ବଶୁରଙ୍କ ମୃତଦେହ ସତ୍କାର କରାଯାଇଥିଲା। ''

ଏହା ମଧ୍ୟ ପଢନ୍ତୁ-Naba Das Murder Case: କ୍ରାଇମବ୍ରାଞ୍ଚ ନା ପରିବର୍ତ୍ତନ କରି କ୍ରିମିନାଲ ପ୍ରୋଟେକ୍ସନ ବ୍ରାଞ୍ଚ ରଖାଯାଉ: ନରସିଂହ

ଅନ୍ୟପଟେ ଜେଲ କର୍ତ୍ତୃପକ୍ଷଙ୍କ ଠାରୁ ଖବର ପାଇ ବିଙ୍ଗ ହ୍ୟୁମାନ ସଂଗଠନର ସଦସ୍ୟ ମିଳିତ ଭାବରେ ମୃତଦେହକୁ ସ୍ଥାନୀୟ ବିଭୁତି ପଡା ଶ୍ମଶାନ ଘାଟରେ ଦାହ କରାଯାଇଥିଲା । ତେବେ ପରିବାର ଲୋକେ କାହିଁକି ମୃତଦେହ ନେବାକୁ ମନା କଲେ ସେନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.