ETV Bharat / state

ବଲାଙ୍ଗୀର ପ୍ରଶାସନର ନିଆରା ଉଦ୍ୟମ, ଏଥର ସହରକୁ ସ୍ବଚ୍ଛ ରଖିବେ କିନ୍ନର

ବଲାଙ୍ଗୀର ଜିଲ୍ଲା ପ୍ରଶାସନର ଉଦ୍ୟମ ଓ ପଦକ୍ଷେପ ପରେ ବଲାଙ୍ଗୀରର କିନ୍ନରମାନେ ପାଇଛନ୍ତି ନୂଆ ପରିଚୟ। ଏଣିକି ତାଙ୍କ ହାତରେ ସହରକୁ ସ୍ବଚ୍ଛ ରଖିବାର ଦାୟିତ୍ଵ। ଅଧିକ ପଢନ୍ତୁ...

ବଲାଙ୍ଗୀର ପ୍ରଶାସନର ନିଆରା ଉଦ୍ୟମ, ଏଥର ସହରକୁ ସ୍ବଚ୍ଛ ରଖିବେ କିନ୍ନର
ବଲାଙ୍ଗୀର ପ୍ରଶାସନର ନିଆରା ଉଦ୍ୟମ, ଏଥର ସହରକୁ ସ୍ବଚ୍ଛ ରଖିବେ କିନ୍ନର
author img

By

Published : Mar 4, 2021, 8:27 AM IST

ବଲାଙ୍ଗୀର: ଜିଲ୍ଲା ପ୍ରଶାସନର ଉଦ୍ୟମ ଓ ପଦକ୍ଷେପ ପରେ ବଲାଙ୍ଗୀରର କିନ୍ନରମାନେ ପାଇଛନ୍ତି ନୂଆ ପରିଚୟ। ଏଣିକି ତାଙ୍କ ହାତରେ ସହରକୁ ସ୍ବଚ୍ଛ ରଖିବାର ଦାୟିତ୍ଵ। ବଲାଙ୍ଗୀରରେ ଆରମ୍ଭ ହୋଇଥିବା ବ୍ୟାଟେରି ଚାଳିତ ଗାଡ଼ିରେ ଏମାନେ ଏବେ ଘରକୁ ଘର ବୁଲି ଅଳିଆ ଏକତ୍ରିତ କରିବେ। ତେବେ ପୂର୍ବରୁ ଏମାନେ ଭିକ୍ଷା ସହ ଅନ୍ୟାନ୍ୟ ବୃତ୍ତି କରି ନୟାନ୍ତ ହୋଇଥିବା ବେଳେ ବର୍ତ୍ତମାନ ଜିଲ୍ଲାପ୍ରଶାସନ ଓ ପୌରପାଳିକା ତାଙ୍କୁ ଦେଇଥିବା ଏହି ନୂଆ ଦାୟିତ୍ବରେ ସେମାନେ ଭାରି ଖୁସି ଅଛନ୍ତି ଏବଂ ସକାଳୁ ବେଶ ଆଗ୍ରହର ସହ ବାହାରି ଆସି ନିଜ ଗୁରୁ ଦାୟିତ୍ଵ ତୁଲାଉଛନ୍ତି ଏମାନେ ।

ବଲାଙ୍ଗୀର ପ୍ରଶାସନର ନିଆରା ଉଦ୍ୟମ, ଏଥର ସହରକୁ ସ୍ବଚ୍ଛ ରଖିବେ କିନ୍ନର

ତେବେ ବଲାଙ୍ଗୀର ସହରରେ 21 ଟି ୱାର୍ଡ ଥିବାବେଳେ ପ୍ରଥମରେ ଏହାକୁ ସ୍ବଚ୍ଛ ରଖିବା ପାଇଁ ସାନିଟାଇଜେସନ କାମକୁ ଘରୋଇ କରଣ କରାଯାଇଥିଲା। ହେଲେ ଏହା ବିଶେଷ ଫଳପ୍ରଦ ନହେବା ଯୋଗୁଁ ଏବେ ସହର ମଧ୍ୟରେ ଘରକୁ ଘର ବୁଲି ଏହି ବ୍ୟାଟେରୀ ଚାଳିତ ଗାଡ଼ିରେ ଅଳିଆ ଉଠାଯିବାର ବ୍ୟବସ୍ଥା ହାତକୁ ନିଆ ଯାଇଛି । ଏବଂ ପ୍ରଥମ ପର୍ଯ୍ୟାୟରେ ତିନୋଟି ୱାର୍ଡକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି । ଏହା ସହ ଆଗକୁ ସବୁ ୱାର୍ଡ ପାଇଁ ଏହି ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ସୂଚନା ଦେଇଛି।

ଏଥିରେ କେବଳ ମହିଳା ଓ କିନ୍ନରଙ୍କ ନିଯୁକ୍ତି ଦିଆଯିବ ବୋଲି ସ୍ପଷ୍ଟ କରିଛି ପ୍ରଶାସନ। ଯେଉଁଥିରେ ମହାଲକ୍ଷ୍ମୀ ଓ ସମଲେଶ୍ଵରୀ ଏସ୍‌ଏଚ୍‌ଜି ଗ୍ରୁପରେ କିନ୍ନରଙ୍କୁ ଟ୍ରେନିଂ ଦିଆଯାଇ ଏହି କାମ ହାତକୁ ନିଆ ଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.