ETV Bharat / state

ବିପଦରେ ମତ୍ସ୍ୟଜୀବୀଙ୍କ ଜୀବନଜୀବିକା

ବେଆଇନ ବ୍ଲାଷ୍ଟିଂକୁ ନେଇ ଚିନ୍ତାରେ ମତ୍ସ୍ୟଜୀବୀ । ମହାନଦୀରେ ବାରମ୍ବାର ହେଉଛି ବ୍ଲାଷ୍ଟିଂ । ଫଳରେ ମାଛ ବଂଶ ଲୋପ ପାଇବା ସହ ମତ୍ସ୍ୟଜୀବୀଙ୍କ ଜୀବନଜୀବିକା ବର୍ତ୍ତମାନ ସଙ୍କଟରେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Mar 17, 2019, 9:33 AM IST

ସୁବର୍ଣ୍ଣପୁର: ମହାନଦୀ ସହ ଯୋଡି ହୋଇ ରହିଥିବା ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ବର୍ତ୍ତମାନ ସଙ୍କଟରେ । କାରଣ ମହାନଦୀରେ ଅବାଧରେ ଚାଲିଛି ବେଆଇନ ବ୍ଲାଷ୍ଟିଂ । ଫଳରେ ଦିନକୁ ଦିନ ନଦୀରେ ମାଛଙ୍କର ବଂଶ ଲୋପ ପାଇବାରେ ବସିଛି । ମାଛ ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିବା ମତ୍ସ୍ୟଜୀବୀ ବର୍ତ୍ତମାନ ଚିନ୍ତାରେ । କେମିତି ଚଳିବେ ମତ୍ସ୍ୟଜୀବୀ ତାକୁ ନେଇ ଉଠିଛି ପ୍ରଶ୍ନବାଚୀ ?

ଜିଲ୍ଲାରେ ପ୍ରାୟ ଶହେ କିଲୋମିଟର ବ୍ୟାପି ମହାନଦୀ ପ୍ରବାହିତ ହେଉଛି । ଆଉ ଏହି ମହାନଦୀ ପ୍ରାୟ 2 ଲକ୍ଷ ଲୋକ ଜୀବନ ଜୀବିକା ପାଲଟିଛି । କାରଣ ନଦୀରୁ କୁଇଣ୍ଟାଲ କୁଇଣ୍ଟାଲ ମାଛ ସଂଗ୍ରହ କରି ପରିବାର ପ୍ରତିପୋଷଣ କରୁଛନ୍ତି ମତ୍ସ୍ୟଜୀବୀ । ହେଲେ ଦିନକୁ ଦିନ ମତ୍ସଜୀବୀଙ୍କ ଜୀବନଜୀବିକା ପ୍ରଭାବିତ ହେବାରେ ଲାଗିଛି । ସତେ ଯେମିତି ସେମାନଙ୍କ ଉପରେ କାହାର ନଜର ଲାଗିଯାଇଛି । ଆଉ ଆଗ ଭଳି ନଦୀରୁ ମାଛ ମିଳୁନି, ଯାହାକୁ ନେଇ ଚିନ୍ତାରେ ସୁବର୍ଣ୍ଣପୁର ଜିଲ୍ଲାର ମତ୍ସ୍ୟଜୀବୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

କେବଳ ବର୍ଷା ଋତୁକୁ ଛାଡି ଦେଲେ ବାକି ସବୁ ସମୟରେ ମହାନଦୀର ବିଭିନ୍ନ ଘାଟରେ ବେଆଇନ ଭାବେ ମାଛ ମାରୁଥିବା ଦେଖିବାକୁ ମିଳୁଛି । ବିଶେଷ କରି ଗ୍ରୀଷ୍ମଋତୁ ଆରମ୍ଭ ହେଲେ ବ୍ଲାଷ୍ଟିଂ ତଥା ରାସାୟନିକ ତେଲ ପ୍ରୟୋଗ କରି କ୍ବିଣ୍ଟାଲ କ୍ବିଣ୍ଟାଲ ମାଛ ମାରୁଛନ୍ତି । ଅପ୍ରାକୃତିକ ପ୍ରକ୍ରିୟାରେ ମାଛ ମାରୁଥିବାରୁ ମହାନଦୀରେ ପ୍ରଦୂଷଣ ବଢିବା ସଙ୍ଗେ ସଙ୍ଗେ ଆଗରୁ ମିଳୁଥିବା ବିରଳ ପ୍ରଜାତିର ମାଛ ମଧ୍ୟ ଦେଖିବାକୁ ମିଳିବ ନାହିଁ ।

ବିଶେଷ କରି କେଉଟୀପାଲି, ସିଂଢୋଲ, ବିନିକା, ଶରଧାପାଲି, ସୁବର୍ଣ୍ଣପୁର, ମହଦା ତଥା ସୁବଳୟା ଆଦି ଯାଗାରେ ବେଆଇନ ଭାବେ ସନ୍ଧ୍ୟା ସମୟରେ ବ୍ଲାଷ୍ଟିଂ ହେଉଛି । ହେଲେ ବେଆଇନ ବ୍ଲାଷ୍ଟିଂ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉ ନଥିବା ଅଭିଯୋଗ ହୋଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.