ETV Bharat / state

ସାଲେଭଟାରେ ଆଦିବାସୀଙ୍କ ଘରଭଙ୍ଗା ପ୍ରସଙ୍ଗ: ମୁହଁ ଖୋଲିଲା ଜଙ୍ଗଲ ସୁରକ୍ଷା ମଞ୍ଚ

author img

By

Published : Aug 21, 2020, 10:35 AM IST

ନିକଟରେ ଚର୍ଚ୍ଚାକୁ ଆସିଥିଲା ସ୍ଥାନୀୟ ସାଲେଭଟା ଗ୍ରାମରେ ଆଦିବାସୀଙ୍କ ଘର ଭଙ୍ଗା ଘଟଣା । ଏନେଇ ଦାୟୀ କୁହାଯାଉଥିବା ସରପଞ୍ଚ ଗିରଫ ହେବା ପରେ ସେ ଜଙ୍ଗଲ ସୁରକ୍ଷା ମଞ୍ଚ ଉପରେ କରିଥିଲେ ପାଲଟା ଆକ୍ରମଣ । ଯାହାକୁ ନେଇ ଏବେ ମୁହଁ ଖୋଲିଛି ଜଙ୍ଗଲ ସୁରକ୍ଷା ମଞ୍ଚ ।

tribal's home vandalised in salebhata, bolangir latest news, tribal's home vandalised, salebhata jangala suraksha manch, ସାଲେଭଟାରେ ଆଦିବାସୀଙ୍କ ଘର ଭଙ୍ଗା, ବଲାଙ୍ଗୀର ଲାଟେଷ୍ଟ ନ୍ୟୁଜ୍‌, ଆଦିବାସୀଙ୍କ ଘର ଭଙ୍ଗା, ସାଲେଭଟା ଜଙ୍ଗଲ ସୁରକ୍ଷା ମଞ୍ଚ
ସାଲେଭଟାରେ ଆଦିବାସୀଙ୍କ ଘରଭଙ୍ଗା ପ୍ରସଙ୍ଗ: ମୁହଁ ଖୋଲିଲା ଜଙ୍ଗଲ ସୁରକ୍ଷା ମଞ୍ଚ

ବଲାଙ୍ଗୀର: ନିକଟରେ ଚର୍ଚ୍ଚାକୁ ଆସିଥିଲା ସ୍ଥାନୀୟ ସାଲେଭଟା ଗ୍ରାମରେ ଆଦିବାସୀଙ୍କ ଘର ଭଙ୍ଗା ଘଟଣା । ଏନେଇ ଦାୟୀ କୁହାଯାଉଥିବା ସରପଞ୍ଚ ଗିରଫ ହେବା ପରେ ସେ ଜଙ୍ଗଲ ସୁରକ୍ଷା ମଞ୍ଚ ଉପରେ କରିଥିଲେ ପାଲଟା ଆକ୍ରମଣ । ଯାହାକୁ ନେଇ ଏବେ ମୁହଁ ଖୋଲିଛି ଜଙ୍ଗଲ ସୁରକ୍ଷା ମଞ୍ଚ । ଆଉ ନିଜ ମୁଣ୍ଡରୁ ଦୋଷ ଛଡାଇବା ପାଇଁ ସବୁ ଦୋଷ ପ୍ରଶାସନ ମଥାରେ ବୋଳିଛି ଜଙ୍ଗଲ ସୁରକ୍ଷା ମଞ୍ଚ ।

ସୂଚନା ଅନୁଯାୟୀ ନିକଟରେ ସାଲେଭଟା ଗ୍ରାମର ସରପଞ୍ଚ ନିଜ ଜିଲ୍ଲାପାଳ କ୍ଷମତାର ଅପବ୍ୟବହାର କରି 5 ଜଣ ଆଦିବାସୀଙ୍କ ଘର ଭାଙ୍ଗି ଦେଇଥିଲେ । ଯାହା ପରେ ସରପଞ୍ଚ ଜଣକ ଜେଲ ଯାଇଥିବା ବେଳେ ଏହି ଘଟଣା ପାଇଁ ସାଲେଭଟା ଓ ଲୋଇସିଂହା ଜଙ୍ଗଲ ସୁରକ୍ଷା ମଞ୍ଚକୁ ମୁଖ୍ୟ ଦୋଷୀ ବୋଲି ଅଭିଯୋଗ ହୋଇଥିଲା । ତେବେ ଗୁରୁବାର ଏହି ଜଙ୍ଗଲ ସୁରକ୍ଷା ମଞ୍ଚ ସାମ୍ନାକୁ ଆସି ନିଜର ପ୍ରତିକ୍ରିୟା ରଖିଛି । ଯେଉଁଥିରେ ଏମାନେ ଦୀର୍ଘ ବର୍ଷ ହେବ ଜଙ୍ଗଲ ସୁରକ୍ଷା ପାଇଁ କାମ କରି ଆସୁଛନ୍ତି ଏବଂ କିଛି ଜମି ମାଫିଆ ଜଙ୍ଗଲ ଜମି ବେଆଇନ ଭାବରେ ଦଖଲ କରୁଥିବାର ଏମାନେ ଅଭିଯୋଗ ଆଣିଛନ୍ତି ।

ସେହିପରି ଏହି ଆଦିବାସୀମାନେ ମଧ୍ୟ ବେଆଇନ ଭାବରେ ଜଙ୍ଗଲ ଜମି ଦଖଲ କରି ରହୁଥିଲେ। ସମାନ ଭାବରେ ବେଆଇନ ଭାବରେ ପ୍ରଶାସନନ ମଧ୍ୟ ଜଙ୍ଗଲ ଜମିରେ ଏମାନଙ୍କୁ ପଟ୍ଟା ଦେବା ସହ ପ୍ରଧାନମନ୍ତ୍ରୀ ଆବାସ ଘର ଦେଇଥିଲା । ତେବେ ଏହା କେଉଁ ନିୟମରେ ଦିଆ ଯାଇଥିଲା ତାକୁ ନେଇ ଏବେ ପ୍ରଶ୍ନ ଉଠିଛି ଏବଂ ଏଠି ପ୍ରଶାସନ ନିଜେ ବେଆଇନ କାମ ପାଇଁ ପ୍ରଶ୍ରୟ ଦେଉଥିବାର ଏମାନେ ଅଭିଯୋଗ କରିଛନ୍ତି । ସେପଟେ ସମ୍ପୃକ୍ତ ଘଟଣାର ନ୍ୟାୟିକ ତଦନ୍ତ ମଧ୍ୟ ଦାବି ହୋଇଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.