ETV Bharat / state

ପିକଅପ ଧକ୍କାରେ ଦୁଇ ବନ୍ଧୁଙ୍କ ମୃତ୍ୟୁ

author img

By

Published : Jun 21, 2022, 2:23 PM IST

ବଲାଙ୍ଗୀର ଦେଓଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ବନ୍ଧୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ବନ୍ଧୁଙ୍କ ମୃତ୍ୟୁ

ବଲାଙ୍ଗୀର: ବଲାଙ୍ଗୀର ଦେଓଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ବନ୍ଧୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ବଲାଙ୍ଗିର ପଟୁ ଦ୍ରୁତ ଗତିରେ ଯାଉଥିବା ଏକ ପିକଅପ ଭ୍ୟାନ ସଇଁନ୍ତଲା ପଟରୁ ଆସୁଥିବା ଏକ ବାଇକକୁ ସାମ୍ନା ପଟରୁ ଧକ୍କା ଦେଇଥିଲା ।

ଫଳରେ ଜଣେ ବାଇକ ଆରୋହୀ ପିକଅପ ଭ୍ୟାନର କ୍ୟାବିନ ଉପରେ ପଡିଥିଲେ । ଅନ୍ୟ ଜଣେ ପିକଅପ ଭ୍ୟାନର ଚକ ତଳେ ଚାପି ହୋଇଯାଇଥିଲେ । ଘଟଣାସ୍ଥଳରେ ହିଁ ଦୁଇଜଣଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ଦେଓଗାଁ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ପୋଷ୍ଟମୋର୍ଟମ ପାଇଁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ପଠାଇଛି ।

ଦୁର୍ଘଟଣା ଘଟାଇଥିବା ପିକଅପ ଭ୍ୟାନର ଡ୍ରାଇଭର ଫେରାର ଥିବା ଜଣାପଡିଛି । ମୃତକଙ୍କ ଭିତରୁ ଜଣେ ସଇନ୍ତଲା ନିକଟସ୍ଥ ରେଙ୍ଗାଲି ଗାଁର ବୁଲୁ ବିଶି ଏବଂ ଅନ୍ୟ ଜଣେ ବଲାଙ୍ଗିର ସହରର ମନୋଜ ଭୋଇ ବୋଲି ଜଣାପଡିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.