ETV Bharat / state

Ordinance Factory Explosion: ଗୋଳାବାରୁଦ କାରଖାନାରେ ବିସ୍ଫୋରଣ, ୨ ବରିଷ୍ଠ ଟେକ୍ନିସିଆନ ଗୁରୁତର - ବଡ଼ମାଳର ୟୁନିଟ ୩ ରେ ଅଘଟଣ

କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ଗୋଳାବାରୁଦ କାରଖାନାରେ ରସାୟନ ବିସ୍ଫୋରଣ ଘଟି ଦୁଇ ଜଣ ବରିଷ୍ଠ ଟେକ୍ନିସିଆନ ଗୁରୁତର । ଅଧିକ ପଢନ୍ତୁ

explosion at ordnance factory
explosion at ordnance factory
author img

By

Published : Apr 28, 2023, 5:35 PM IST

ବଲାଙ୍ଗୀର: ଜିଲ୍ଲାର ସଇଁତଳା ବଡ଼ମାଳର ୟୁନିଟ ୩ରେ ଅଘଟଣ । କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ଗୋଳାବାରୁଦ କାରଖାନା (ordinance factory) ରେ ରସାୟନ ବିସ୍ଫୋରଣ । ତେବେ ସେଠାରେ କାମ କରୁଥିବା ଦୁଇ ବରିଷ୍ଠ ଟେକ୍ନିସିଆନ ଗୁରୁତର ହୋଇଥିବା ଜଣାପଡିଛି । ତେବେ ଗୁରୁତର ଥିବା ଦୁଇ କର୍ମଚାରୀଙ୍କୁ ରାଉରକେଲାକୁ ସ୍ଥାନାନ୍ତରିତ କରାଯାଇଛି।

ସୂଚନା ଅନୁଯାୟୀ, ଜିଲ୍ଲାର ସଇଁତଳା ବଡ଼ମାଳ ସ୍ଥିତ ଗୋଳାବାରୁଦ କାରଖାନା ଆଜି ଏହି ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ଡିବିଡବ୍ଲୁ (Danger building worker) କର୍ମଚାରୀ ଗୌତମ ମହାନନ୍ଦ ଓ ଜିବିଡବ୍ଲୁ (General Building worker) ଡାକ୍ତର ସରୋଜ କୁମାର ପଣ୍ଡା ବୋମା ତିଆରି କରିବା ରସାୟନ ମିଶ୍ରଣ କରୁଥିଲେ । ସେହି ସମୟରେ ଅଚାନକ SE1 ରସାୟନଟି ବାୟୁ ସଂସ୍ପର୍ଷରେ ଆସି ବିସ୍ଫୋରଣ ହୋଇଥିଲା। ଯାହା ଫଳରେ ଦୁଇ କର୍ମଚାରୀ ଗୁରୁତର ଆହତ ହୋଇଥିଲେ।

ସେପଟେ ସେଠି କର୍ଯ୍ୟରତ ଥିବା ଅନ୍ୟ କର୍ମଚାରୀ ମାନେ ସମସ୍ତ ଆହତଙ୍କୁ ସେଠୁ ଉଦ୍ଧାର କରି ପ୍ରଥମେ ବଡ଼ମାଳ ଗୋଳାବାରୁଦ କାରଖାନା ଡାକ୍ତଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠି 2 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ରାଉଲକେଲା ସ୍ଥିତ ବର୍ଣ୍ଣ ୟୁନିଟ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଏହାର ଖବର ପାଇ କାରଖାନାର ମହା ପ୍ରବନ୍ଧକ ପ୍ରଦୀପ କୁମାର ଦାଶ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର କର୍ମଚାରୀମାନଙ୍କୁ ପଚରା ଉଚରା କରିଥିଲେ। ସେହିପରି ଏହି ବିସ୍ଫୋରଣ କେଉଁ ପରିସ୍ଥିତିରେ ଓ କେମିତି ହେଲା ତାହାର ତଦନ୍ତ ଆରମ୍ଭ ହୋଇଛି। ଅନ୍ୟପଟେ ଏହା ମାନବକୃତ ନା ଦୁର୍ଘଟଣାଜନିତ ତାହାର ମଧ୍ୟ ତଦନ୍ତ ଆରମ୍ଭ ହୋଇଥିବାର ଜଣାପଡ଼ିଛି।

ଏହା ମଧ୍ୟ ପଢନ୍ତୁ-ରାଉରକେଲା RTOରେ ଦଲାଲ ରାଜ, ବିନା ଟେଷ୍ଟରେ ମିଳୁଛି ଡ୍ରାଇଭିଂ ଲାଇସେନ୍ସ !

ଏହା ମଧ୍ୟ ପଢନ୍ତୁ-Dantewada Naxalite Attack: ହୃଦୟବିଦାରକ ଦୃଶ୍ୟ, ଶହୀଦ ସ୍ବାମୀଙ୍କ ଚିତା ଉପରେ ଶୋଇଲେ ପତ୍ନୀ

ପ୍ରକାଶ ଥାଉକି, ସେହିପରି କିଛି ଦିନ ପୂର୍ବେ ଯାଜପୁର ଜିଲ୍ଲା ଅଳକୁଣ୍ଡ ଥାନା ବାସୁଦେବପୁର ଗାଁରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିଲେ । ସୂଚନା ମୁତାବକ ସନ୍ଧ୍ୟା ସମୟରେ ମୃତ କାଳନ୍ଦୀ ମଲିକଙ୍କ ଘର ନିକଟରେ ଏକ ପ୍ରଚଣ୍ଡ ଶବ୍ଦ ହେଇଥିଲା l ଏହା ଶୁଣିବା ପରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଘର ଭିତରେ କାଳନ୍ଦୀ ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ। ଏହାପରେ ଆହାତ ହୋଇଥିବା ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଦେଖି 108 ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ ସ୍ଥାନୀୟ ଲୋକେ l

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.