ବଲାଙ୍ଗୀର: ବଲାଙ୍ଗୀର ସାନ ଟୀକା ଭ୍ୟାନ ଦୁର୍ଘଟଣାରେ ଚିକିତ୍ସାଧୀନ ଦୁଇ ଜଣଙ୍କ ମୃତ୍ୟୁ। ଗତ ତିନି ଦିନ ତଳେ ବଲାଙ୍ଗୀର ପିପିଲି ପାଲି ଠାରେ ହୋଇଥିବା ଭ୍ୟାନ ଦୁର୍ଘଟଣାରେ ବୁଧବାର ଚିକିତ୍ସାଧୀନ ଥିବା ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।
ତିନି ଦିନ ତଳେ ବଲାଙ୍ଗୀର ସାନ ଟୀକା ଗ୍ରାମରୁ ଏକ ଭ୍ୟାନ ଯୋଗେ ଝିଅ ଛାଡ଼ିବାକୁ 25 ଜଣ ବୁଡ଼ାବାହଲ ଗାଁକୁ ଯାଇଥିଲେ। ଫେରିବା ବାଟରେ ଭ୍ୟାନଟି ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଥିଲା। ଯେଉଁଥିରେ 15 ଜଣ ଆହତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ।
ସେମାନଙ୍କୁ ବୁର୍ଲା ଡ଼ାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିବା ବେଳେ ସେଠାରେ ସେମାନଙ୍କର ଚିକିତ୍ସାଧାନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକ ଦୁଇ ବ୍ୟକ୍ତି ହେଉଛନ୍ତି ବିଶି ନାୟକ ଓ ପ୍ରଶାନ୍ତ ପ୍ରଧାନ । ସେପଟେ ମୃତଦେହ ଗାଁକୁ ପହଞ୍ଚିବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି। ସେହିପରି ଏଥିରେ ଆହତ ହୋଇଥିବା ଅନ୍ୟମାନେ ଏବେବି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଚିକିତ୍ସାଧୀନ ଅଛନ୍ତି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ