ବଲାଙ୍ଗୀର: ଗାନ୍ଧୀନଗର ପଡ଼ାର ଯୁବକଙ୍କୁ ବୀଭତ୍ସ ହତ୍ୟାକାଣ୍ଡ ଘଟଣାରେ ପୋଲିସ ଜଣେ ନାବାଳକ ସମେତ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବଲାଙ୍ଗୀର ଜିଲ୍ଲା ଗାନ୍ଧୀନଗର ପଡ଼ାରେ ଘର ଭିତରେ ପଶି ଜଣେ ଯୁବକଙ୍କୁ ବୀଭତ୍ସ ହତ୍ୟା କରିଥିଲେ ଅଭିଯୁକ୍ତ । ଗତ ଡିସେମ୍ବର ୧୭ ତାରିଖ ରାତିରେ ଅରବିନ୍ଦ କୁମାର ସିଂ ନାମକ ଯୁବକ ହତ୍ୟାକାଣ୍ଡର ଶିକାର ହୋଇଥିଲେ ।
ଏହା ବି ପଢ଼ନ୍ତୁ ଘରେ ପଶି ଯୁବକକୁ ବୀଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
ଅଭିଯୁକ୍ତମାନେ ଯୁବକଙ୍କ ଗଳା କାଟି ହତ୍ୟା କରାଯାଇଥିଲା । ଏହାକୁ ନେଇ ବଲାଙ୍ଗୀର ଟାଉନ ପୋଲିସ ତଦନ୍ତ ଜାରି ରଖିଥିଲା । ଆଜି(ରବିବାର) ଜଣେ ନାବାଳକ ସମେତ ଦୁଇଜଣଙ୍କୁ ଏଥିରେ ଗିରଫ କରିଛି ପୋଲିସ । ଅପ୍ରାକୃତିକ ଯୌନ ସମ୍ବନ୍ଧ ଓ ତାର ଭିଡିଓ ନେଇ ଏହି ହତ୍ୟାକାଣ୍ଡ ହୋଇଛି ।
ଏହାକୁ ନେଇ ବଲାଙ୍ଗୀର ପୋଲିସ୍ ସୂଚନା ଦେଇଛି । ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ଚାକୁ ବା ମାରଣାସ୍ତ୍ରକୁ ପୋଲିସ ଏକ ବିଲରୁ ଉଦ୍ଧାର କରିଛି । ଏହି ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ