ETV Bharat / state

ଜୋର ଧରିଲା ନକଲି ଆଦିବାସୀ ହଟାଇବା ଦାବି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ଆଦିବାସୀ

ନକଲି ଆଦିବାସୀ ହଟାଇବା ଦାବିରେ ପୁଣି ଗର୍ଜିଲେ ଆଦିବାସୀ । ପାରମ୍ପରିକ ଆଦିବାସୀ ନାଚ ସହ ଅସ୍ତ୍ରଶସ୍ତ୍ର ଧରି ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Sep 25, 2023, 8:52 PM IST

ନକଲି ଆଦିବାସୀ ହଟାଇବା ଦାବିରେ ପୁଣି ଗର୍ଜିଲେ ଆଦିବାସୀ

ବଲାଙ୍ଗୀର: ଜିଲ୍ଲାରୁ ନକଲି ଆଦିବାସୀ ହଟାଇବା ଦାବିରେ ପୁଣି ଗର୍ଜିଲେ ଆଦିବାସୀ । ପାରମ୍ପରିକ ଆଦିବାସୀ ନାଚ ସହ ଅସ୍ତ୍ରଶସ୍ତ୍ର ଧରି ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ । ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ତୀବ୍ର ହେବା ନେଇ ଦେଲେ ଚେତାବନୀ ।

ବଲାଙ୍ଗୀର ଜିଲ୍ଲାରେ ନକଲି ଆଦିବାସୀ ପ୍ରସଙ୍ଗ ନେଇ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆଦିବାସୀ । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଦ୍ୱାରା ଆଜି ପୁଣିଥରେ ଆନ୍ଦୋଳନ କରାଯାଇଛି । ଯେଉଁଥିରେ ଜିଲ୍ଲାର ହଜାର ହଜାର ଆଦିବାସୀ ସମ୍ପ୍ରଦାୟର ଲୋକ ସାମିଲ ହୋଇଥିଲେ । ତେବେ ସେମାନେ ପ୍ରଥମେ ମା" ସମଲେଇଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ସହର ମଧ୍ୟରେ ଏକ ବିରାଟ ଶୋଭାଯାତ୍ରା କରିଥିଲେ । ସେହିପରି ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ନୃତ୍ୟ କରି ସେମାନେ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ 10 ଦଫା ଦାବି ନେଇ ସେମାନେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ତେବେ ନକଲି ଆଦିବାସୀଙ୍କ ଉପରେ ଶିଘ୍ର କାର୍ଯ୍ୟାନୁଷ୍ଠାନ ଏବଂ ଜଙ୍ଗଲ ଜମି ଅଧିକାର ପ୍ରଦାନ ଆଦି ମୁଖ୍ୟ ଦାବିକୁ ନେଇ ଆନ୍ଦୋଳନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଆଦିବାସୀ ମାନ୍ୟତା ଦାବିରେ ହରତାଳ, ଅଁଳାଯୋଡି ଷ୍ଟେସନରେ କୁଡୁମୀ ସମାଜର ରେଳରୋକ

ତେବେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ଶ୍ୟାମ ସୁନ୍ଦର ଭୋଇ କହିଛନ୍ତି, "ନକଲି ଆଦିବାସୀ ତାଙ୍କର ନ୍ୟାର୍ଯ୍ୟ ହକ ଛଡାଇ ନେଇଛନ୍ତି । ଶିକ୍ଷା, ଜମିଜମା, ସ୍ୱାସ୍ଥ୍ୟ, ଚାକିରି ସବୁ କ୍ଷେତ୍ରରେ ନକଲି ସାର୍ଟିଫିକେଟ ଦେଇ ନକଲି ଆଦିବାସୀମାନେ ଚାଲାକ୍‌ କରି ସମସ୍ତ ସରକାରୀ ସୁବିଧାର ଲାଭ ଉଠାଉଛନ୍ତି । ସେପଟେ ଅସଲି ଆଦିବାସୀମାନେ ସବୁ ସୁବିଧାରୁ ବଞ୍ଚିତ ହୋଇ ତଳିତଳାନ୍ତ ହେଉଛନ୍ତି ।" ସେହିପରି ଆଦିବାସୀମାନେ ସରକାରଙ୍କୁ ପ୍ରଦାନ କରିଥିବା ନକଲି ଆଦିବାସୀଙ୍କ ତାଲିକା ଉପରେ ଏଯାଏଁ ସରକାର କୌଣସି ପଦକ୍ଷେପ ନେଉ ନଥିବାର ସେ କହିଛନ୍ତି ।

ସେପଟେ କେନ୍ଦ୍ର ଓ ରାଜ୍ୟ ସରକାର ତାଙ୍କ ଦାବିକୁ ଉପେକ୍ଷା କରୁଥିବା ବେଳେ ରାଜ୍ୟ ସରକାର ପୁଣି ମାଲି ଓ ରଣା ସମ୍ପ୍ରଦାୟଙ୍କୁ ଆଦିବାସୀ ମାନ୍ୟତା ଦେବାକୁ ଯାଉଛନ୍ତି । ଯାହାକୁ ସେ ତୀବ୍ର ବିରୋଧ କରିଛନ୍ତି । ଏହାସହ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ତାଙ୍କ ପ୍ରତି ଅବହେଳା କରୁଛନ୍ତି । ତେବେ 10ଟି ଦାବି ପୂରଣ ନହେଲେ ଏବଂ ସମ୍ବିଧାନରେ ଥିବା ଅଧିକାର ନପାଇଲେ ଆଗକୁ ସେମାନେ ତୀବ୍ର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଶହ ଶହ ବର୍ଷ ପରେ ବି ମିଳୁନି ସ୍ଥାୟୀ ଜମିପଟ୍ଟା, ଉଚ୍ଚଶିକ୍ଷାରୁ ବଞ୍ଚିତ ଆଦିବାସୀ ଛାତ୍ରଛାତ୍ରୀ

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.