ETV Bharat / state

ଦୁଇ ଏଟିଏମ ଠକକୁ ଗିରଫ କଲା ବଲାଙ୍ଗୀର ପୋଲିସ

author img

By

Published : Feb 28, 2021, 7:56 PM IST

ଓଡ଼ିଶାର ବିଭିନ୍ନ ବ୍ୟାଙ୍କରୁ ଏଟିଏମ୍ ମାଧ୍ୟମରେ ଠକେଇ କରି ଟଙ୍କା ଲୁଟ କରିଥିବା ଦୁଇ ଠକକୁ ବଲାଙ୍ଗୀର ପୋଲିସ୍ ଗିରଫ କରିଛି। ଅଧିକ ପଢନ୍ତୁ...

ଦୁଇ ଏଟିଏମ ଠକ୍ କୁ ଗିରଫ କଲା ବଲାଙ୍ଗୀର ପୋଲିସ

ବଲାଙ୍ଗୀର: ଓଡ଼ିଶାର ବିଭିନ୍ନ ବ୍ୟାଙ୍କରୁ ଏଟିଏମ୍ ମାଧ୍ୟମରେ ଠକେଇ କରି ଟଙ୍କା ଲୁଟ କରିଥିବା ଦୁଇ ଠକକୁ ବଲାଙ୍ଗୀର ପୋଲିସ୍ ଗିରଫ କରିଛି। ତେବେ ଭୁବନେଶ୍ୱରର ଟ୍ରାନଜାକ୍ସନ୍ ସଲ୍ୟୁସନ୍ ଇଣ୍ଟର ନ୍ୟାସନାଲ କମ୍ପାନୀ ପକ୍ଷରୁ ଏହିଭଳି ଠକେଇର ଅଭିଯୋଗ ଦିଆଯାଇଥିଲା।

ଯାହା ପରେ ବଲାଙ୍ଗୀର ପୋଲିସ୍ ସହର ମଧ୍ୟରୁ ଦୁଇ ଜଣକୁ ଏଥିରେ ଗିରଫ କରିଛି । ଏବଂ ଏମାନଙ୍କ ଠାରୁ ବିଭିନ୍ନ ବ୍ୟାଙ୍କର କୋଡ଼ିଏଟି ଏଟିଏମ୍ କାର୍ଡ, ନଗଦ ଦେଢ଼ ଲକ୍ଷ ଟଙ୍କା ଦୁଇଟି ମୋବାଇଲ, ଦୁଇଟି ପ୍ୟାନ୍ କାର୍ଡ ଇତ୍ୟାଦି ପୋଲିସ୍ ଜବତ କରିଛି।

ତେବେ ଏମାନେ ବିଭିନ୍ନ ଏଟିଏମକୁ ଯାଇ ସେଠୁ ଟଙ୍କା କାଢିବା ପାଇଁ ଏଟିଏମ୍ ମେସିନରେ ହେର ଫେର କରି ମେସିନର ସେନସର୍ ସବୁକୁ ବ୍ଲକ କରି ବ୍ୟାଙ୍କର ଅଜାଣତରେ ଟଙ୍କା କାଢି ନେବା ସହ ପରେ ପୁଣି ବ୍ୟାଙ୍କକୁ ଟଙ୍କା ଦାବି କରି ଠକେଇ କରୁଥିଲେ। ଯେଉଁଥିରେ ଏମାନେ ଓଡ଼ିଶାର ବିଭିନ୍ନ ବ୍ୟାଙ୍କକୁ ଏହି ଭଳି ଠକେଇ କରୁଥିବାର ପୋଲିସ୍ ସୂଚନା ଦେଇଛି।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.