ETV Bharat / state

ଆଦିବାସୀ କଲ୍ୟାଣ ସଂଘକୁ ନେଇ ଟଣା ଓଟରା, ନୂଆ ସଭାପତି ହେଲେ ଶ୍ୟାମ ଶୁନ୍ଦର ଭୋଇ

author img

By

Published : Jul 25, 2023, 2:15 PM IST

ବଲାଙ୍ଗୀର ଆଦିବାସୀ କଲ୍ୟାଣ ସଂଘକୁ ନେଇ ଉଠିଛି ବିବାଦ । ନିରଞ୍ଜନ ବିଶି ବିଜେଡି ଟିକେଟ୍‌ରେ ସାସଂଦ ହେବାପରେ ବିବାଦ ସୃଷ୍ଟି ହୋଇଥିଲା । ଏବେ ସଭାପତି ପଦକୁ ନେଇ ବିବାଦ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ

tribal welfare association
tribal welfare association

ବଲାଙ୍ଗୀର: ବଲାଙ୍ଗୀର ଆଦିବାସୀ କଲ୍ୟାଣ ସଂଘକୁ ନେଇ ଟଣା ଓଟରା । ଏହି ସଂଘର ପୂର୍ବତନ ସମ୍ପାଦକ ତଥା ସାଂସଦ ନିରଞ୍ଜନ ବିଶିଙ୍କୁ ବିରୋଧ କରି କିଛି ନେତା ତାଙ୍କୁ ବହିଷ୍କାର କରି ନୂଆ କର୍ମକର୍ତ୍ତା ଚୟନ କରିଥିଲେ । ସେପଟେ ଏହାର ଜବାବରେ ସାଂସଦଙ୍କ ସମର୍ଥକ ସେହି ନେତାମାନଙ୍କ ବିରୋଧରେ ଯାଇ ସଂଘର ନୂଆ କର୍ମକାର୍ତ୍ତା ଚୟନ କରିବା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ତେବେ ଜିଲ୍ଲାର ଆଦିବାସୀ ସଂଘକୁ ନେଇ ଉପୁଜିଛି ଦ୍ଵନ୍ଦ୍ୱ । ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ 2006ରୁ ଗଠିତ ହୋଇଥବା ବେଳେ ଏହି ସଂଘ ଆଦିବାସୀଙ୍କ ହକ୍‌ ପାଇଁ ଲଢ଼େଇ କରି ଆସୁଥିଲା । ତେବେ ଏହାର ପ୍ରତିଷ୍ଠାତା ସଭ୍ୟ ଭାବରେ ବର୍ତ୍ତମାନର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ସଂଘର ପୂର୍ବତନ ସଭାପତି ସ୍ବର୍ଗତ ବ୍ରଜ ସିଂହ ଭୋଇ ଓ ସତ୍ୟ ନାରାୟଣ ଭୋଇ ପ୍ରମୁଖ ଥିଲେ । ବିଭିନ୍ନ ଆଦିବାସୀ ପ୍ରସଙ୍ଗରେ ଏମାନେ ଆନ୍ଦୋଳନ କରି ଆସୁଥିଲେ । ହେଲେ ନିରଞ୍ଜନ ବିଶି ବିଜେଡି ଟିକଟରୁ ସାଂସଦ ହେବା ପରେ ସଂଘ ମଧ୍ୟରେ ମତଭେଦ ଆରମ୍ଭ ହୋଇଥିଲା । ଆଦିବାସୀ ନେତା ସତ୍ୟ ଭୋଇ ଖୁଲମଖୁଲା ସାଂସଦଙ୍କୁ ବିରୋଧ କରି ଆଦିବାସୀ କଲ୍ୟାଣ ସଂଘ ନାଁରେ ଜରୁରୀ ବୈଠକ ଡାକିଥିଲେ ।

ଗତ 16 ଜୁଲାଇରେ ବଲାଙ୍ଗୀର ସୁଦପଡ଼ା କଲ୍ୟାଣ ମଣ୍ଡପରେ ଏହି ବୈଠକ ବସିଥିଲା । ଯେଉଁଥିରେ ଜିଲ୍ଲାର 12ଟି ବ୍ଲକର ଆଦିବାସୀ ବ୍ଲକ ସଭାପତି ଓ ନେତା ସାମିଲ ହୋଇଥିଲେ । ତେବେ ଏହି ବୈଠକରେ ଆଦିବାସୀ କଲ୍ୟାଣ ସଂଘର ନୂଆ କର୍ମକର୍ତ୍ତା ସାଙ୍ଗକୁ ସତ୍ୟ ଭୋଇ ଏହି ସଂଘର ସଭାପତି ଭାବରେ ବଛା ହୋଇଥିଲେ । ଏଥିସହ ସଂଘର ପୂର୍ବତନ ସମ୍ପାଦକ ତଥା ବର୍ତ୍ତମାନର ସାଂସଦ ନିରଞ୍ଜନ ବିଶିଙ୍କୁ ସେ ତୀବ୍ର ବିରୋଧ କରିଥିଲେ । ସେହିପରି ଆଦିବାସୀଙ୍କ ହକ୍‌ ଲଢେ଼ଇ ତାଙ୍କ ପାଇଁ ପଥଭ୍ରଷ୍ଟ ହୋଇଥିବା ସେ ଅଭିଯୋଗ ଆଣିଥିଲେ ।

ସେପଟେ ଏହାର ଜବାବରେ ଗତକାଲି(ସୋମବାର) ସାଂସଦ ନିରଞ୍ଜନ ବିଶିଙ୍କ ସମର୍ଥକ ଏହି ସଙ୍ଘ ତାଙ୍କର କହି ସହରରେ ମେଳି କରିଥିଲେ । ସ୍ଥାନୀୟ ଟାଉନ ହଲ୍‌ରେ 14ଟି ବ୍ଲକ ସଭାପତି ସହ ବୈଠକ କରି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ନୂଆ ସଭାପତି ଭାବରେ ଶ୍ୟାମ ଶୁନ୍ଦର ଭୋଇଙ୍କୁ ଚୟନ କରିଛନ୍ତି । ଏନେଇ ଶ୍ୟାମ ସୁନ୍ଦର ଭୋଇ କହିଛନ୍ତି, "2006ରେ ଏହି ସଂଗଠନ ସ୍ଥାପନ କରାଯାଇଥିଲା । ଆଜି ଏହି ସଂଘର ସଭାପତି ଭାବରେ ମନୋନୀତ ହୋଇଛି । ଆଗକୁ ଏହି ଜିଲ୍ଲା ଆଦିବାସୀ ସଂଘ ପୁନଃ ଆଦିବାସୀଙ୍କ ହକ୍‌ ପାଇଁ ଲଢେଇ କରିବ ବୋଲି ସେ କହିଛନ୍ତି ।"

ଏହା ମଧ୍ୟ ପଢନ୍ତୁ- ସାଂସଦ ନିରଞ୍ଜନ ବିଶିଙ୍କ ବିରୋଧରେ ଆଦିବାସୀ ମେଳି

ସେହିପରି ସତ୍ୟ ଭୋଇଙ୍କୁ ନେଇ ସେ କହିଛନ୍ତି, "ସେ ଏହି ସଙ୍ଘର ଉପାଦେଷ୍ଟା ଅଟନ୍ତି । ଆଜି ଏହି ବୈଠକରେ ତାଙ୍କୁ ଆମନ୍ତ୍ରିତ କରିବା ସତ୍ତ୍ୱେ ସେ ନଆସି ନିଜେ ନିଜେ କିଛି ଲୋକଙ୍କୁ ନେଇ ନିଜକୁ ସଭାପତି ଘୋଷଣା କରିଛନ୍ତି । ଯାହା ଆଦିବାସୀ ସଂଘର ସମ୍ବିଧାନ ବିରୋଧୀ ।" ତେବେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘକୁ ନେଇ ଦୁଇ ନେତା ଓ ଗୋଷ୍ଠୀ ଏବେ ମୁହାଁମୁହିଁ ହୋଇଛନ୍ତି । ଏହି ସଂଘ ନିଜର ବୋଲି ଦୁହେଁ କହିବା ସହ ତାଙ୍କ ମଧ୍ୟରେ ଟଣା ଓଟରା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.