ETV Bharat / state

ଭାରସାମ୍ୟ ହରାଇ ବିଦ୍ୟୁତ୍‌ ଖୁଣ୍ଟରେ ପିଟିହେଲା ବାଇକ, ୨ ମୃତ

author img

By

Published : Jan 5, 2023, 7:50 AM IST

ବରଗଡ ବୋରିଗୁମ୍ମା 26 ନମ୍ୱର୍ ଜାତୀୟ ରାଜପଥର ବୁଢ଼ୀ ସିନ୍ଦୋଲ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟିହେଲା ବାଇକ । ବୁଢ଼ୀ ସିନ୍ଦୋଳ ଗ୍ରାମର 2ଯୁବକ ମୃତ । ଅଧିକ ପଢନ୍ତୁ

balangir road accident
balangir road accident

balangir road accident

ବଲାଙ୍ଗୀର: ସହରର ୨୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟିହେଲା ବାଇକ । ଘଟଣାସ୍ଥଳରେ ୨ ଯୁବକଙ୍କ ମୃତ୍ୟୁ । ବରଗଡ ବୋରିଗୁମ୍ମା 26 ନମ୍ୱର୍ ଜାତୀୟ ରାଜପଥର ବଲାଙ୍ଗୀର ମଧ୍ୟାପାଲି ନିକଟ ବୁଢ଼ୀ ସିନ୍ଦୋଲ ଗ୍ରାମ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ।

ଏହା ମଧ୍ୟ ପଢନ୍ତୁ: 5G Services in Odisha: କାଲିଠୁ ରାଜ୍ୟରେ ଆରମ୍ଭ ହେବ 5G ସେବା

ଖବରଅନୁସାରେ, ବୁଢ଼ୀ ଶିନ୍ଦୋଲ ଗ୍ରାମର ଦୁଇ ଜଣ ଯୁବକ ବଲାଙ୍ଗୀରରୁ ନିଜ ଗାଁକୁ ଏକ ବାଇକରେ ଫେରୁଥିଲେ । ସେହି ସମୟରେ ବାଇକଟି ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇଯାଇଥିଲା । ତେବେ ତାଙ୍କୁ ଗ୍ରାମବାସୀ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ହସ୍ପିଟାଲରେ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ମୃତ ଯୁବକ ଦ୍ବୟ ବଲାଙ୍ଗୀର ବୁଢ଼ୀ ସିନ୍ଦୋଳ ଗ୍ରାମର ଶତ୍ରୁଘ୍ନ ମହାକୁର ଓ ରାହୁଲ କମ୍ପ ବୋଲି ଜଣା ପଡିଛି। ଦୁର୍ଘଟଣା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

ଏହା ମଧ୍ୟ ପଢନ୍ତୁ: ଓଭରଟେକ କରି ଓଲଟିଲା ନାୟକ ବସ, ୫୦ ଯାତ୍ରୀ ଆହତ

ସୂଚନାଥାଉକି, ଗତକାଲି (ମଙ୍ଗଳବାର) ଆଳି ନିକଟରେ ସଡକ ଦୁର୍ଘଟଣା ହୋଇଥିଲା । ଏକ ହାଇଓ୍ବାକୁ ଓଭରଟେକ କରି ନାୟକ ନାମକ ବସ ଓଲଟି ପଡିଥିଲା । ଫଳରେ ବସରେ ୫୦ ଜଣ ଯାତ୍ରୀ ରହିଥିବା ବେଳେ ସମସ୍ତେ ଚାପି ହୋଇରହିଥିଲେ । ଖବରପାଇ ପୋଲିସ ଏବଂ ଅଗ୍ନିଶମ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀ ମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମଙ୍ଗଳବାର OR 02BP 8777 ନମ୍ବର ନାୟକ ନାମକ ଘରୋଇ ବସ ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ ବାହାରି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିଲା ।

ଆଳି ଥାନା ଅନ୍ତର୍ଗତ ମାଳପାଟଣା ନିକଟରେ ବସଟି ଦ୍ରୁତଗତିରେ ଏକ ହାଇଓ୍ବା ଟ୍ରକକୁ ଓଭରଟେକ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଭାରସାମ୍ୟ ହରାଇ ଡାହାଣ ପଟେ ଏକ ବଡ଼ ଖାଲରେ ବସଟି ପଡିଯାଇଥିଲା । ତେବେ ଦୁର୍ଘଟଣା ପରେ ବସ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ତେବେ ହାଇଓ୍ୱା ଡ୍ରାଇଭର ଓ ହେଲପରଙ୍କର କୌଣସି କ୍ଷତି ହୋଇନଥିବା ବେଳେ ଦୁଇଜଣ ଯାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.