ETV Bharat / state

ଏସବିଆଇର କିଓସ୍କ ବ୍ୟାଙ୍କରୁ ଚୋରି, ଟେର ପାଉନି ପୋଲିସ

author img

By

Published : Dec 3, 2020, 8:22 AM IST

ବଲାଙ୍ଗୀର ସଇଁନ୍ତଲା ବ୍ଲକ ଅଞ୍ଚଳରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କର ଛୋଟ ଶାଖା କିଓସ୍କରୁ ଚୋରି ହୋଇଥିବା ନେଇ ଅଭିଯୋଗ । ତେବେ ଶାଖା ପରିଚାଳକ ଅଭିମନ୍ୟୁ ରଣା ବ୍ୟାଙ୍କ ବନ୍ଦ କରି ଘରକୁ ଯାଇଥିବା ସମୟରେ କିଛି ଦୁର୍ବୃତ୍ତ ବ୍ୟାଙ୍କର ତଲା ଭାଙ୍ଗି ଚୋରି କରିଥିବା ସେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

Theft from SBI's Kiosk Bank bolangir
ଏସବିଆଇର କିଓସ୍କ ବ୍ୟାଙ୍କରୁ ଚୋରି, ଟେର ପାଉନି ପୋଲିସ

ବଲାଙ୍ଗୀର:ଏସବିଆଇର କିଓସ୍କ ବ୍ୟାଙ୍କରୁ ଚୋରି । ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ବରଗାଁ ଛକ ନିକଟରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କର ଛୋଟ ଶାଖାରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ, ଗତକାଲି(ବୁଧବାର) ଶାଖା ପରିଚାଳକ ଅଭିମନ୍ୟୁ ରଣା ବ୍ୟାଙ୍କ ବନ୍ଦ କରି ଘରକୁ ଯାଇଥିବା ସମୟରେ କିଛି ଦୁର୍ବୃତ୍ତ ଆସି ବ୍ୟାଙ୍କର ତାଲା ଭାଙ୍ଗି ବ୍ୟାଙ୍କରେ ଥିବା ପାସବୁକ ପ୍ରିଣ୍ଟ, ପ୍ରିଣ୍ଟର ମେସିନ, ସିସିଟିଭି ଓ ଅନ୍ୟସବୁ ମୂଲ୍ୟବାନ କାଗଜପତ୍ର ଚୋରିକରି ନେଇ ଯାଇଥିବା ସେ ଅଭିଯୋଗ କରିଛନ୍ତି ।

ଶାଖା ପରିଚାଳକ ଅଭିମନ୍ୟୁ ରଣା ଘଟଣା ସମ୍ପର୍କରେ ବଡ଼ମାଲ ଫାଣ୍ଡିରେ ଅଭିଯୋଗ କରିବା ପରେ ଫାଣ୍ଡି ଅଧିକାରୀ ଏସ ଏସ ସାହୁ ଓ ବଲାଙ୍ଗୀର ସାଇଣ୍ଟିଫିକ ଟିମ ଆସି ଘଟଣା ସମ୍ପର୍କରେ ଛାନଭିନ କରିଛନ୍ତି । କିନ୍ତୁ ଦୁର୍ବୃତ୍ତଙ୍କ ସମ୍ପର୍କରେ ଟେର ପାଉନି ପୋଲିସ ।

ପ୍ରକାଶ ଥାଉକି ପାଞ୍ଚ ବର୍ଷରୁ ଅଧିକ ହେବ ଏହି ଶାଖା ଆଖପାଖ ଅଞ୍ଚଳକୁ ସେବା ଯୋଗାଇ ଦେଉଥିବା ବେଳେ ଗତ ବର୍ଷ ମଧ୍ୟ ଚୋରିର ଶିକାର ହୋଇଥିଲା । ଆଶ୍ଚର୍ଯ୍ୟର କଥା ଗତ ବର୍ଷ ଚୋରି ହେବା ପରେ ମଧ୍ୟ ସିକ୍ୟୁରିଟି ବ୍ୟବସ୍ଥା କରାଯାଇ ନଥିଲା ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.